Home କେନ୍ଦୁଝର ମୁଖ୍ୟ ବିଚାରପତିଙ୍କ ଦ୍ୱାରା ହାଟଡିହିରେ ଜେଏମଏଫସି କୋର୍ଟ ଉଦଘାଟିତ ଧାରା ୨୧. ୨୨ ଓ ୩୯(ଏ)...

ମୁଖ୍ୟ ବିଚାରପତିଙ୍କ ଦ୍ୱାରା ହାଟଡିହିରେ ଜେଏମଏଫସି କୋର୍ଟ ଉଦଘାଟିତ ଧାରା ୨୧. ୨୨ ଓ ୩୯(ଏ) ଉପରେ ଆଲୋକପାତ

33

ହାଟଡ଼ିହି, ୧୩ । ୨ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ତହସିଲ କାର୍ଯ୍ୟାଳୟ ନିକଟରେ ଠାରେ ଜେଏମଏଫସି କୋର୍ଟର ଉଦ୍‌ଘାଟନ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ମାନ୍ୟବର ଡଃ. ଏସ. ମୁରଲୀଧର, ହାଇକୋର୍ଟର ଅନ୍ୟତମ ବିଚାରପତି ବିଭୁ ପ୍ରସାଦ ରାଉତରାୟ ପ୍ରମୁଖ ଅତିଥିଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ପରେ ଆୟୋଜିତ ଏକ ସଭାରେ ମୁଖ୍ୟ ବିଚାରପତି ଡ. ଏସ ମୁରଲୀଧର ଭାରତୀୟ ସମ୍ବିଧାନର ଧାରା ୨୧. ୨୨ ଓ ୩୯(ଏ) ଉପରେ ଗୁରୁତ୍ୱାରୋପ କରିଥିଲେ । ସାଧାରଣ ଲୋକମାନେ କିପରି ସହଜରେ ଆଇନ ସାହାଯ୍ୟ ପାଇ ସେମାନଙ୍କର ଅଧିକାର ସାବ୍ୟସ୍ତ କରିପାରିବେ ତାହା ଉପରେ ଆଲୋକପାତ କରିଥିଲେ । ଜଣେ ଲୋକ କୌଣସି ମାମଲାରେ ଗିରଫ ହେଲେ କିପରି ୨୪ଘଣ୍ଟା ମଧ୍ୟରେ ନିକଟସ୍ଥ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର ହେବେ ଓ ଜଣେ ଗରିବ ଅସହାୟ ଲୋକ କୌଣସି ମାମଲାରେ ଗିରଫ ହୋଇ ଅର୍ଥାଭାବରୁ ଓକିଲ ଦେଇ ନପାରୁଛି ତାକୁ କିପରି ତାଲୁକ ଲିଗାଲ ସର୍ଭିସ ଅଥରିଟିର ସାହାଯ୍ୟ ନେଇ ସକରାରୀ ଖର୍ଚ୍ଚରେ ଓକିଲ ଦେଇ ମୋକଦମା ପରିଚାଳନା କରିପାରିବ ତାହାର ଅବତାରଣା କରିଥିଲେ । ଶେଷରେ ଓକିଲମାନେ ଯେଉଁମାନେ କି ନ୍ୟାୟ ବିଚାରର ଏକ ଅଙ୍ଗ, ସେମାନଙ୍କ ମଧ୍ୟରେ କିପରି ଗରିବ ନିସହାୟ ଲୋକଙ୍କ ପାଇଁ ଯେଉଁ ଆଇନ ସାହାଯ୍ୟ ସଂସ୍ଥା ଅଛି ତାକୁ ସହଯୋଗ କରିବାପାଇଁ ଆହ୍ୱାନ ଦେଇଥିଲେ । କୌଣସି ଲୋକ ଆର୍ôଥକ ଅସମର୍ଥତା ଥିଲେ ମଧ୍ୟ ଆଇନ ସେବାରୁ ଯେପରି ବଞ୍ଚିତ ହେବନାହିଁ ବୋଲି ଭାରତୀୟ ସମ୍ବିଧାନରେ ଧାରାକୁ ପ୍ରାଞ୍ଜଳଭାବେ ବୁଝାଇଥିଲେ । ସେହିପରି ବିଚାରପତି ବିଭୁପ୍ରସାଦ ରାଉତରାୟ ତାଙ୍କ ବକ୍ତବ୍ୟରେ ହାଟଡିହିରେ ଜେଏମଏଫସି କୋର୍ଟ ପ୍ରତିଷ୍ଠା ଦ୍ୱାରା କିପରି ଲୋକମାନେ ସହଜରେ ଆଇନ ସହାୟତା ପାଇପାରିବେ ତାହାଉପରେ ମତବ୍ୟକ୍ତ କରିଥିଲେ । ହାଟଡିହି ବାର ଆସୋସିଏସନ ସଭାପତି ତୁଳସୀ ଦାସ ଗୋଲାମ ଦେବତା ନିଜ ବକ୍ତବ୍ୟରେ ଏହି କୋର୍ଟ ପ୍ରତିଷ୍ଠାଦ୍ୱାରା ଦୀର୍ଘ ୩୦ବର୍ଷର ଅପେକ୍ଷାର ଅନ୍ତି ଘଟିଛି, ଓ ଏହି କୋର୍ଟ ପ୍ରତିଷ୍ଠା ଦ୍ୱାରା ନ୍ୟାୟ ହାଟଡିହି ଅଞ୍ଚଳର ଜନସାଧାରଣଙ୍କ ଦ୍ୱାର ଦେଶରେ ପହଞ୍ଚି ପାରିଛି ବୋଲି ସେ ମତବ୍ୟକ୍ତ କରିଥିଲେ । ବାର ଆସୋସିଏସନ ସମ୍ପାଦକ ବସନ୍ତ କୁମାର ପଢ଼ିଆରୀ ତାଙ୍କ ଧନ୍ୟବାଦ ଅଭିଭାଷଣରେ ହାଟଡିହିରେ ନ୍ୟାୟାଳୟର ସୁବିଧା ନଥିବାରୁ ଏହି ବ୍ଲକର କଅଁଳେଇ ବାଲିପାଳ ପଞ୍ଚାୟତର ଲୋକମାନେ କିପରି ଆଇନ ସହାୟତା ପାଇବାପାଇଁ ରାସ୍ତାଘାଟରେ ରାତି ବିତାଉଥିଲେ ସେ ନେଇ ନିଜର ଅନୁଭୁତି ସମ୍ପର୍କରେ ମତବ୍ୟକ୍ତ କରିଥିଲେ ।
ଏହି ଉତ୍ସବରେ ହାଇକୋର୍ଟର ରେଜିଷ୍ଟାର ଜେନେରାଲ ମଳୟ ରଞ୍ଜନ ଦାଶ, ଜିଲ୍ଲା ସେସନସ ଜଜ୍ ବେଣୁଧର ପାତ୍ର, କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ, ଏସ.ପି ମିତ୍ରଭାନୁ ମହାପାତ୍ର, ଭିଜିଲାନସ ଜଜ୍ ବିଶ୍ୱଜିତ ମହାନ୍ତି, ଆନନ୍ଦପୁର ଏଡିଜେ ରଞ୍ଜନ କୁମାର ସୁତାର, ଆନନ୍ଦପୁର ସିଭିଲ ଜଜ ଅଭୟ କୁମାର ଦାଶ, ଏସ.ଡି.ଜେ.ଏମ ରଶ୍ମୀରେଖା ପାତ୍ର, ଜେ.ଏମ.ଏଫ.ସି ସୁପ୍ରଭା କୁଣ୍ଡୁ, ଜେ.ଏମ.ଏଫ.ସି ପ୍ରବିଣ କୁମାର ହୋତା, ହାଟଡିହି ଜେଏମଏଫସି କୋର୍ଟର ବିଚାରପତି ପ୍ରତିମା ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଆଜିର ଉତ୍ସବରେ ପୁର୍ବତନ ମନ୍ତ୍ରୀ ଜୟଦେବ ଜେନା, ପୁର୍ବତନ ବିଧାୟକ ମାୟାଧର ଜେନା, ଅବସରପ୍ରାପ୍ତ ଯୁଗ୍ମ ଶାସନ ସଚିବ ପ୍ରମୋଦ ରାଉତ, ବିଜେପି ନେତା ଆଲୋକ ସେଠୀ, ଶାସଙ୍ଗ ସରପଞ୍ଚ ବିମ୍ବାଧର ବିଶ୍ୱାଳ, ହାଟଡିହି ସରପଞ୍ଚ ଅନୁସୟା ସେଠୀ, ଜିଲ୍ଲାପରିଷଦ ସଦସ୍ୟ ସୁରେନ୍ଦ୍ର ଜେନା, ଅଲେଖ ମଲ୍ଲିକ, ଶାନ୍ତନୁ ସେଠୀ, ପୁର୍ବତନ ସାଂସଦ ପ୍ରତିନିଧି ରତିକାନ୍ତ ରାଉତ, ବିଶ୍ୱନାଥ ନାୟକ, ଗୋପାଳ ନାୟକ, କଳ୍ପତରୁ ସେଠୀ, ଜ୍ଞାନ ରଞ୍ଜନ ସାମନ୍ତ ସିଂହାରଙ୍କ ସମେତ ହାଟଡିହି ବିକାଶ ମଞ୍ଚର ସମସ୍ତ ସଦସ୍ୟ ଓ ଏ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ବରିଷ୍ଠ ଆଇନିଜିବୀ ମହେନ୍ଦ୍ର ମହାପାତ୍ର, ଦୟାନିଧି ଦାଶ, ସୁବାସ ବିଶ୍ୱାଳ, ଜୟନ୍ତ କୁମାର ରାଜ, ବିଚିତ୍ର କୁମାର ଚକ୍ର, ରଙ୍ଗାଧର ମଲ୍ଲିକ, ଖଗେଶ୍ୱର ରାଜ, ପବିତ୍ର ମୋହନ ମହାପାତ୍ର, ସରୋଜ ପଟ୍ଟନାୟକ, ରବିନ୍ଦ୍ର ସ୍ୱାଇଁ, କମଳାକାନ୍ତ ବେହେରା, ବାଳକୃଷ୍ଣ ନାୟକ, ସୁର୍ଯ୍ୟପ୍ରକାଶ ମଙ୍ଗରାଜ, ନକୁଳ ଜେନା, ମନୋଜ କୁମାର ତ୍ରିପାଠୀ, ପ୍ରଦୀପ କୁମାର ଜେନା, ଚନ୍ଦନ କୁମାର ବରାଳ, ଲଳିତ କୁମାର ବେହେରା, ରାଜ ନାରାୟଣ ରାଉତରାୟ, ପ୍ରସନ୍ନ କୁମାର ରଣା, ମନସ୍ୱିନୀ ପହି, ଦଶରଥ ଜେନା, ନିର୍ମଳ ତ୍ରିପାଠୀ, ଆର୍ଯ୍ୟଭଟ୍ଟ ମଇକାପ, ସଶ୍ମିତା ସ୍ନେହଦର୍ଶନୀ ନାୟକ, କରୁଣାକର ମୁଦୁଲି ପ୍ରମୁଖ ଆଇନିଜିବୀ ମାନେ କାର୍ଯ୍ରକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.