Home ଜିଲ୍ଲା ପରିକ୍ରମା ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନାରେ ମଂଜୁର ହୋଇଥିବା ଅନୁଦାନ ବାତିଲ ନେଇ ଅସନ୍ତୋଷ, ସାମ୍ବାଦିକ ସମ୍ମିଳନୀରେ...

ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନାରେ ମଂଜୁର ହୋଇଥିବା ଅନୁଦାନ ବାତିଲ ନେଇ ଅସନ୍ତୋଷ, ସାମ୍ବାଦିକ ସମ୍ମିଳନୀରେ ପୁନଃ ବିଚାର ପାଇଁ ଦାବୀ

27

ଭଦ୍ରକ, ୩୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଭିନ୍ନ ଧାର୍ମିକ ଅନୁଷ୍ଠାନ ମନ୍ଦିର, ମଠ, ମସଜିଦ୍‌କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପାଣ୍ଠି ଅନୁଦାନରେ ଅନ୍ତର୍ଭୁକ୍ତ କରାଯାଇ ଧାମନଗର ଏନଏସି ଅଂଚଳରେ ବିଭିନ୍ନ ମସଜିଦ୍ ଓ ମଠ ମନ୍ଦିର ମରାମତି ପାଇଁ ସରକାରୀ ଅନୁଦାନ ଆସିଥିଲା । ମାତ୍ର ସାଧାରଣ ନିର୍ବାଚନ ହେବାରୁ କାମ ହୋଇନଥିଲା । ପରନ୍ତୁ ବର୍ତମାନ ସରକାରଙ୍କ ମନ୍ତ୍ରୀ ତଥା ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜଙ୍କ ନିର୍ଦ୍ଦେଶରେ ଜିଲା ଯୋଜନା ବୋର୍ଡ, ଭଦ୍ରକ ପତ୍ର ସଂଖ୍ୟା ୧୦୨୫/୨୪ ରେ ଧାମନଗର ଏନଏସିକୁ ବିଭିନ୍ନ ମସଜିଦ୍‌କୁ ଆସିଥିବା ଅନୁଦାନକୁ ଅନ୍ୟତ୍ର ୱାର୍ଡକୁ ମନ ମୁତାବକ ସ୍ଥାନାନ୍ତରିତ କରାଇଛନ୍ତି ବୋଲି ଅଭିଯୋଗ ହୋଇଛି । ଫଳରେ ଏକ ସଂପ୍ରଦାୟର ଭାବାବେଗକୁ ଆଘାତ ଦେଇଛି । ଏନେଇ ଆଜି ସନ୍ଧ୍ୟାରେ ଧାମନଗର ଠାରେ ବିଭିନ୍ନ ମସ୍‌ଜିଦ୍‌ର ପରିଚାଳକଙ୍କ ଦ୍ୱାରା ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ତୁରନ୍ତ ଯଦି ବାଦ୍ ପଡିଥିବା ମସ୍‌ଜିଦ୍‌କୁ ଆର୍ଥିକ ଅନୁଦାନ ଫେରାଇ ଦିଆନଯାଏ, ତେବେ ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ କରାଯିବା ସହ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ବିରୋଧୀ ଦଳ ନେତା ଓ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯିବ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ଧାମନଗର ଏନଏସିର ଉପାଧ୍ୟକ୍ଷ ଏମ୍‌ଡି ନୁରାନି, ସଂଖ୍ୟାଲଘୁ ସେଲର ନେତା ଏମ୍‌ଡି ଫକିରୁଦ୍ଦିନ୍‌, ମୁକ୍ତାର ଅଲ୍ଳୀ ଶାହା, ଗୋଲାମ ମୂର୍ତୁଜା ପ୍ରମୁଖ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.