Home ଜିଲ୍ଲା ପରିକ୍ରମା ମୁଖ୍ୟମନ୍ତ୍ରୀଙ୍କ ଦ୍ନାରା ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଆଇସିୟୁ ଉଦ୍‌ଘାଟିତ

ମୁଖ୍ୟମନ୍ତ୍ରୀଙ୍କ ଦ୍ନାରା ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଆଇସିୟୁ ଉଦ୍‌ଘାଟିତ

73

ନୟାଗଡ଼, ୧୮ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ୬ ଶଯ୍ୟା ବିଶିଷ୍ଟ ଆଇସିୟୁକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ଶୁକ୍ରବାର ଅପରାହ୍ନରେ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଆ ସି ୟୁ କୁ ଉଦ୍‌ଘାଟନ କରି ନୟାଗଡ଼ବାସୀଙ୍କୁ ହାତ ପାଆନ୍ତାରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେଇଥିବାବେଳେ ଅନୁରୂପ ଭାବେ ଚାନ୍ଦପୁର ବସନ୍ତ ମଞ୍ଜରୀ ଡାକ୍ତରଖାନା ଠାରେ ୬ କେଏଲ ଲିକୁଇଡ୍ ଓ ଚାପ ଅବଶୋଷଣ ପ୍ରଣାଳୀରେ ୪୦୦ ଏଲ୍ ପି ଏମ୍‌ ମେଡିକାଲ ଅକ୍ସଜେନ୍‌ ଉତ୍ପାଦନ ଓ ବଂଟନ ବ୍ୟବସ୍ଥାର ଶିଳାନ୍ୟାସ କରି ଡବଲ ଖୁସି ଦେଇଛନ୍ତି। ନୟାଗଡ଼ ମୁଖ୍ୟ ଚିକିତ୍ସାଳୟ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନୟାଗଡ଼ର ବିଧାୟକ ତଥା କୃଷି, ଉଚ୍ଚଶିକ୍ଷା, ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଡ.ଅରୁଣ କୁମାର ସାହୁ, ରଣପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନ ଓ ଜିଲ୍ଲାପାଳ ଡ.ପୋମା ଟୁଡୁ ପ୍ରମୁଖ ଉପସ୍ଥିତ ଥିଲେ। କରୋନା ମହାମାରୀରେ ପ୍ରତିଟି ଜୀବନ ମୂଲ୍ୟବାନ ମନେକରି ସ୍ୱାସ୍ଥ୍ୟସେବାକୁ ସବୁବେଳେ ପ୍ରାଥମିକତା ଦେଇଆସିଛନ୍ତି। ସ୍ୱାସ୍ଥ୍ୟସେବାକୁ ସୃଦୃଢ କରିବାକୁ ଯାଇ ସରକାର ଅନେକ ସମୟୋଚିତ ପଦେକ୍ଷେପ ନେଇଥିବାବେଳେ ଓଡ଼ିଶା ସଫଳତାର ସହ ଭୂତାଣୁ ଲଢେଇ କରି ଜିତି ପାରିଛି ବୋଲି ମନ୍ତ୍ରୀ ଡ.ସାହୁ କହିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପିଡି ସୁବାସ ଚନ୍ଦ୍ର ରାୟ, ଡିଏଫଓ ଏଚ୍ ଡି ଧନରାଜ, ଉପଜିଲ୍ଲାପାଳ ଲଗ୍ନଜିତ ରାଉତ, ସିଡିଏମ୍‌ଓ ଶକ୍ତି ପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.