Home ଜିଲ୍ଲା ପରିକ୍ରମା ମୁଖ୍ୟମନ୍ତ୍ରୀଙ୍କ ବାୟୁ ସ୍ୱାସ୍ଥ୍ୟ ସେବାରେ ୨ ଦିନରେ ବିଶେଷଜ୍ଞ ଡାକ୍ତରଙ୍କ ଦ୍ଵାରା ୫୦୦ ରୋଗୀ ଚିକିତ୍ସିତ...

ମୁଖ୍ୟମନ୍ତ୍ରୀଙ୍କ ବାୟୁ ସ୍ୱାସ୍ଥ୍ୟ ସେବାରେ ୨ ଦିନରେ ବିଶେଷଜ୍ଞ ଡାକ୍ତରଙ୍କ ଦ୍ଵାରା ୫୦୦ ରୋଗୀ ଚିକିତ୍ସିତ ହେଲେ

77

ମାଲକାନଗିରି, ୨୪/୪ (ଓଡ଼ିଆ ପୁଅ) ମାଲକାନଗିରି ଜିଲ୍ଲା ହସ୍ପିଟାଲରେ ଗତକାଲି ଠାରୁ ଆଜି ଅପରାହ୍ନ ପର୍ଯ୍ୟନ୍ତ ଦୁଇ ଦିନ ଭିତରେ ଜିଲ୍ଲାର ପ୍ରାୟ ୫୦୦ ଗୁରୁତର ରୋଗୀ ବିଶେଷଜ୍ଞ ଡାକ୍ତରଙ୍କ ଦ୍ଵାରା ଚିକିତ୍ସିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବାୟୁ ସ୍ୱାସ୍ଥ୍ୟ ସେବା ଯୋଜନାର ଏହା ଦ୍ଵିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ, ଆଜି ଦ୍ଵିତୀୟ ଦିବସରେ ସାତ ଜଣ ଗୁରୁତର ରୋଗୀଙ୍କ ଅପରେସନ, ୫୧ ଜଣଙ୍କର ଏଣ୍ଡୋଷ୍କପ, ୮୦ ଜଣ ହୃଦ ରୋଗୀ, ୫୫ ଜଣ ନେପ୍ରୋଜି, ୯ ଜଣ ୟୁରଲୋଜି ଚିକିତ୍ସିତ ହେବା ସହିତ ୬୬ ଜଣଙ୍କର ଇକୋ ଓ ଅଲ୍ଟ୍ରା ସାଉଣ୍ଡ ପରୀକ୍ଷା କରଯାଇଛି। ଗତ ଦୁଇଦିନ ମଧ୍ୟରେ ମାଲକାନଗିରି ଜିଲ୍ଲା ଓ ପଡ଼ୋଶୀ ସୁକୁମା ଜିଲ୍ଲାରୁ ପ୍ରାୟ ୫୦୦ରୁ ଉର୍ଦ୍ଧ୍ୱ ବିଭନ୍ନ ରୋଗୀ ସେମାନଙ୍କ ରାଗ ପରୀକ୍ଷା କରିବା ସହିତ ଚିକିତ୍ସିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ୟାର ଅମ୍ବୁଲାନ୍ସ ସ୍ୱାସ୍ଥ୍ୟ ସେବା ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ସଫଳତାର ସହିତ କାର୍ଯ୍ୟକାରୀ ହୋଇପାରିଥିବାର ଜଣାପଡିଛି। ଆରମ୍ଭ ହୋଇଯାଇଛି, ସ୍ୱତନ୍ତ୍ର ଏୟାର ଅମ୍ଭୁଲାନ୍ସ ଯୋଗେ କଟକ, ବ୍ରହ୍ମପୁର ମେଡିକାଲ କଲେଜରୁ ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତର ଓ ପ୍ରଫେସରମାନେ ଶନିବାର ଦିନ ଜୟପୁର ଏୟାର ଷ୍ଟ୍ରିପରେ ପହଁଛି ସେଠାରୁ ସ୍ୱତନ୍ତ୍ର ଗାଡ଼ି ଯୋଗେ ମାଲକାନଗିରି ଜିଲ୍ଲା ହସ୍ପିଟାଲରେ ପହଁଛି ଗୁରୁତର ରୋଗୀଙ୍କୁ ଚିକିତ୍ସା କରିଥିଲେ। ଲାପ ସର୍ଜରୀ ପ୍ରଫେସର ଡାକ୍ତର ବନ ବିହାରୀ ମିଶ୍ରଙ୍କ ନେତୃତ୍ତ୍ୱରେ ୟୁରଲୋଜି ଡାକ୍ତର ବେଣୁ ପାଣିଗ୍ରାହୀ, ହାର୍ଟ ଡାକ୍ତର ଚନ୍ଦ୍ରକାନ୍ତ ମିଶ୍ର, ହେପୋଲୋଜି ଡାକ୍ତର ସୁଶାନ୍ତ କୁମାର ଜେନା, ଆନେସ୍ତେସିଆ ଡାକ୍ତର ସିଦ୍ଧାର୍ଥ ରାଉତ, ଗଷ୍ଟ୍ରୋଲୋଜି ଡାକ୍ତର ସୂର୍ଯ୍ୟକାନ୍ତ ପରିଡ଼ା, ଡାକ୍ତର ଡି. ଭି. ରବିଶଙ୍କର, ଡାକ୍ତର ରାହୁଲ ବରୋଇ, ଡାକ୍ତର ଅଭିଳାଚ ତ୍ରିପାଠୀ, ୟସ ଏମ.ତି ଟାଲ, ବିଦ୍ୟାପତି ଆଚାର୍ଯ୍ୟ ବିଶେଷଜ୍ଞ ଡାକ୍ତରମାନେ ରୋଗୀମାନଙ୍କୁ ଚିକିତ୍ସା କରିଥିଲେ। ଆଜି ଏହି ଡାକ୍ତର ଟିମଙ୍କୁ ସିଡିଏମଓ ଡାକ୍ତର ପ୍ରଫୁଲ କୁମାର ନନ୍ଦ, ମେଡିକାଲ ଏଡିଏମଓ ଡାକ୍ତର ଶିବପ୍ରଶାଦ ମହାରଣା, ଏଡିଏମଓ ଡାକ୍ତର ଅନୀଲ କୁମାର ମିଶ୍ର, ହସ୍ପିଟାଲ ମ୍ୟାନେଜର ଶଶାଙ୍କ ଶେଖର ପଣ୍ଡିତ ପ୍ରମୁଖ ଡାକ୍ତର ଓ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀମାନେ ବିଦାୟ କାଳୀନ ସମ୍ବର୍ଦ୍ଧନ ଜଣାଇଥିଲେ। ଏହି ଡାକ୍ତର ଟିମ ଆଜି ଅପରାହ୍ନରେ ଜୟପୁର ଫେରି ଯାଇ ସେଠାରୁ ଏୟାର ଅମ୍ଭୁଲାନ୍ସ ଯୋଗେ ଭୁବନେଶ୍ଵରକୁ ଫେରି ଯାଇଥିଲେ। ମାଲକାନଗିରି ଜିଲ୍ଲାର ରୋଗୀମାନେ ବିଶାଖାପାଟଣା, କଟକ, ବ୍ରହ୍ମପୁର ହସ୍ପିଟାଲକୁ ଖର୍ଚ୍ଚାନ୍ତ ହୋଇ ଚିକିତ୍ସିତ ନିମନ୍ତେ ଯାଉଥିଲେ। ଏବେ ସେଠକାର ଡାକ୍ତରମାନେ ରୋଗୀଙ୍କ ନିକଟରେ ପହଁଛି ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଥିବାରୁ ଜିଲ୍ଲାବାସୀ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ବିଭାଗକୁ ସାଧୁ ବାଦ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.