Home ଜିଲ୍ଲା ପରିକ୍ରମା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଧାମନଗର ବ୍ଲକରେ ୩ ପଂଚାୟତର ନୂତନ ମଡେଲ ଜିପି ଭବନ ଆଭାସି ମାଧ୍ୟମରେ...

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଧାମନଗର ବ୍ଲକରେ ୩ ପଂଚାୟତର ନୂତନ ମଡେଲ ଜିପି ଭବନ ଆଭାସି ମାଧ୍ୟମରେ ଭିତି ପ୍ରସ୍ତର

33

ଭଦ୍ରକ, ୧୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ର ନନ୍ଦୀଗାଁ, ଆନନ୍ଦପୁର ଓ ଅସୁରାଳୀ ପଂଚାୟତ ରେ ମଡେଲ ପଂଚାୟତ ଭବନ ନିର୍ମାଣ ହେବ। ଯାହାକି ଅତ୍ୟାଧୁନିକ ଭାବରେ ନିର୍ମାଣ କରାଯିବ ।ପ୍ରତ୍ୟେକ ପଂଚାୟତ କୁ ୩୫ ଲକ୍ଷ ଟଙ୍କା ପ୍ରଦାନ କରା ଯାଇଛି।ପ୍ରକାଶ ଥାଉକି ପ୍ରଥମେ ରାଜ୍ୟ ର ୪୯୧ ପଂଚାୟତ କୁ ଏହି ସୁଯୋଗ ମିଳିଥିବା ବେଳେ ଧାମନଗର ବ୍ଳକ୍ କୁ ପ୍ରଥମ କରି ତିନୋଟି ପଂଚାୟତ କୁ ମଧ୍ୟ ଏହି ସୁଯୋଗ ମିଳିଛି।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାସି ମାଧ୍ୟମରେ ଭିତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ଅବସର ରେ ଧାମନଗର ପଂଚାୟତ ସମିତି ସମ୍ମିଳନୀ କକ୍ଷରେ ମଧ୍ୟ ଧାମନଗର ବିଡ଼ିଓ ବନ ବିହାରି ଦିନ୍ଧା,ମନ୍ତ୍ରୀ ଙ୍କ ବ୍ଳକ୍ ପ୍ରତିନିଧି ଅଶୋକ କୁମାର ପୁହାଣ,ନଦୀଗାଁ ପଂଚାୟତ ର ସରପଂଚ ଝରଣା ମାଝି, ଅସୁରାଳୀ ପଂଚାୟତ ର ସରପଂଚ ମିନତି ସାହୁ,ଆନନ୍ଦପୁର ପଂଚାୟତ ସରପଂଚ ମିନା ମାଝୀ ସମେତ ବ୍ଲକ ର ଅଧିକାରୀ ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.