ଭଦ୍ରକ, ୨୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡିଶା ସରକାରଙ୍କ କ୍ରୀଡ଼ା ବିଭାଗ ଓ ଫୁଟବଲ୍ ଆସୋସିଏସନ୍ ଅଫ୍ ଓଡିଶା ର ମିଳିତ ଉଦ୍ୟମ କ୍ରମେ ଆସନ୍ତାକାଲି ୨୮ ତାରିଖ ଠାରୁ କେଉଁଝର ସମେତ ଓଡ଼ିଶାର ଚାରୋଟି ସ୍ଥାନରେ ଆରମ୍ଭ ହେଉଛି ରାଜ୍ୟସ୍ତରୀୟ ଆନ୍ତଃଜିଲ୍ଲା ମୁଖ୍ୟମନ୍ତ୍ରୀ କପ୍ ଫୁଟବଲ୍। ଏହାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲା ଆଥଲେଟିକ୍ ଆସୋସିଏସନ୍ ତରଫରୁ ରାନ୍ଦିଆ ସ୍ଥିତ ରାମେଶ୍ୱର କ୍ରୀଡାଙ୍ଗନରେ ଗୋଟିଏ ୧୦-ଦିନିଆ ପ୍ରଶିକ୍ଷଣ ଶିବିର ଏହିମାସ ୧୭ ତାରିଖରୁ ଆରମ୍ଭ ହୋଇ ୨୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା। ଏହି ଶିବିରରେ ଭଦ୍ରକ ଜିଲ୍ଲାର ବିଭିନ୍ନ ଅଂଚଳରୁ ୪୦ ଜଣ କ୍ରୀଡାବିତ୍ ଯୋଗ ଦେଇଥିଲେ। ପୂର୍ବରୁ ଧାମନଗର ଠାରେ ଅନୁଷ୍ଠିତ ଆନ୍ତକ୍ଲବ୍ ମୁଖ୍ୟମନ୍ତ୍ରୀ କପ୍ ଫୁଟବଲ୍ ଟୁର୍ଣ୍ଣାମେଂଟରେ ଏହି କ୍ରୀଡାବିତ୍ ମାନଙ୍କୁ ପ୍ରଦର୍ଶନ ଭିତିରେ ପ୍ରଶିକ୍ଷଣ ଶିବିର ପାଇଁ ନିର୍ବାଚିତ କରାଯାଇଥିଲା। ଫୁଟବଲ୍ ଆସୋସିଏସନ୍ ଅଫ୍ ଓଡ଼ିଶା ର ବିଶିଷ୍ଟ କୋଚ୍ ସାଇପ୍ରସାଦ ମୁଖ୍ୟ ପ୍ରଶିକ୍ଷକ ରୂପେ ଓ ଭଦ୍ରକ ଜିଲ୍ଲାର ଦୁଇଜଣ ପୂର୍ବତନ ଫୁଟବଲ୍ କ୍ରିଡାବିତ୍ ରବିନାରାୟଣ ଓଝା ଓ ଶେଖ୍ ସଲିମ୍ ସହଯୋଗୀ ପ୍ରଶିକ୍ଷକ ରୂପେ ଯୋଗ ଦେଇଥିଲେ। ଶିବିର ପରିଚାଳନାରେ ସହଯୋଗ କରିଥିଲେ ସୌମ୍ୟକାନ୍ତ ଉପାଧ୍ୟାୟ, ସଂଗ୍ରାମୀ ଦେବୀଦତ ନାୟକ, ସମ୍ଭୁ ଜେନା ଓ ସୁବାଷ ଚନ୍ଦ୍ର ଗୋଚ୍ଛାୟତ। ଏହି ଶିବିର ସୋମବାର ଦିନ ଉଦଯାପିତ ହୋଇଥିଲା । ଏହାପରେ ଆସୋସିଏସନ୍ ର ଯୁଗ୍ମ ସମ୍ପାଦକ ଆଇନଜୀବୀ ଅତିଶ କୁମାର ବେହେରା ମୁଖ୍ୟମନ୍ତ୍ରୀ କପ୍ ଫୁଟବଲ୍ ରେ ଅଂଶ ଗ୍ରହଣ ପାଇଁ ଗଠିତ ‘ଟିମ୍ ଭଦ୍ରକ’ ରେ ସ୍ଥାନ ପାଇଥିବା ୨୨ ଜଣ କ୍ରୀଡାବିତ୍ ଙ୍କ ନାମ ଘୋଷଣା କରିଥିଲେ। ଦଳରେ ସ୍ଥାନ ପାଇଥିବା କ୍ରୀଡାବିତ୍ ମାନେ ହେଲେ : ଲାଲଚୁ ହାଁସଦା (ଅଧିନାୟକ), ଲକ୍ଷ୍ମଣ ଟୁଡୁ, ଜୁନୁନ୍ ସିଂ, ବିଜୟ ବୁଲିଉଲି, ହେମନ୍ତ ମାଝୀ, ସମୀର ଖଟୁଆ, କୁଳମଣି ଗାଗରାଇ, ପ୍ରେମ ସମଦ୍, ଲାଡୁରା ସିଂ, ଅଫତାଫ୍ ଅଲ୍ଲୀ ଶାହ, ଚନ୍ଦ୍ର ମୋହନ ସିଂ, ପାଣ୍ଡବାବନ ସିଂ, ଶେଖ୍ ଅରବାଜ୍, ବାହାଦୁଲା ସିଂ, ବନମାଳୀ ସିଂ, ସତ୍ୟଜିତ ଗୋଚ୍ଛାୟତ, ମଙ୍ଗଲ୍ ହାଁସଦା, ସଞ୍ଜୟ ବାରିକ, ଭଗବାନ ମୁର୍ମୁ, ସୂର୍ଯ୍ୟ ଟୁଡୁ, ବାସିର୍ ଖାଁ, ଓ କାହ୍ନୁ ସୋରେନ୍। ଟିମ୍ ର କୋଚ୍ ରୂପେ ସାଇ ପ୍ରସାଦ ଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ମ୍ୟାନେଜର୍ ରୂପେ ଦାୟିତ୍ୱ ତୁଲାଇବେ ଶେଖ୍ ସଲିମ୍। ଟିମ୍ ର ଉତମ ପ୍ରଦର୍ଶନ ନିମନ୍ତେ ଭଦ୍ରକର ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଆସୋସିଏସନ୍ ର ସଭାପତି ତଥା ଭଦ୍ରକର ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ, କାର୍ଯ୍ୟକାରୀ ସଭାପତି ତଥା ଭଦ୍ରକ ର ଏସ୍.ପି. ମଡକର୍ ସନ୍ଦିପ୍ ସମ୍ପତ୍, ଉପସଭାପତି ବିଜୟ କୁମାର ଜେନା, ସାଧାରଣ ସମ୍ପାଦକ ଧୀରେନ୍ ପଲାଇ, ଯୁଗ୍ମ ସମ୍ପାଦକ ତଥା ଜିଲ୍ଲା କ୍ରୀଡା ଅଧିକାରୀ ରମେଶ କୁମାର ମହାନ୍ତି ଓ କୋଷାଧ୍ୟକ୍ଷ ବ୍ୟୋମୋକେଶ ସେନାପତିଙ୍କ ସମେତ ଆସୋସିଏସନ୍ ର ସଦସ୍ୟ ମାନେ ଶୁଭେଚ୍ଛା ଜଣାଇଛନ୍ତି।








