Home ଜିଲ୍ଲା ପରିକ୍ରମା ମୁଖ୍ୟମନ୍ତ୍ରୀ କରୋନା ସହାୟତା ପାଣ୍ଠିକୁ ୨୫ ହଜାର ଟଙ୍କାର ଚେକ ପ୍ରଦାନ କଲେ ଗୁଜୁରାତି ମହିଳା...

ମୁଖ୍ୟମନ୍ତ୍ରୀ କରୋନା ସହାୟତା ପାଣ୍ଠିକୁ ୨୫ ହଜାର ଟଙ୍କାର ଚେକ ପ୍ରଦାନ କଲେ ଗୁଜୁରାତି ମହିଳା ମଣ୍ଡଳ

183

ଟିଟିଲାଗଡ଼ ୩୦-୪ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ଼ ଗୁଜୁରାତି ମହିଳା ମଣ୍ଡଳ ତରଫରୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠି କୁ ୨୫ ହଜାର ଟଙ୍କାର ସହାୟତା ପ୍ରଦାନ କରିଛନ୍ତି। ଟିଟିଲାଗଡ଼ ଗୁଜୁରାତି ସମାଜ ସଭାପତି ଶ୍ରୀ ହରିଷ ରାଠେଠା ଙ୍କ ସଭାପତିତ୍ୱ ରେ ଗୁଜୁରାତି ମହିଳା ମଣ୍ଡଳ କର୍ମକର୍ତ୍ତା ଙ୍କ ସହ ସ୍ଥାନୀୟ ଟିଟିଲାଗଡ଼ ଉପଜିଲ୍ଲାପାଳ ସୁଧାକର ନାୟକ ଙ୍କୁ ଭାରତୀୟ ଷ୍ଟେଟବ୍ୟାଙ୍କ ର ଏକ ୨୫ ହଜାର ଟଙ୍କାର ଚେକ ଓଡ଼ିଶା ମୁଖ୍ୟମନ୍ତ୍ରୀ କରୋନା-୧୯ ସହାୟତା ପାଣ୍ଠି ନିମନ୍ତେ ପ୍ରଦାନ କରିଛନ୍ତି। ଟିଟିଲାଗଡ଼ ଉପଜିଲ୍ଲାପାଳ ସୁଧାକର ନାୟକ ଙ୍କୁ ଉକ୍ତ ଚେକ ପ୍ରଦାନ ଅବସରରେ ଗୁଜୁରାତି ସମାଜ ସଦସ୍ୟା ରିତା ପୋପଟ, ସିଲା ପିତ୍ତରୋଡା, ଗିତା ଚାପଡା, ନିକିତା ପିତ୍ତରୋଡା, ସଂଗୀତା ପୋପଟ, ସୋନିଆ ମାରୁ, ଲିନା ରାଠେଠା ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଉକ୍ତ ସମାଜ ଆନୁକୂଲ୍ୟରେ ଜଲାରାମ ସେବା ସହାୟତା ସଂସ୍ଥାନ ତରଫରୁ ଅସହାୟ ଙ୍କୁ ନିୟମିତ ଖାଦ୍ୟପେୟ ପ୍ରଦାନ କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.