Home କେନ୍ଦୁଝର ମୁଗୁପୁର ବଜାର ରାସ୍ତାର ଦୁରାବସ୍ଥା, ପ୍ରଶାସନର ଦୃଷ୍ଟି ପଡିବ କେବେ ?

ମୁଗୁପୁର ବଜାର ରାସ୍ତାର ଦୁରାବସ୍ଥା, ପ୍ରଶାସନର ଦୃଷ୍ଟି ପଡିବ କେବେ ?

154

ହାଟଡିହି ୮ । ୮ (ଓଡିଆପୁଅ / ବିକାଶ ବିଶ୍ୱାଳ ) ହାଟଡିହି ବ୍ଲକ ମୁଗୁପୁର ବଜାର ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି । ମୁଗୁପୁର ଅଞ୍ଚର ହୃଦୟ କହିଲେ ମୁଗୁପୁର ମହାଦେବ ବଜାରକୁ ହିଁ ବୁଝାଇଥାଏ । ଏଠାକୁ ପ୍ରତିଦିନ ଆଖପାଖ ଅଞ୍ଚଳ ଯଥା ସୁଲଣ, ଜଳସରପୁର, ଆବୁଲୁପୁରା, ବଞ୍ଚୋ, ଶିବନାରାୟଣପୁର, ପଞ୍ଚୁପଲ୍ଲୀ ଆଦି ଗ୍ରାମର ଶହଶହ ଲୋକ ଏହି ବଜାରକୁ ନିଜର ବ୍ୟବସାୟ କରିବାପାଇଁ ଆସୁଥିବାବେଳେ ଅନେକ ଗ୍ରାହକଙ୍କ ସମାଗମ ହୋଇଥାଏ । ଏଠାରେ ପରିବା ଠାରୁ ଆରମ୍ଭ କରି ତେଜରାତି ଓ ବିଭିନ୍ନ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ବିକ୍ରୀବଟା ହୋଇଥାଏ । ତେଣୁ ଏହି ବଜାର ଉପରେ ସମସ୍ତେ ନିର୍ଭର କରିଥାନ୍ତି । ମାତ୍ର ଏହି ବଜାରଟିର ଅବସ୍ଥା ଶୋଚନୀୟ ହୋଇପଡିଛି । ଗ୍ରାମପାଶ୍ୱର୍ରୁ ବଜାରକୁ ପ୍ରବେଶପଥ ଟି ପାଣିକାଦୁଅରେ ପଚପଚ ହୋଇ ବିରାଟ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି । ଫଳରେ ବେପାରୀ ଓ ଗରାଖଙ୍କୁ ବଜାରକୁ ପ୍ରବେଶ କରିବାରେ ଘୋର ଅସୁବିଧା ସୃଷ୍ଟି ହେଉଛି । ଏତତବ୍ୟତିତ ବଜାର ଭିତରେ ଥିବା ବ୍ୟବସାୟୀମାନେ ବ୍ୟବସାୟିକ କାରବାରରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପାଣି କାଦୁଅ ଯୋଗୁଁ ଲୋକମାନେ ବଜାର ଭିତରକୁ ପୁର୍ବଭଳି ଆସୁନଥିବାରୁ ଏହାର ପ୍ରଭାବ ସିଧାସଳଖ ବ୍ୟବସାୟୀ ମାନଙ୍କ ଉପରେ ପଡୁଛି । ଫଳରେ ବ୍ୟବସାୟୀ ଓ ସ୍ଥାନୀୟ ଲୋକମାନଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି । ଏହାର ଆଶୁ ସମାଧାନ ପାଇଁ ବ୍ୟବସାୟୀ ହେମନ୍ତ ସାହୁ, ବୀରଭଦ୍ର ନାୟକ, ଗୌରାଙ୍ଗ ଓଝା, ଫକିର ବେହେରା, ଅକ୍ଷୟ ଘୋଷ, ଚକ୍ରଧର ସାହୁ, ପିତବାସ ସାହୁ, ରବିନ୍ଦ୍ର ବେହେରା, ସୁଦାମ ବେହେରା, ଯୋଗେନ୍ଦ୍ର ସାହୁ ପ୍ରମୁଖ ସରପଞ୍ଚଙ୍କ ନିକଟରେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.