Home ଜିଲ୍ଲା ପରିକ୍ରମା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ, ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ, ଜିଲ୍ଲାରୁ ପାଇବେ ୯୯୦ ରୁ...

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ, ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ, ଜିଲ୍ଲାରୁ ପାଇବେ ୯୯୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ

15

ଭଦ୍ରକ, ୨୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପବିତ୍ର ଗୁରୁଦିବସ ସେପ୍ଟେମ୍ବର ୫ ତାରିଖରେ ଓଡ଼ିଶା ରାଜ୍ୟ ସରକାରଙ୍କ ଆନୁକୂଲ୍ୟରେ ରାଜ୍ୟ ସ୍ତରରେ ଓ ରାଜ୍ୟର ସମସ୍ତ ଜିଲ୍ଲା ସ୍ତରରେ ପାଳନ କରାଯିବାକୁ ଥିବା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ଭଦ୍ରକ ଜିଲ୍ଲାରେ ଆୟୋଜନ ଓ ପରିଚାଳନା ନେଇ ଭଦ୍ରକ ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ସାଳନ୍ଦୀ ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ କାର୍ଯ୍ୟକ୍ରମର ସଂଯୋଜକ ଜିଲ୍ଲା ଶିକ୍ଷାଧିକାରୀ ଅକ୍ରୁର ଚରଣ ବାରିକ୍‌, ଆଂଚଳିକ ପରିବହନ ଅଧିକାରୀ ରାମନିବାସ ସିର୍କା ପ୍ରମୁଖଙ୍କ ସମେତ ଜିଲ୍ଲାର ସମସ୍ତ ବି.ଇ.ଓ, ଡି.ଆଇ.ଇ.ଟି.ର ଅଧ୍ୟକ୍ଷ ଓ ଅନ୍ୟ ସଂପୃକ୍ତ ଶିକ୍ଷା ବିଭାଗୀୟ ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ସୂଚନା ଯୋଗ୍ୟକି ମୁଖ୍ୟମନ୍ତ୍ରୀ ଦ୍ୱାରା ପ୍ରଥମ ଥର ପାଇଁ ପ୍ରଦାନ କରାଯାଉଥିବା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନାରେ ଭଦ୍ରକ ଜିଲ୍ଲାରେ ୯୯୦ ଜଣରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏହି ପୁରସ୍କାର ପାଇବେ । ୮୨୦ ଜଣଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷାପୁରସ୍କାର, ୧୭୦ ଜଣଙ୍କୁ ମୁଖ୍ୟମନ୍ତ୍ରୀ ଭାଷାବୃତି ପୁରସ୍କାର ପ୍ରଦାନ କରାଯିବ । ରେସନ୍ କାର୍ଡ଼ ଅନ୍ତର୍ଭୁକ୍ତ ଆଧାରରେ ମେରିଟ୍ ସ୍କଲାରସିପ୍ ମଧ୍ୟ କେତେ ଜଣଙ୍କୁ ପ୍ରଦାନ କରାଯିବା ନେଇ ରାଜ୍ୟସ୍ତରରୁ ନିର୍ଦ୍ଧାରଣ କରାଯିବା ଯୋଜନା ଅଛି । ଏମାନଙ୍କ ମଧ୍ୟରୁ ୨୫ ଜଣ ରାଜ୍ୟ ସ୍ତରକୁ ଯିବେ । ଜିଲ୍ଲା ସ୍ତରରେ ଏହି ପୁରସ୍କାର ରାଶି ୧୦ ହଜାର ଟଙ୍କା, ବ୍ଲକ୍‌, ସ୍ତରରେ ୫ ହଜାର ଟଙ୍କା ଓ ମେରିଟ୍ ସ୍କଲାରସିପ୍ ରାଶି ୫୦ ହଜାର ଟଙ୍କା ପ୍ରଦାନ କରାଯିବ । ଏହି କାର୍ଯ୍ୟକ୍ରମ ସମସ୍ତ ଜିଲ୍ଲା ସ୍ତରରେ ଏକ ସମୟରେ ଦିନ ୧୦ଟାରେ ଆରମ୍ଭ ହେବ ମଧ୍ୟାହ୍ନ ୧୨ଟାରେ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମକୁ ସମସ୍ତ ଜିଲ୍ଲାସ୍ତରରେ ପ୍ରସାରଣ କରାଯିବ । ସୂଚନାଯୋଗ୍ୟକି ହାଇସ୍କୁଲ ପରୀକ୍ଷା ଫଳାଫଳ ଆଧାରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଓ ଓଡ଼ିଆରେ ୯୦ ନମ୍ବରରୁ ଉର୍ଦ୍ଧ୍ୱ ରଖିଥିବା ପିଲାଙ୍କୁ ମୁଖ୍ୟମନ୍ତ୍ରୀ ଭାଷାବୃତି ପୁରସ୍କାର ପ୍ରଦାନ କରାଯାଉଛି । ଏହି କାର୍ଯ୍ୟ ଆୟୋଜନ ନେଇ ସ୍ଥାନ ନିର୍ଦ୍ଧାରଣ ଏବଂ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା ପାଇଁ ପୋଲିସ୍‌, ଅଗ୍ନିଶମ, ପିଲାମାନଙ୍କ ଯିବା ଆସିବା ପାଇଁ ଆର୍‌.ଟି.ଓ.ଙ୍କ ମାଧ୍ୟମରେ ବସ ଯୋଗାଣ, ଭ୍ରାମ୍ୟମାଣ ଶୈାଚାଳୟ, ପାନୀୟଜଳ ଆଦି ବ୍ୟବସ୍ଥା ସମ୍ବନ୍ଧରେ ବିଚାର ବିମର୍ଷ କରାଯାଇ ଆବଶ୍ୟକମତେ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.