Home କେନ୍ଦୁଝର ମୁଗୁପୁର ଡିଷ୍ଟ୍ରୁବୁଟାରି ଓ ଶାସଙ୍ଗ ମାଇନର କେନାଲରେ ଜଳଯୋଗାଣ ଆରମ୍ଭ

ମୁଗୁପୁର ଡିଷ୍ଟ୍ରୁବୁଟାରି ଓ ଶାସଙ୍ଗ ମାଇନର କେନାଲରେ ଜଳଯୋଗାଣ ଆରମ୍ଭ

31

ହାଟଡିହି-୩/୮: (ଓଡିଆପୁଅ / ବିକାଶ ବିଶ୍ୱାଳ) ବର୍ଷା ନଥିବାରୁ ଚାଷୀମାନେ ପାଣିଟୋପାଏ ପାଇଁ ଚାହିଁ ବସିଥିବାବେଳେ ଜଳସମ୍ପଦ ବିଭାଗର ମୁଗୁପୁର ଡିଷ୍ଟ୍ରିବୁଟାରି ଓ ଶାସଙ୍ଗ ମାଇନର କେନାଲରେ ପାଣି ଯାଉନଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ଜଳସମ୍ପଦ ବିଭାଗର ନିର୍ବାହୀଯନ୍ତ୍ରୀ ବିଧାନ ଚନ୍ଦ୍ର ସାହୁଙ୍କ ଉଦ୍ୟମରେ ଆଜି ଏହି ଦୁଇଟି କେନାଲରେ ଜଳଯୋଗାଣ ଆରମ୍ଭ ହୋଇଛି । ଏହି କେନାଲ ଗୁଡିକ ଉପରେ ଛେନାପଦି, ଗଳିଗୋପାଳପୁର, ଶାସଙ୍ଗ, ବଡତୀରା, ଚୋରଗଡିଆ, ଶିବନାରାୟଣପୁର, ବଞ୍ଚୋ, ଆଡହୁରିଆ ଓ ନୀଳାପୁର ଆଦି ଗ୍ରାମର ଚାଷୀମାନେ ନିର୍ଭର କରୁଥିବାବେଳେ ଜଳସମ୍ପଦ ବିଭାଗ ପକ୍ଷରୁ ଆଜି ପର୍ଯ୍ୟନ୍ତ ପାଣି ଟୋପାଏ ଛଡାଯାଇ ନଥିଲା । ଫଳରେ ଚାଷୀମାନେ କିପରି ସେମାନଙ୍କ ଚାଷକାର୍ଯ୍ୟକୁ ଆଗେଇ ନେବେ ସେନେଇ ଆଶା ଅଶଙ୍କାରେ ଦିନ କାଟୁଥିଲେ । ପାଣି ନଥିବାରୁ ଏହିସବୁ ଗାଁର ଶହଶହ ଏକର ଚାଷଜମି ପଡିଆ ପଡଥିଲା । ଏନେଇ ଖବର ପ୍ରକାଶ ପାଇବାପରେ ବିଭାଗୀୟ ନିର୍ବାହୀଯନ୍ତ୍ରୀଙ୍କ ନିର୍ଦ୍ଦେଶମତେ ବିଭାଗୀୟ କର୍ମଚାରୀ ମାନଙ୍କ ଉପସ୍ଥିତିରେ ଯୁଦ୍ଧକାଳୀନ ଭିତ୍ତିରେ ବିଭିନ୍ନ ସ୍ଥାନର ଘାଇ ମରାମତି କରାଯିବା ସହିତ କେନାଲକୁ ସଫାକରାଯାଇ ଆଜିଠାରୁ ଚାଷୀଙ୍କ ଜମିକୁ ଜଳଯୋଗାଣ ହୋଇପାରିଛି । ଏହାଦ୍ୱାରା ଚାଷୀମାନେ ଖୁସି ହେବାସହ ଜଳସମ୍ପଦ ବିଭାଗର ଏପରି ତ୍ୱରିତ ପଦକ୍ଷେପକୁ ସାଧୁବାଦ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.