Home କେନ୍ଦୁଝର ଉଦଘାଟିତ ହେଲା ଜନସେବକ ଫାଉଣ୍ଡେସନ

ଉଦଘାଟିତ ହେଲା ଜନସେବକ ଫାଉଣ୍ଡେସନ

122

ହାଟଡିହି ୮ । ୮, (ଓଡିଆପୁଅ / ବିକାଶ ବିଶ୍ୱାଳ ) ଶାନ୍ତିଦୁତ ମହାତ୍ମାଗାନ୍ଧୀଙ୍କ ଭାବନା ଓ ଚେତନାକୁ ଆଧାରକରି ସାମାଜିକ ଅନୁଷ୍ଠାନ ଜନସେବକ ଫାଉଣ୍ଡେସନ ଟ୍ରଷ୍ଟ ମୁଗୁପୁର ଠାରେ ଉଦଘାଟିତ ହୋଇଯାଇଛି । ପୁର୍ବତନ ପ୍ରଧାନଶିକ୍ଷକ ଜୟନାରାୟଣ ଜଗଦେବ ମହାପାତ୍ର ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ କରିଥିବାବେଳେ ଅନ୍ୟତମ ଯୁବ ସମାଜସେବୀ ନରସିଂଘ ପଣ୍ଡା ଆନୁଷ୍ଠାନର ପ୍ରତିକକୁ ଉଦଘାଟନ କରିଥିଲେ । ମୁଗୁପୁର ସମାଚାରର କାର‌୍ୟ୍ୟକାରୀ ସମ୍ପାଦକ ସୁରେନ୍ଦ୍ର କୁମାର ସାହୁ ଅନୁଷ୍ଠାନର ମୁଖପତ୍ରକୁ ଉନ୍ମାଚନ କରିବା ସହିତ ଅନୁଷ୍ଠାନର ନିତୀନିୟମ ବିଷୟରେ ଆଲୋକପାତ କରିଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ମଦନ ମୋହନ ପାଢ଼ୀ ଟ୍ରଷ୍ଟର ଲକ୍ଷ ଓ ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିବା ସହ ଏହି ଅନୁଷ୍ଠାନଟି ଅହିଂଶାର ପ୍ରତିକ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଭାବନା ଓ ଚେତନାକୁ ନେଇ ସାରା ଓଡିଶାରେ ସେମା ମନୋବୃତ୍ତି ନେଇ କାର‌୍ୟ୍ୟ କରିବ । ଏହି ଅନୁଷ୍ଠାନ ମାଧ୍ୟମରେ ବିଭିନ୍ନ ଜନହୀତକର କାର‌୍ୟ୍ୟ ଓ ସଚେତନତା କାର‌୍ୟ୍ୟକ୍ରମକୁ ବ୍ୟାପକ କରାଯିବ । ଏହି ଅବସରରେ ସମସ୍ତ ସଦସ୍ୟମାନେ ନିଜ ନିଜର ମତବ୍ୟକ୍ତ ପ୍ରଦାନ କରିଥିଲେ । ଏହି ଅବସରରେ ଅନୁଷ୍ଠାନର କାର‌୍ୟ୍ୟକର୍ତ୍ତା ମନୋନୀତ କରାଯାଇଥିଲା । ମଦନ ମୋହନ ପାଢ଼ୀଙ୍କୁ ସଭାପତି ଭାବେ ମନୋନୀତ କରାଯାଇଥିବାବେଳେ ସମ୍ପାଦକ ସୁରେନ୍ଦ୍ର କୁମାର ସାହୁ, ଯୁଗ୍ମ ସମ୍ପାଦକ ସୁମନ୍ତ କୁମାର ଦାସ, ଉପସଭାପତି ଭାବେ ଅଭିମନ୍ୟୁ ବିଶ୍ୱାଳ, କୋଷାଧ୍ୟକ୍ଷ ଭାବେ ବିଶ୍ୱଜିତ ଦାସ, ମୁଖ୍ୟ ସଂଯୋଜକ ଭାବେ ଅରବିନ୍ଦ ତ୍ରିପାଠୀ, ଓ ମୋହନ ଚରଣ ସାହୁଙ୍କୁ ଆବାହକ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ବିନୋଦ ବିହାରୀ ଦାସ, ମାନସ ନାୟକ, ହିମାଂଶୁ ଆନ୍ଦିଆ, ସଞ୍ଜୟ ପଣ୍ଡା, ସୁକାନ୍ତ ରାଉତ, ପ୍ରକାଶ ସାହୁ ଆଦି ଅନୁଷ୍ଠାନର ସଦସ୍ୟ ଭାବେ କାର‌୍ୟ୍ୟକରିବାକୁ ସମ୍ମତି ପ୍ରଦାନ କରିଥିଲେ । ଶେଷରେ ବରିଷ୍ଠ ପରାମର୍ଶଦାତା ନରସିଂଘ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.