ଭଦ୍ରକ, ୨୬ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ମୁସ୍ତଫାପୁର ପଂଚାୟତରେ ଚାଷୀଙ୍କୁ ମୁଗ ବିହନ ବଂଟା କୁ ନେଇ ଅସନ୍ତୋଷ ଦେଖା ଦେଇଛି।ଅନେକ ସ୍ଥାନ ରେ ମୁଗ ଅମଳ ହେବାକୁ ବସିଲାଣି ହେଲେ ମୁସ୍ତାଫପୁର ପଂଚାୟତ ର ବିବାଦୀୟ ପରିସ୍ଥିତି ନେଇ ବଂଟା ଯାଇ ପାରିଲା ନାହିଁ ମୁଗବିହନ। ପ୍ରକାଶ ଥାଉ କି ମୁଗ ଚାଷ କରିବା ଲାଗି ୨୦୨୪ ନଭେମ୍ବର ମାସରୁଉକ୍ତ ପଂଚାୟତର ପ୍ରାୟ ୩୧୫ ଜଣ ଚାଷୀ କୃଷି ବିଭାଗ ପାଖରେ ପଞ୍ଜୀକରଣ କରିଥିଲେ। ତେବେ ବିଭାଗ ପକ୍ଷରୁ ମୁସ୍ତଫାପୁର ପଂଚାୟତର ୫୦ ହେକ୍ଟର ଜମିରେ ମୁଗ ଚାଷ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ସେହି ଅନୁସାରେ ୧୦ କୁଇଂଟାଲ ମୁଗ ବିହନ ଆସିଥିଲା। କୃଷି ମିତ୍ର ଓ କୃଷି କାର୍ଯ୍ୟାଳୟ ସହଯୋଗରେ ଉପଯୁକ୍ତ ଚାଷୀଙ୍କୁ ବିହନ ବଂଟାଯିବାକୁ ନିଷ୍ପତି ହୋଇଥିଲା। ଏଥିଲାଗି କିଛି ଦିନ ପୂର୍ବରୁ ପଂଚାୟତ ଅଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା। ତା ସତ୍ୱେ ବିହନ ବଂଟା ଯାଇ ପାରିନାହିଁ। ତେବେ ରାଜନୈତିକ ଛକା ଛକିରେ ମୁସ୍ତଫାପୁର ପଂଚାୟତ ରେ କୌଣସି ଚାଷୀଙ୍କୁ ବିହନ ନ ଦେବାକୁ ଯୋଜନା ଚାଲିଚି ।ସରକାରି ଦଳର ଜୈନିକ କର୍ମୀ ଏପରି କାଣ୍ଡ ଭିଆଇ ଛନ୍ତି ଯାହାକୁ ନେଇ ସାଧାରଣ ଚାଷୀ ମାନି ହଇରାଣ ହେଉଛନ୍ତି। ତେବେ କିଛି କାରଣ ଯୋଗୁଁ କାହାକୁ ବିହନ ବଂଟା ଯାଇ ପାରିନାହିଁ ବୋଲି କୃଷି ବିଭାଗର ଅଧିକାରୀ ଚିତରଞ୍ଜନ ସାହୁ ସୂଚନା ଦେଇଛନ୍ତି। ଚାଷୀଙ୍କ ଅଭିଯୋଗ ଯେ, ରାଜନୈତିକ ଛକାପଞ୍ଝା ଯୋଗୁଁ ଏ ପରିସ୍ଥିତି ଉପୁଜିଛି। ସାଧାରଣତଃ ମାର୍ଚ୍ଚ ମାସ ରେ ମୁଗ ବିହନ ବୁଣା ଯାଇଥାଏ।ଅନେକ ସ୍ଥାନ ରେ ସଚେତନ ଚାଷୀ ନିଜେ ଟଙ୍କା ଖର୍ଚ୍ଚକରି ମୁଗ ଚାଷ ମଧ୍ୟ କରି ସାରିଲେଣି ଆଉ କେତେ ଦିନ ପରେ ଅମଳ ହେବ। ହେଲେ ମାର୍ଚ୍ଚ ସରିବାକୁ ବସିଲାଣି, ମୁଗ ବିହନ ଦିଆଯାଇ ପାରିନାହିଁ। ଯାହାକୁ ନେଇ ଚାଷୀଙ୍କ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏନେଇ ବ୍ଲକ ଓ ଜିଲ୍ଲା କୃଷି ଅଧିକାରୀ ତୁରନ୍ତ ହସ୍ତ କ୍ଷେପକରି ଚାଷୀଙ୍କୁ ମୁଗ ବିହନ ଯୋଗାଇ ଦେବାକୁ ଚାଷୀ ମାନେ ଦାବି କରିଛନ୍ତି।ଅପର ପକ୍ଷେ ଖୁବ ଶୀଘ୍ର ଚାଷୀଙ୍କୁ ମୁଗ ବିହନ ଯୋଗାଇ ଦିଆଯିବ ବୋଲି ଗ୍ରାମ କୃଷି ଅଧିକାରୀ ଗୋରାଚାନ୍ଦ ମାରାଣ୍ଡି ପ୍ରକାଶ କରିଛନ୍ତି।