Home ଜିଲ୍ଲା ପରିକ୍ରମା ମୁଖ୍ୟମନ୍ତ୍ରୀଙ୍କୁ ଚରମ୍ପା ସାହିତ୍ୟ ସଂସ୍କୃତି ମଞ୍ଚ ପକ୍ଷରୁ କୃତଜ୍ଞତା

ମୁଖ୍ୟମନ୍ତ୍ରୀଙ୍କୁ ଚରମ୍ପା ସାହିତ୍ୟ ସଂସ୍କୃତି ମଞ୍ଚ ପକ୍ଷରୁ କୃତଜ୍ଞତା

44

ଭଦ୍ରକ, ୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କାନ୍ତକବିଙ୍କ ଦ୍ୱାରା ରଚିତ ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତ ସଡ଼ିଶାର ଜନସାଧାରଣଙ୍କ ଦ୍ୱାରା ରାଜ୍ୟର ଜାତୀୟ ସଂଗୀତ ଭାବରେ ଦୀର୍ଘ ଦିନରୁ ସ୍ୱୀକୃତି ଲାଭ କରି ସାରିଛି । ଯାହା ଗତ ୭ ତାରିଖରେ ଓଡ଼ିଶା ସରକାରଙ୍କ ଦ୍ୱାରା ସରକାରୀ ଭାବେ ସ୍ୱୀକୃତି ପାଇଲା । ଜନସାଧାରଣଙ୍କ ସ୍ୱାଭିମାନ, ଆଶା ଓ ଆକାଙ୍‌କ୍ଷାକୁ ବିଚାରକୁ ନେଇ ସରକାର ନେଇଥିବା ନିଷ୍ପତିକୁ ଭଦ୍ରକର ‘ଚରମ୍ପା ସାହିତ୍ୟ ସଂସ୍କୃତି ମଞ୍ଚ’ ସ୍ୱାଗତ କରିବା ସହିତ ଓଡ଼ିଶା ସରକାର ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ପ୍ରଦାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.