Home ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ: ବିଭିନ୍ନ ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ୫୦ ଲକ୍ଷ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ: ବିଭିନ୍ନ ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ୫୦ ଲକ୍ଷ ୯୦ ହଜାର ଟଙ୍କା ପ୍ରଦାନ

833

ଭୁବନେଶ୍ବର, ୧୧-୫ (ଓଡ଼ିଆ ପୁଅ) ଫନି ବାତ୍ୟା ଦୁର୍ଗତଙ୍କ ସହାୟତା ଓ ପୁନରୁଦ୍ଧାର ପାଇଁ ଆଜି ଅନେକ ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ ଦିଆଯାଇଛି। ଓଡ଼ିଶା ପୋଲିସ ରିଲିଫ ଓ କଲ୍ୟାଣ ପାଣ୍ଠି ପକ୍ଷରୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ପୋଲିସ ମହାନିର୍ଦ୍ଦେଶକ ଡଃ ରାଜେନ୍ଦ୍ର ପ୍ରସାଦ ଶର୍ମା ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହି ପରିମାଣର ଚେକ୍ ପ୍ରଦାନ କରିଥିଲେ। ପ୍ରଗତିବାଦୀ ପକ୍ଷରୁ ଶ୍ରୀମତୀ ମୋନାଲିସା ବଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ୫ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। Gupta_Power Infrastructure Ltd. ପକ୍ଷରୁ ଏହାର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ମହେନ୍ଦ୍ର ଗୁପ୍ତା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ୧୧ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। ପୂର୍ବତନମନ୍ତ୍ରୀ ଶ୍ରୀ ଭାଗବତ ପ୍ରସାଦ ମହାନ୍ତି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ତାଙ୍କ ପେନସନ ଅର୍ଥରୁ ୪୪ ହଜାର ଟଙ୍କା ଦାନ କରିଛନ୍ତି। ସେହିପରି ସାଂସଦ ଅନୁଭବ ମହାନ୍ତି ୨ ଲକ୍ଷ ଟଙ୍କା, ବଡଚଣା ବିଧାୟକ ଶ୍ରୀ ଅମର ପ୍ରସାଦ ଶତପଥୀ ୧ ଲକ୍ଷ ଟଙ୍କା, ଯାଜପୁର ବିଧାୟକ ଶ୍ରୀ ପ୍ରଣବ ପ୍ରକାଶ ଦାସ ତାଙ୍କର ୧୦ ମାସର ବେତନ ଭାବେ ୩ ଲକ୍ଷ ୫୦ ହଜାର ଟଙ୍କା, Sandy Research Pvt. Ltd. ୫ ଲକ୍ଷ ଟଙ୍କା, କେନ୍ଦ୍ରାପଡା ଅର୍ବାନ କୋଅପରେଟିଭି ବ୍ୟାଙ୍କ ୧ ଲକ୍ଷ ୧ ହଜାର ଟଙ୍କା, ଭୁବନେଶ୍ବରର ପୂର୍ବତନ କର୍ପୋରେଟର ଶ୍ରୀ ସଂଜୟ ବଳିଆରସିଂ ୧ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। SCB Medical Collegeର ଅବସରପ୍ରାପ୍ତ ପ୍ରିନସିପାଲ ଡଃ ସିଦ୍ଧାର୍ଥ ଦାସ ୯୪,୪୩୮ ଟଙ୍କା, Hotel Swosti ପକ୍ଷରୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଏହିପରି ଶୁକ୍ରବାରଦିନ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଡକୁ ସମୁଦାୟ ୫୦ ଲକ୍ଷ ୯୦ ହଜାର ଟଙ୍କା ପ୍ରଦାନ କରାଯାଇଛି।
ଓଡିଶାବାସୀଙ୍କ ବିପଦ ସମୟରେ ସେମାନଙ୍କୁ ସହାୟତା କରିବା ପାଇଁ ଏହି ସଂସ୍ଥାମାନେ ସହୃଦୟତାର ସହ ଆଗେଇ ଆସିଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.