Home ଜିଲ୍ଲା ପରିକ୍ରମା ମୁଁ ଓଡିଆ’ ର ଜିଲାସ୍ତରୀୟ କମିଟି ଗଠିତ

ମୁଁ ଓଡିଆ’ ର ଜିଲାସ୍ତରୀୟ କମିଟି ଗଠିତ

71
???????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

 

ଭଦ୍ରକ, ୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ‘ମୁଁ ଓଡ଼ିଆ ମୋ ଭାଷା ବଢିଆ’। ମୋ ମାଆ , ମାଟି , ମାତୃଭାଷା ସବୁଠାରୁ ମହାନ। ଲୋକ ଭାଷା, ଲୋକ ସାହିତ୍ୟ , ପୁରାଣ ଶାସ୍ତ୍ରର ଗାଥା ଏବଂ କିମ୍ବଦନ୍ତୀ ତଥା ମହାପୁରୁଷଙ୍କ ଜୀବନୀ ବ୍ୟକ୍ତିର ବ୍ୟକ୍ରିତ୍ୱକୁ ବିକଶିତ କରାଏ। ଯେତେ ଭାଷା ଅଛି ଏ ବିଶ୍ୱରେ, ଯେତେ ଶବ୍ଦ ଅଛି ହୃଦୟରେ, ଯେତେ କଥା ଅଛି ଭାବନାରେ ସବୁଠାରୁ ବଢିଆ ମୋ ଭାଷା ଓଡ଼ିଆ। ଏହି ଶବ୍ଦ ଆଜି ପ୍ରତ୍ୟେକ ଓଡ଼ିଆଙ୍କର ଜୀବନରେ ଏକମାତ୍ର ଧ୍ୟେୟ ହେବା ଉଚିତ୍‌। ତେବେ ଯାଇ ଓଡ଼ିଶା ରାଜ୍ୟ ଗଠନରେ ଶ୍ରମଦାନ କରିଥିବା ଏ ଜାତିକୁ ସମଗ୍ର ବିଶ୍ୱରେ ବଳିଷ୍ଠ ଯୋଦ୍ଧାର ପରିଚୟ ଦେଇଥିବା ମହାପୁରୁଷମାନଙ୍କର ସ୍ୱପ୍ନ ସାକାର ହେବା ସହିତ ଓଡ଼ିଆ ଅସ୍ମିତାର ପ୍ରତୀକ ଶ୍ରୀଜଗନ୍ନାଥଙ୍କ ମହିମା ବିଶ୍ୱବିଦିତ ହୋଇପାରିବ। ଦେଶ ତଥା ବିଦେଶରେ ରହୁଥିବା ପ୍ରତ୍ୟେକ ଓଡ଼ିଆମାନେ ସ୍ୱାଭିମାନରେ କହିବେ ‘ମୁଁ ଓଡ଼ିଆ ମୋ ଭାଷା ବଢିଆ’। ବିଶ୍ୱର କୋଣାନୁକୋଣରେ ରହୁଥିବା ପ୍ରତ୍ୟେକ ଓଡ଼ିଆ ଏଭଳି ଏକ ଅନୁଷ୍ଠାନର ଛତ୍ରଛାୟା ତଳେ କାୟମନୋବାକ୍ୟରେ ଏକ ହୋଇ ରହିଲେ ଓଡିଆ ଭାଷା ସମୃଦ୍ଧ ହୋଇପାରିବ ବୋଲି ଆଜି ‘ମୁଁ ଓଡ଼ିଆ’ ଅନୁଷ୍ଠାନର ପ୍ରସ୍ତୁତି ବୈଠକରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି। ‘ମୁଁ ଓଡ଼ିଆ ‘ ପ୍ରତିଷ୍ଠାନର ପ୍ରତିଷ୍ଠାତା ଓଡିଆ ଭାଷା ସାହିତ୍ୟ ଗବେଷକ ପଣ୍ଡିତ ଦୈତ୍ୟାରି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ନିକଟସ୍ଥ ‘ଗୁରୁଜ୍ଞାନ ଏକାଡେମୀ’ ପରିସରରେ ଜିଲାସ୍ତରୀୟ ପ୍ରସ୍ତୁତି ବୈଠକରେ ବିଭୂତି ଭୂଷଣ ସେନାପତି ମୁଖ୍ୟଅତିଥି ଏବଂ ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ, ଅରୁଣ କୁମାର ମଲ୍ଲିକ, ଡାକ୍ତର କିରଣ ଚନ୍ଦ୍ର ଗୁଇଁ, ଅଧ୍ୟାପକ ସିଦ୍ଧେଶ୍ୱର ସାହୁ, ନାଟ୍ୟ ନିର୍ଦ୍ଦେଶକ ଗୌରାଙ୍ଗ ଚନ୍ଦ୍ର ବାରିକ, ପଣ୍‌ତିତ ସଞ୍ଜୟ ପାଢ଼ୀ ଶର୍ମା ପ୍ରମୁଖ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ଓଡ଼ିଆ ଭାଷା ବିଶ୍ୱର ସର୍ବ ପ୍ରାଚୀନ ଭାଷା ବୋଲି ନିଜ ନିଜର ଯୁକ୍ତିମୂଳକ ବକ୍ତବ୍ୟ ରଖିଥିଲେ।ଏଥି ସହ ଆନ୍ତର୍ଜାତୀୟ ସ୍ତରରେ ‘ମୁଁ ଓଡ଼ିଆ’ ନାମକ ଏକ ସଂଗଠନ ପ୍ରତିଷ୍ଠା ହୋଇ ଥିବାରୁ ଏହାର ପ୍ରତିଷ୍ଠାତା ପଣ୍ଡିତ ଦୈତ୍ୟାରି ମହାପାତ୍ରଙ୍କୁ ଭୂୟସୀ ପ୍ରଶଂସା କରିଥିଲେ।ଏହି ଅବସରରେ ଉପସ୍ଥିତ ଥିବା ଭଦ୍ରକ ଜିଲ୍ଲାର ବୁଦ୍ଧିଜୀବୀ ତଥା ସାହିତ୍ୟିକ ମାନଙ୍କୁ ନେଇ ଏକ ଜିଲ୍ଲାସ୍ତରୀୟ କମିଟି ଗଠନ କରାଯାଇଛି। ସର୍ବସମ୍ମତି କ୍ରମେ ପ୍ରାବନ୍ଧିକ ବିଭୂତି ଭୂଷଣ ସେନାପତିଙ୍କୁ ସଭାପତି, ଆଦର୍ଶ ଶିକ୍ଷକ ଅରୁଣ କୁମାର ମଲ୍ଲିକଙ୍କୁ କାର୍ଯ୍ୟକାରୀ ସଭାପତି, ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟଙ୍କୁ ଆବାହକ, ଅଧ୍ୟାପକ ମନୋରଞ୍ଜନ ବାରିକଙ୍କୁ ସଂଯୋଜକ, ବେଷ୍ଟ ଇଞ୍ଜିନିୟରିଂ କଲେଜର ଅଧ୍ୟକ୍ଷ ଇଂ ରବୀନ୍ଦ୍ର କୁମାର ଜେନା, ଅଧ୍ୟାପକ ସିଦ୍ଧେଶ୍ୱର ସାହୁ, ଗୀତାରାଣୀ ଆଇଚଙ୍କୁ ଉପସଭାପତି, ପ୍ରଶାନ୍ତ କୁମାର ତ୍ରିପାଠୀଙ୍କୁ ସାଧାରଣ ସମ୍ପାଦକ, ରଶ୍ମିତା ଦାଶଙ୍କୁ ସମ୍ପାଦିକା, ନିର୍ମଳ ବେହୁରିଆଙ୍କୁ ସହ ସମ୍ପାଦକ,ଦୀପାଳୀ ନାୟକ, ମନସ୍ମିତା ଦାସଙ୍କୁ ଯୁଗ୍ମ ସମ୍ପାଦିକା, ସଂଯୁକ୍ତା ବଳଙ୍କୁ ସଂଗଠନ ସମ୍ପାଦିକା, ପ୍ରଶାନ୍ତ କୁମାର ମହଲଙ୍କୁ ସାଂସ୍କୃତିକ ସମ୍ପାଦକ, ପଣ୍‌ତିତ ସଞ୍ଜୟ ପାଢ଼ୀ ଶର୍ମାଙ୍କୁ କୋଷାଧ୍ୟକ୍ଷ, ଅତଶ୍ୱିନୀ ମିଶ୍ର, ଦମୟନ୍ତୀ ରାଉତ, ସୁଶ୍ରୀ ସଙ୍ଗୀତା ସାହୁ, ମନୋରମା ରାୟ, ପ୍ରଦୀପ କୁମାର ଜେନା, ସମୀର କୁମାର ଜେନା, ଗୌରାଙ୍ଗ ଚନ୍ଦ୍ର ବାରିକ , ନିର୍ମଳ କୁମାର ବେହୁରିଆଙ୍କୁ ସହ ସମ୍ପାଦକ, ସାମ୍ବାଦିକ ଶଶି ଭୂଷଣ ସ୍ୱାମୀଙ୍କୁ ମିଡିଆ ସେଲର ଅଧ୍ୟକ୍ଷ ଏବଂ ଗୋସ୍ୱାମୀ ଆରୂପାନନ୍ଦ ଦାସଙ୍କୁ ଉପାଧ୍ୟକ୍ଷ ଭାବେ ସର୍ବ ସମ୍ମତି କ୍ରମେ ମନୋନୟନ କରାଯାଇଥିବା ବେଳେ ଅଧ୍ୟାପକ ଗୋପାଳ ପ୍ରସାଦ ମହାପାତ୍ର, ବିପ୍ଳବ ହୋତା, ନିତ୍ୟାନନ୍ଦ ମଲ୍ଲିକ, ଆଶୁତୋଷ କରଣ, ପର୍ଶୁରାମ ପଣ୍ଡା, ଅଶୋକ କୁମାର ଖିଲାର, ଶ୍ରଦ୍ଧାଞ୍ଜଳି ମିଶ୍ର, ଅଧ୍ୟାପକ ପ୍ରତାପ କୁମାର ମହାନ୍ତି, ଅଧ୍ୟାପିକା ସଂଯୁକ୍ତା ଭାରତୀ, ପ୍ରବଚିକା ବିଶ୍ୱମୈତ୍ରୀ ନାୟକ, ରମେଶ ଚନ୍ଦ୍ର ସ୍ୱାଇଁ, ଇଂ ଶଶାଙ୍କ ଶେଖର ପଣ୍ଡା, ନିରଞ୍ଜନ ବାରିକ୍‌, ରମାମଣି ପଣ୍ଡା, ଅଧ୍ୟାପକ ଅବନୀ ଦାଶ, ଅଧ୍ୟାପକ ଗୌତମ ମିଶ୍ର , ରୋଜାଲିନ ରାଉତ, ଶ୍ରୀଧର ଜେନା , ବୈକୁଣ୍ଠ ନାଥ ଓଝା, ଅଜୟ କୁମାର ମହାପାତ୍ରଙ୍କୁ କାର୍ଯ୍ୟନିର୍ବାହୀ ସଦସ୍ୟ ସଦସ୍ୟା ଭାବେ ମନୋନୀତ କରାଯାଇଛି। ଏହିଭଳି ଭାଷା ସାହିତ୍ୟ ସଂସ୍କୃତି ସଂପନ୍ନ ଗବେଷଣାଧର୍ମୀ ପ୍ରତିଷ୍ଠାନକୁ ଦିଗ୍ଦର୍ଶନ ଦେବା ପାଇଁ ଅନୁଷ୍ଠାନ ପକ୍ଷରୁ ସ୍ୱର୍ ସମ୍ମତି କ୍ରମେ ପ୍ରଫେସର ଗୋଲାଲ ବିହାରୀ ସାହୁ, ପ୍ରଫେସର ମନୀନ୍ଦ୍ର ମହାନ୍ତି, ଅଧ୍ୟାପକ ସୁରେନ୍ଦ୍ର ମହାନ୍ତି, ଡକ୍ଟର ରାମଚନ୍ଦ୍ର ପଣ୍ଡା, ଶିକ୍ଷାବିତ୍ ଗଗନ ବିହାରୀ ରାଉତ, ହରମୋହନ କୁଅଁର ଏବଂ ଡାକ୍ତର କିରଣ ଚନ୍ଦ୍ର ଗୁଇଁ ଙ୍କୁ ଉପଦେଷ୍ଟା ଭାବେ ସମ୍ମାନର ସହିତ ମନୋନୟନ କରାଯାଇଛି। ଉପସ୍ଥିତ ଅତିଥି ଏବଂ ନବ ନିର୍ବାଚିତ କେନ୍ଦ୍ରୀୟ କର୍ମକର୍ତାମାନେ ଅଂଶଗ୍ରହଣ କରି ଓଡ଼ିଆ ଭାଷା ଉପରେ ନିଜ ନିଜର ମତ ଓ ମନ୍ତବ୍ୟ ରଖିଥିଲେ। ଖୁବ୍ ଭଲ ଓଡ଼ିଶାର ପ୍ରତ୍ୟେକ ଜିଲାରେ ‘ମୁଁ ଓଡ଼ିଆ’ ପକ୍ଷରୁ ଜିଲାସ୍ତରୀୟ କମିଟି ଗଠନ କରାଯାଇ ଓଡ଼ିଶା ସମେତ ଦେଶର ପ୍ରତ୍ୟେକ ରାଜ୍ୟରେ ରାଜ୍ୟସ୍ତରୀୟ ‘ମୁଁ ଓଡ଼ିଆ’ କମିଟି ଗଠନ କରାଯିବ ବୋଲି ଅନୁଷ୍ଠାନର ପ୍ରତିଷ୍ଠାତା ସୂଚନା ଦେଇଥିଲେ। ଶେଷରେ ଏ ବି ମହାବିଦ୍ୟାଳୟର ଲାଇବ୍ରେରିୟାନ ସୁଶ୍ରୀ ଅତଶ୍ୱିନୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.