Home ଜିଲ୍ଲା ପରିକ୍ରମା ମୁଗ ବିହନ ବଂଟନରେ ଅନିୟମିତତା, କଂଗ୍ରେସର ଆନ୍ଦୋଳନ ଚେତାବନି

ମୁଗ ବିହନ ବଂଟନରେ ଅନିୟମିତତା, କଂଗ୍ରେସର ଆନ୍ଦୋଳନ ଚେତାବନି

17

ଭଦ୍ରକ, ୩୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଳକର ନଦୀଗାଁ ପଂଚାୟତରେ ମୁଗ ବିହନ ବଂଟନ କୁ ନେଇ ବିବାଦ ସୃଷ୍ଟି ସୋଇଛି।ଏହି ଘଟଣାରେ କଂଗ୍ରେସ ଆନ୍ଦୋଳନ କରିବାକୁ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛି।ଭଦ୍ରକ ଜିଲ୍ଲା କଂଗ୍ରେସ ଯୁବନେତା ହରିହର ସାହୁଙ୍କ ଅଧ୍ୟକ୍ଷତାରେ ନଦୀଗାଁ ରେ ସାମ୍ବାଦିକ ସମ୍ମିଳନୀ ଶନିବାର ସଂଧ୍ୟା ରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଭିଯୋଗ କରାଯାଇଛି ଯେ ଚଳିତ ବର୍ଷ ରବି ଋତୁରେ ସରକାରୀ ଭାବେ ନଦୀଗାଁ ପଞ୍ଚାୟତର ଚାଷୀମାନଙ୍କ ପାଇଁ ମଞ୍ଜୁର ହୋଇଥିବା ମୁଗ ବିହନ ଆବଂଟନ କ୍ଷେତ୍ରରେ ବ୍ୟାପକ ଅନିୟମିତତା କରାଯାଇଛି।ଗ୍ରାମ କୃଷି ରକ୍ଷକ କେତେକ ରାଜନୈତିକ ବ୍ୟକ୍ତିଙ୍କ ଦ୍ୱାରା ପରିଚାଳିତ ହୋଇ ମନମାନି ରେ ଅନେକ ଅଣଚାଷୀଙ୍କୁ ମୁଗ ବିହନ ବଂଟନ କରିଛନ୍ତି।ଚାଷର ଧାର ଧାରୁନଥିବା ରାଜନୈତିକ କର୍ମୀ ମୁଗ ନେଇଛନ୍ତି।ନଦୀଗାଁ ଏକ କୃଷି ବହୁଳ ଅଞ୍ଚଳ ହୋଇଥିବାରୁ ଅନେକ ଚାଷୀ ସରକାରଙ୍କ କୃଷି ବିଭାଗ ଅନୁଯାୟୀ ପଞ୍ଜିକୃତ ଅଛନ୍ତି ଏବଂ ସେମାନେ ବିରି ମୁଗ ଆଦି ଚାଷ ମଧ୍ୟ କରିଥାନ୍ତି।କିନ୍ତୁ ମନ୍ଦ ଉଦ୍ଦେଶ୍ୟ ଏବଂ ଚଂଚକତା କାର୍ଯ୍ୟ ଯୋଗୁଁ ଶତାଧିକ ପ୍ରକୃତ ଚାଷୀ ଉପେକ୍ଷିତ ହୋଇ ମୁଗ ବିହନ ପାଇବାରୁ ବଂଚିତ ରହିଛନ୍ତି।ପ୍ରକୃତ ଚାଷୀଙ୍କୁ ମୁଗ ବିହନ ଯୋଗାଇ ଦେବାକୁ କଂଗ୍ରେସ ଦାବି କରିଥିଲା ନହେଲେ ଚାଷୀ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦିଆ ଯାଇଥିଲା।ସାମ୍ବାଦିକ ସମ୍ମିଳନୀରେ ଆନନ୍ଦ ଓଝା,ଦିଲ୍ଲୀପ ପତି,ଶରତ ଶିଅଳ,ଅକ୍ଷୟ ସାହୁ,ଚକ୍ରଧର ସାହୁ,ବିଶ୍ୱନାଥ ବୈଶାଖ,କାର୍ତିକ ମହାଳିକ,ରାଜେନ୍ଦ୍ର ବେହେରା,ବିଶ୍ୱଜିତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।ଏ ସମ୍ପର୍କରେ ପଂଚାୟତ କୃଷି ଗୋରା ଚାନ୍ଦ ମାରାଣ୍ଡି କହିଛନ୍ତି ଯେ ଉକ୍ତ ପଂଚାୟତ ରେ ନିକଟରେ ଚାଷୀ ଙ୍କୁ ମୁଗ ବିହନ ଦିଆ ଯାଇଛି। ଆଉ ଅଳ୍ପ ଚାଷୀ ଙ୍କୁ ଖୁବ ଶୀଘ୍ର ମୁଗ ବିହନ ଯୋଗାଇ ଦିଆ ଯିବ ବୋଲି ଶ୍ରୀ ମାରାଣ୍ଡି କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.