Home ଓଡ଼ିଶା ମୁକ୍ତା ଯୋଜନାରେ କେନ୍ଦ୍ରାପଡା ପୈାରାଞ୍ଚଳ ପାଇଁ ୨କୋଟି ୬୩ଲକ୍ଷ ମଞ୍ଜୁର

ମୁକ୍ତା ଯୋଜନାରେ କେନ୍ଦ୍ରାପଡା ପୈାରାଞ୍ଚଳ ପାଇଁ ୨କୋଟି ୬୩ଲକ୍ଷ ମଞ୍ଜୁର

37

କେନ୍ଦ୍ରାପଡ଼ା, ୨୨ା୧୧ (ଓଡ଼ିଆ ପୁଅ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁକ୍ତା ଯୋଜନାରେ କେନ୍ଦ୍ରାପଡା ପୈାରାଞ୍ଚଳର ୪୭ଟି ପ୍ରକଳ୍ପ ପାଇଁ ୨କୋଟି ୬୩ଲକ୍ଷ ଟଙ୍କାର ପ୍ରକଳ୍ପ ଅନୁମୋଦନ କରିଥିବାରୁ କେନ୍ଦ୍ରାପଡା ବିଜୁ ଜନତା ଦଳ ଏବଂ ପୈାରାଳିକାର ଅଧିବାସୀମାନଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଶୁଭେଛା ଓ କୃତଜ୍ଞତା ଜଣାଇଛନ୍ତି କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା। ଅନୁମୋଦନ ହୋଇଥିବା ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ କେନ୍ଦ୍ରାପଡା ପୈାରାଞ୍ଚଳର ୧ନମ୍ବର ୱାର୍ଡରେ ୫ଲକ୍ଷ ଟଙ୍କାରେ ଗୋଟିଏ ଶିଶୁ କ୍ରୀଡା ଉଦ୍ୟାନ, ୩ନମ୍ବର ୱାର୍ଡରେ ୨ଟି ପାକ, ୨ଟି ଶିଶୁ କ୍ରୀଡା ଉଦ୍ୟାନ, ୨ଟି ୱାକିଂ ଟ୍ରାକ ଓ ଗୋଟିଏ ରାସ୍ତାକଡ ଶୈାଚାଳୟ ନିର୍ମାଣ ପାଇଁ ୧୪.୦୫ଲକ୍ଷ, ୪ନମ୍ବର ୱାର୍ଡରେ ଗୋଟିଏ ଶିଶୁ କ୍ରୀଡା ଉଦ୍ୟାନ ପାଇଁ ୫ଲକ୍ଷ, ୫ନମ୍ବର ୱାର୍ଡରେ ଗୋଟିଏ ଶିଶୁ କ୍ରୀଡା ଉଦ୍ୟାନ, ଗୋଡିଏ ଖେଳ ପଡିଆ, ରାସ୍ତାକଡ ଶୈାଚାଳୟ ୨ଟି ପାଇଁ ୧୫ଲକ୍ଷ, ୬ନମ୍ବର ୱାର୍ଡରେ ଗୋଟିଏ ପାର୍କ, ଗୋଟିଏ ଶିଶୁ କ୍ରୀଡା ଉଦ୍ୟାନ, ଗୋଟିଏ ୱାକିଂ ଟ୍ରାକ, ଗୋଟିଏ ଖେଳ ପଡିଆ, ଗୋଟିଏ ରାସ୍ତାକଡ ଶୈାଚାଳୟ ପାଇଁ ୧୮.୨୪ଲକ୍ଷ, ୮ନମ୍ବର ୱାର୍ଡରେ ଗୋଟିଏ ପାର୍କ, ଗୋଟିଏ ଶିଶୁ କ୍ରୀଡା ଉଦ୍ୟାନ, ୨ଟି ୱାକିଂ ଟ୍ରାକ, ଗୋଟିଏ ରାସ୍ତାକଡ ଶୈାଚାଳୟ ପାଇଁ ୧୦.୭୪ଲକ୍ଷ, ୯ନମ୍ବର ୱାର୍ଡରେ ଗୋଟିଏ ରାସ୍ତାକଡ ଶୈାଚାଳୟ ପାଇଁ ୨.୭୫ଲକ୍ଷ, ୧୧ନମ୍ବର ୱାର୍ଡରେ ଗୋଟିଏ ପାର୍କ, ଗୋଟିଏ ପବ୍ଲିକ ଜିମ, ଗୋଟିଏ ଶିଶୁ କ୍ରୀଡା ଉଦ୍ୟାନ, ୨ଟି ୱାକିଂ ଟ୍ରାକ, ଗୋଟିଏ ରାସ୍ତାକଡ ଶୋଚାଳୟ ପାଇଁ ୧୪.୯୨ଲକ୍ଷ, ୧୨ନମ୍ବର ୱାର୍ଡରେ ୬ଟି ପାର୍କ, ଗୋଟିଏ ପବ୍ଲିକ ଜିମ, ୬ଟି ଶିଶୁ କ୍ରୀଡା ଉଦ୍ୟାନ, ୭ଟି ୱାକିଂ ଟ୍ରାକ, ଗୋଟିଏ ଖେଳ ପଡିଆ, ୨ଟି ରାସ୍ତାକଡ ଶୈାଚାଳୟ ପାଇଁ ୬୯.୨୨ଲକ୍ଷ, ୧୩ନମ୍ବର ୱାର୍ଡରେ ଗୋଟିଏ ୱାକିଂ ଟ୍ରାକ ଓ ଗୋଟିଏ ଜଳାଶୟ ପାଇଁ ୮ଲକ୍ଷ, ୧୭ନମ୍ବର ୱାର୍ଡରେ ଗୋଟିଏ ରାସ୍ତାକଡ ଶୈାଚାଳୟ ପାଇଁ ୨.୭୫ଲକ୍ଷ, ୧୮ନମ୍ବର ୱାର୍ଡରେ ଗୋଟିଏ ପାର୍କ, ଗୋଟିଏ ପବ୍ଲିକ ଜିମ, ଗୋଟିଏ ଶିଶୁ କ୍ରୀଡା ଉଦ୍ୟାନ, ଗୋଟିଏ ୱାକିଂ ଟ୍ରାକ ପାଇଁ ୯.୧୭ଲକ୍ଷ ଓ ୧୯ନମ୍ବର ୱାର୍ଡରେ ୨ଟି ୱାକିଂ ଟ୍ରାକ ପାଇଁ ୩୦ଲକ୍ଷ ଟଙ୍କାର ଅନୁଦାନ ମଞ୍ଜୁର ହୋଇଥିବା କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା ସୋମବାର ସନ୍ଧ୍ୟାରେ ଇଛାପୁରସ୍ଥିତ ଯାତ୍ରୀ ନିବାସ ପରିସରରେ ଆହୁତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏତଦବ୍ୟତିତ କେନ୍ଦ୍ରାପଡା ସହରର (ତିନିମୁହାଣି ଠାରୁ ଅଙ୍ଗୁଳେଇ ପର୍ଯ୍ୟନ୍ତ)ମୁଖ୍ୟ ରାସ୍ତାକୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇ ଖୁବ ଶୀଘ୍ର ସେହି ରାସ୍ତାର କାର୍ଯ୍ୟ କରାଯିବ ବୋଲି ବିଧାୟକ ଶ୍ରୀ ବେହେରା କହିଥିଲେ। ଏହାଛଡା ବସ୍ତିଅଞ୍ଚଳ ଉନ୍ନୟନ କରାଯିବା ସହ କାକଟ- ସାନ୍ତସାହି କେନାଲବନ୍ଧ ରାସ୍ତା, ଗୋବରୀ ନଦୀ ବନ୍ଧ ବାଇପାସ ରାସ୍ତାକୁ ଅଧିକ ଚଉଡା କରାଯାଇ ଉନ୍ନତ କରାଯିବ ବୋଲି ବିଧାୟକ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ଦେବଦାସ ମହାନ୍ତି, କାଳି ପ୍ରସାଦ ମିଶ୍ର, ରୋସ୍ôନା ସାହୁ, ଭକ୍ତିଲତା କର, ଦୁର୍ଗା ପ୍ରସାଦ ପତି ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.