Home ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ସଂଗ୍ରାମ ପାଇଁ ମହାରଥୀଙ୍କ ଆହ୍ୱାନ

ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ସଂଗ୍ରାମ ପାଇଁ ମହାରଥୀଙ୍କ ଆହ୍ୱାନ

100

ବ୍ରହ୍ମପୁର: ୧୨/୦୬/୨୦୧୮ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଠାରୁ ହିସାବ ତଲବ ପାଇଁ ଗଞ୍ଜାମ ଜିଲ୍ଲା ଯୁବ କଂଗ୍ରେସ କର୍ମୀମାନେ ଜାଗି ଉଠିବାକୁ ରାଜ୍ୟ ଯୁବ କଂଗ୍ରେସ ସଭାପତି ଶ୍ରୀ ଲୋକନାଥ ମହାରଥୀ ଆହ୍ୱାନ ଦେଇଛନ୍ତି। ଗଞ୍ଜାମ ଜିଲ୍ଲାରୁ ମୁଖ୍ୟମନ୍ତ୍ରୀ , ବି ଜେ ଡି ଏବଂ ବି ଜେ ପି ର ଦୁର୍ନୀତି, ଅନ୍ୟାୟ, ଆତଙ୍କ ରାଜ୍ ବିରୁଦ୍ଧରେ ସଂଗ୍ରାମ ଆରମ୍ଭ କରିବାକୁ ଶ୍ରୀ ମହାରଥୀ ଡାକରା ଦେଇଛନ୍ତି। ଆଜି ବ୍ରହ୍ମପୁର ଠାରେ ଅବିଭକ୍ତ ଗଞ୍ଜାମ ଜିଲ୍ଲା ଏବଂ ଲୋକ ସଭା ସଂସଦୀୟ କ୍ଷେତ୍ରର ଯୁବ କଂଗ୍ରେସ କର୍ମୀ ସମ୍ମିଳନୀରେ ଉଦବୋଧନ ଦେଇ ଶ୍ରୀ ମହାରଥୀ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାରୁ ପାଇଛନ୍ତି କଣ ଓ କଣ ଦେଇଛନ୍ତି ତାହାର ହିସାବ ମାଗିବାକୁ ପରାମର୍ଶ ଦେଇଛନ୍ତି। ବେକାରୀ ସମସ୍ୟା ଲାଗି ରହିଥିବା ବେଳେ ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପରେ ବାହାର ସ୍ଥାନର ଲୋକଙ୍କୁ ନିଯୁକ୍ତି ଦିଆଯିବା ଘଟଣାର ସମୁଚିତ ପ୍ରତିବାଦ ପାଇଁ ସେ ଆହ୍ୱାନ ଦେଇଛନ୍ତି। ଜିଲ୍ଲା ଯୁବ କଂଗ୍ରେସ ନେତା ଶ୍ରୀ ବିଶ୍ୱଜିତ ପାତ୍ରଙ୍କ ସଂଯୋଜନରର ଅନୁଷ୍ଠିତ ଏହି ସମ୍ମିଳନୀରେ ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ସର୍ବଶ୍ରୀ ଦୀପକ ପଟ୍ଟନାୟକ, ପୀତବାସ ପଣ୍ଡା, ସାକା ସୁଜିତ, ବ୍ରହ୍ମପୁର ନଗର କଂଗ୍ରେସ ସଭାପତି ଶ୍ରୀ ପ୍ରମୋଦ ଜେନା, ଶ୍ରୀ ଦେବୀ ପ୍ରସାଦ ବିଶୋଇ ପ୍ରମୁଖ ଉଦବୋଧନ ଦେଇଥିଲେ। ଏଥିରେ ଗଂଜାମ,ଗଜପତି ଜିଲ୍ଲାରୁ ବହୁ ଯୁବ କଂଗ୍ରେସ କର୍ମୀ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.