Home Top News ମୁଖ୍ୟମନ୍ତ୍ରୀ ପଖାଳ ଖାଇ କହିଲେ ପଖାଳ ମୋର ପସନ୍ଦ, ପଖାଳ ଦିବସର ଶୁଭେଚ୍ଛା ଜଣେଇଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ପଖାଳ ଖାଇ କହିଲେ ପଖାଳ ମୋର ପସନ୍ଦ, ପଖାଳ ଦିବସର ଶୁଭେଚ୍ଛା ଜଣେଇଲେ ମୁଖ୍ୟମନ୍ତ୍ରୀ

55

ଭୁବନେଶ୍ୱର ୨୦-୩ (ଓଡ଼ିଆ ପୁଅ) ପଖାଳ ଦିବସରେ ପଖାଳ ଖାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କହିଲେ ପଖାଳ ମୋର ପସନ୍ଦ। ଶୁଭେଚ୍ଛା ଜଣେଇଲେ। ପିତଳ କଂସାରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ବାଢ଼ି ଦିଆଯାଇଥିଲା ପଖାଳ। ପଖାଳ ସାଙ୍ଗକୁ ଚୁନାମାଛଭଜା, ଶାଗ, ବଢ଼ିଚୁରା, ଛୁଇଁ ଭଜା ସାଂଙ୍ଗକୁ ଅନେକ କିଛି। ମୁଖ୍ୟମନ୍ତ୍ରୀ ନିଜେ ପଖାଳ ଖାଉଥିବାର ଭିଡିଓକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିଜର ସୋସିଆଲ୍ ମିଡିଆ ଆକାଉଣ୍ଟରେ ସେଆର କରିଛନ୍ତି।

ଆଜି ହେଉଛି ପଖାଳ ଦିବସ। ପଖାଳ ଓଡ଼ିଆଙ୍କ ସବୁଦିନିଆ ଖାଦ୍ୟ। ଖରାଦିନ ଆସିଲେ ମନେ ପଡ଼େ ପଖାଳ। ଏଥିରେ ନାଁ ଧନୀ ନାଁ ଗରିବ। କାହାର ଏପସନ୍ଦ ନୁହେଁ। ସମସ୍ତଙ୍କର ପ୍ରିୟ ଖାଦ୍ୟ ପଖାଳ। ଆପଣମାନେ ହିଁ ଆଜି ଏହି ପଖାଳ ସହିତ ନାନା ବ୍ୟଞ୍ଜନର ମଜା ନିଅନ୍ତୁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.