Home ଜିଲ୍ଲା ପରିକ୍ରମା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଲେ କୁଳପ୍ରଭା ସୁଆର

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଲେ କୁଳପ୍ରଭା ସୁଆର

11

ଭଦ୍ରକ, ୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକର ଆଦର୍ଶ ଶିକ୍ଷୟିତ୍ରୀ କୁଳପ୍ରଭା ସୁଆର ଚଳିତ ଶିକ୍ଷା ବର୍ଷ ୨୦୨୩-୨୪ରେ ଶ୍ରେଷ୍ଠ ସାଧନ କେନ୍ଦ୍ର ସଂଯୋଜକ ଭାବେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଲାଭ କରିଛନ୍ତି । ରାଜ୍ୟ ସ୍ତରରେ ୫୬ ଜଣ ସାଧନ କେନ୍ଦ୍ର ସଂଯୋଜକ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବାକୁ ଯୋଗ୍ୟ ହୋଇଥିବା ବେଳେ ଭଦ୍ରକ ଜିଲ୍ଲାରୁ ଏକମାତ୍ର ସାଧନ କେନ୍ଦ୍ର ସଂଯୋଜକ ଭାବେ ଏହି ବ୍ଲକ ହରିହର ନୋଡାଲ ଉ:ପ୍ରା ବିଦ୍ୟାଳୟ ନିଳୋକର କାର୍ଯ୍ୟରତ କୁଳପ୍ରଭା ସୁଆର ଏହି ପୁରସ୍କାର ପାଇବା ପାଇଁ ଯୋଗ୍ୟ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ, ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ, ଶିକ୍ଷା ସଚ୍ଚିବ ପ୍ରମୁଖ ସଭାରେ ଉପସ୍ଥିତ ଥିଲେ । ଏହି ପୁରସ୍କାର ବ୍ଲକର ଗୌରବ ବୃଦ୍ଧି କରିଛି । ଶ୍ରୀମତୀ ସୁଆର ଜଣେ ଶିକ୍ଷୟିତ୍ରୀ ଭାବେ ୨୦୧୧ ମସିହାରୁ ନିଜର ଶିକ୍ଷକତା ଜୀବନ ଆରମ୍ଭ କରି ୨୦୧୮ ମସିହାରେ ହରିହର ନୋଡାଲ ଉ:ପ୍ରା ବିଦ୍ୟାଳୟ ନିଳୋକର ସାଧନ କେନ୍ଦ୍ର ସଂଯୋଜକ ଭାବେ ନିଜର କାର୍ଯ୍ୟକୁ ସୁଚାରୁ ରୂପେ ତୁଲାଇ ପାରିଛନ୍ତି । ନିଜର ଆନ୍ତରିକତା, କର୍ତ୍ତବ୍ୟ ପରାୟଣତା, ପ୍ରତ୍ୟେକ ନାମକୁ ଗୁରୁତର ସହ ଗ୍ରହଣ କରି କ୍ଲଷ୍ଟରରେ ଥିବା ପ୍ରତ୍ୟେକ ସ୍କୁଲକୁ ପରିଦର୍ଶନ କରିବା, ଆଦର୍ଶ ଶିକ୍ଷାଦାନ କରିବା, ସି.ଡବ୍ଲୁ.ଏସ୍‌.ଏନ୍‌, ଏଫ୍‌.ଏଲ୍‌,ଏନ୍ ଆଦି କାର୍ଯ୍ୟକୁ ସଠିକ୍ ଭାବେ ପରିଚାଳନା କରି ପାରିଥିବାରୁ ସେ ଏହି ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.