Home କେନ୍ଦୁଝର “ମୁଗୁପୁର ସମାଚାର”ର ଦଶମ ସ୍ୱନକ୍ଷତ୍ର ଉତ୍ସବ ପାଳିତ

“ମୁଗୁପୁର ସମାଚାର”ର ଦଶମ ସ୍ୱନକ୍ଷତ୍ର ଉତ୍ସବ ପାଳିତ

129

ହାଟଡିହି-ତା ୧୬.୧୦. (ଓଡିଆପୁଅ / ବିକାଶ ବିଶ୍ୱାଳ) ମାସିକ ଖବରକାଗଜ ମୁଗୁପୁର ସମାଚାରର ଦଶମ ସ୍ୱନକ୍ଷତ୍ର ଉସବ ମୁଗୁପୁରଠାରେ ପାଳିତ ହୋଇଯାଇଛି । ଉକ୍ତ କାର‌୍ୟ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଆନନ୍ଦପୁର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ରମାକାନ୍ତ ନାୟକ, ମୁଖ୍ୟ ବକ୍ତା ବରିଷ୍ଠ ସାମ୍ବାଦିକ ମଦନ ମୋହନ ପାଣି, ସମ୍ମାନୀତ ଅତିଥି ସମାଜସେବୀ ସଂଜୟ ରାଉତ ଯୋଗ ଦେଇଥିଲେ । ଏହି ଅବସରରେ “ଦୁଃସାହସିକ ସାମ୍ବାଦିକତା: ଏକ ଆହ୍ୱାନ ଓ ସୁଯୋଗ” ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହେବା ସହିତ ମୁଗୁପୁର ସମାଚାରର ଦଶମ ସ୍ୱନକ୍ଷତ୍ର ସ୍ୱତନ୍ତ୍ର ସଂଖ୍ୟା ମହାଦୁର୍ଗା ନବମୀ ଅବସରରେ ଉନ୍ମୋଚନ ହୋଇଥିଲା । ସମ୍ବାଦପତ୍ର ଏକ ବିପ୍ଳବ, ସମ୍ବାଦରେ ସମର୍ପଣଭାବ ରହିଲେ ଖବର ରୁଦ୍ଧିମନ୍ତ ହୁଏ ବୋଲି ମୁଖ୍ୟ ଅତିଥି ଶ୍ରୀ ନାୟକ ନିଜର ବକ୍ତବ୍ୟରେ କହିଥିଲେ । ମୁଖ୍ୟ ବକ୍ତା ତଥା ବରିଷ୍ଠ ସାମ୍ବାଦିକ ମଦନ ପାଣି ନିଜ ଅଭିଭାଷରେ ଖବରକାଗଜର ଦାୟିତ୍ୱ ଓ କର୍ତବ୍ୟ ଉପରେ ଆଲୋକପାତ କରି କହିଥିଲେ ଯେ ସମ୍ବାଦ ପରିବେଷଣ କରିବା ସମୟରେ ଖବରର ସତ୍ୟତା ଉପରେ ଗୁରୁତ୍ୱାରୋପ କରାଯିବା ଉଚିତ୍ । କାରଣ ଭୁଲ ଖବର ପରିବେଷଣ କରିବା ଜଣେ ସାମ୍ବାଦିକର କର୍ତବ୍ୟ ନୁହେଁ । ମୁଗୁପୁର ସମାଚାର ଗାଁରୁ ପ୍ରକାଶ ପାଉଥିଲେ ବି ଏହା ଆଗାମୀ ଦିନରେ ସାଧାରଣ ଜନତାର ସୁଖ ଦୁଃଖର ସାଥୀ ହୋଇ ରହିବ ଏବଂ ଏହାର ସୁଦୂର ପ୍ରସାର ଓ ପ୍ରଚାର ହୋଇପାରିବ ବୋଲି ଶ୍ରୀ ପାଣି କହିଥିଲେ । ଖବରକାଗଜର ସମ୍ପାଦକ ସମ୍ପାଦକ ମଦନ ମୋହନ ପାଢୀ ସମ୍ପାଦକୀୟ ବିବରଣୀ ପାଠ କରିବା ସହିତ ତାଙ୍କ ଅଭିଭାଷଣରେ ମୁଗୁପୁର ସମାଚାରର ପ୍ରସାର ପ୍ରଚାର ଉପରେ ଗୁରୁ୍‌ତ୍ୱାରୋପ କରିଥିଲେ । ଏହା ସହିତ ଗ୍ରାମାଂଚଳର ସମସ୍ୟା କିପରି ଖବରକାଗଜରେ ସ୍ଥାନୀତ ହୋଇ ସରକାରଙ୍କ ନିକଟରେ ପହଂଚିପାରିବ ତାହା ଉପରେ ମତବ୍ୟକ୍ତ କରିଥିଲେ । ସହ-ସଂପାଦକ ଅରବିନ୍ଦ ତ୍ରିପାଠୀ ମତ ରଖିଥିଲେ ଯେ ସରକାର ଏବଂ ଜନସାଧାରଣଙ୍କ ମଧ୍ୟରେ ଖବରକାଗଜ ଏକ ସେତୁ ପରି କାର‌୍ୟ୍ୟ କରିଥାଏ, ତତ୍‌ସହିତ ସମାଜ ପ୍ରତି ସାମାଜିକ ଉତ୍ତରଦାୟିତ୍ୱ ମଧ୍ୟ ସମ୍ବାଦପତ୍ର ନିର୍ବାହ କରିବା ଉଚିତ୍ । ମୁଗୁପୁର ସମାଚାରର କାର‌୍ୟ୍ୟକାରୀ ସଂପାଦକ ସୁରେନ୍ଦ୍ର କୁମାର ସାହୁ ମତବ୍ୟକ୍ତ କରିଥିଲେ ଯେ ବର୍ତମାନ ଯୁଗରେ ସାମାଜିକ ଗଣମାଧ୍ୟମର ପ୍ରଚାର ଓ ପ୍ରସାର ବହୁମାତ୍ରାରେ ଦେଖାଯାଇଥିଲେ ମଧ୍ୟ ମୁଦ୍ରିତ ଗଣମାଧ୍ୟମର ଆଜି ବି ପ୍ରାସଙ୍ଗିକତା ରହିଛି । ଆଂଚଳିକ ମୁଖ୍ୟ ହୃଷିକେଶ ରାଉତ ନିଜର ଅଭିଭାଷଣରେ କହିଥିଲେ ଗାଁ ଗହଳିରେ ଅନେକ ସମସ୍ୟା ରହିଛି । ମାତ୍ର ସମାଧାନ ଦିଗରେ କୌଣସି ପଦକ୍ଷେପ ନିଆଯାଉନାହିଁ । ଏପରିସ୍ଥଳେ ମୁଗୁପୁର ସମାଚାର ମାଧ୍ୟମରେ ଏସବୁର ସାମାଧାନ କିପରି କରାଯାଇପାରିବ ସେଦିଗରେ ଆମେ ଯତ୍ନବାନ ହେବୁ । ଏହି ଅବସରରେ ଖବର ଲିଖନ ପ୍ରତିଯୋଗିତାରେ ଭାଗନେଇଥିବା ଶିଭମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ କମ୍ପ୍ୟୁଟର ଏଜୁକେସନ୍‌ର ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ଅତିଥି ପରିଚୟ ଓ କାର‌୍ୟ୍ୟକ୍ରମ ପରିଚାଳନା କରିଥିଲେ ମୋହନ ଚରଣ ସାହୁ । କାର‌୍ୟ୍ୟକ୍ରମକୁ ସୁପରିଚାଳନା କରିବାରେ ସହଯୋଗ କରିଥିଲେ ମୁଗୁପୁର ସମାଚାର ଓ ଜନସେବକ ଫାଉଣ୍ଡେସନର ସମସ୍ତ ସଭ୍ୟ ଓ ସଭ୍ୟା । ଶେଷରେ ଯନ୍ତ୍ରୀ ଲକ୍ଷ୍ମୀଧର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.