Home ଜିଲ୍ଲା ପରିକ୍ରମା ମିଶନ ବାତ୍ସଲ୍ୟ ଅନ୍ତର୍ଗତ ପୃଷ୍ଠପୋଷକତା ଯୋଜନା, ଶିଶୁମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳମୟ ପାଇଁ ପରାମର୍ଶ ସଭା

ମିଶନ ବାତ୍ସଲ୍ୟ ଅନ୍ତର୍ଗତ ପୃଷ୍ଠପୋଷକତା ଯୋଜନା, ଶିଶୁମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳମୟ ପାଇଁ ପରାମର୍ଶ ସଭା

8

ଭଦ୍ରକ, ୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ,ଭଦ୍ରକ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଆୟୋଜିତ ମିଶନ ବାତ୍ସଲ୍ୟ ଅନ୍ତର୍ଗତ ପୃଷ୍ଠପୋଷକତା ଯୋଜନା ରେ ଅନ୍ତର୍ଭୁକ୍ତ ହିତାଧିକାରୀ ଶିଶୁ ମାନଙ୍କ ନିମନ୍ତେ ଉଚିତ୍ ଶିକ୍ଷା ଓ ସହାୟତା ରାଶି ର ବିନିଯୋଗ ସମ୍ବନ୍ଧୀୟ ସଭା ଭଦ୍ରକ ପୌରପାଳିକା ସଭାଗୃହ ପରିସରରେ ଅନୁଷ୍ଠିତ ହୋଇ ଯାଇଛି ।ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ସଭାରେ ଜିଲ୍ଲା କର୍ମନିୟୋଜନ ଅଧିକାରିଣୀ ଅନିତା ନାୟକ ଯୋଗଦାନ କରିଥିଲେ ।ଶିଶୁ ସୁରକ୍ଷା ଶାଖାର ଆଇନ ପ୍ରୋବେସନ ଅଧିକାରୀ ସୁବ୍ରତ ଦାସ ଙ୍କ ସଂଯୋଜନା ସଭାରେ ଅଣ ଆନୁଷ୍ଠାନିକ ଅଧିକାରିଣୀ ସ୍ୱାଗତିକା ବାରିକ୍ ପ୍ରାରମ୍ଭିକ ସୂଚନା ଓ ଅଭିଭାଷଣରେ ରେ ,ଶିକ୍ଷା,ସ୍ୱାସ୍ଥ୍ୟ ଓ ପୃଷ୍ଟି ସାଧନ ନିମନ୍ତେ ପରିବାର ରେ ରହୁଥିବା ପିତୃମାତୃହୀନ ଶିଶୁ ବା ଅବହେଳିତ,ଅସୁରକ୍ଷିତ ଓ ଆର୍ôଥକ ଅନଗ୍ରସର ରେ ଥିବା ୮୪ ଜଣ ଶିଶୁ ମାନଙ୍କୁ ମିଶନ ବାତ୍ସଲ୍ୟ ଯୋଜନା ରେ ଅନ୍ତର୍ଭୁକ୍ତ କରି ପୃଷ୍ଠପୋଷକତା ସହାୟତା ରାଶି ୟୁନିଟ ତରଫରୁ ଯୋଗାଇ ଦିଆଯାଉଛି।ମାତ୍ର ଉକ୍ତ ରାଶି ର ଉଚିତ୍ ବିନିଯୋଗ ସହ ଶିଶୁ ମାନଙ୍କୁ ପରବର୍ତୀ ଯତ୍ନ ନିମନ୍ତେ ଶିକ୍ଷା ,ବୈଷୟିକ ଶିକ୍ଷା ଓ ଧନ୍ଦାମୂଳକ ଶିକ୍ଷା ମାଧ୍ୟମରେ ଆତ୍ମନିର୍ଭରଶୀଳ ଓ ସ୍ୱରୋଜଗାର କ୍ଷମ ହୋଇପାରିବେ ବୋଲି ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ବାରିକ ଉଲ୍ଲେଖ କରିଥିଲେ । ଜିଲ୍ଲା କର୍ମନିୟୋଜନ ଅଧିକାରିଣୀ ଅନିତା ନାୟକ ହିତାଧିକାରୀ ଶିଶୁ ମାନଙ୍କ ନିମନ୍ତେ ବିଭିନ୍ନ ବୈଷୟିକ ଶିକ୍ଷା ଓ ଧନ୍ଦାମୂଳକ ତାଲିମ ସମ୍ବନ୍ଧରେ ଦର୍ଶାଇ ଥିଲେ ।ପ୍ରତ୍ୟେକ ଶିଶୁ ଓ ଅଭିଭାବକ ମାନେ ସରକାରଙ୍କ ଯୋଜନାକୁ ଫଳପ୍ରଦ କରିବା ସହ ଶିଶୁ ମାନଙ୍କ ଭବିଷ୍ୟତ ଉଜ୍ଜଳ ମୟ କରିବା ପାଇଁ ଶିଶୁ ସୁରକ୍ଷା ବିଭାଗ ର ଆଇନ ପ୍ରୋବେସନ ଅଧିକାରୀ ସୁବ୍ରତ ଦାସ ପରାମର୍ଶ ଦେଇଥିଲେ ।ଏହି ସଭାରେ ସମସ୍ତ ହିତାଧିକାରୀ ଶିଶୁ ଓ ଅଭିଭାବକ ସମେତ ଶିଶୁ ବିକାଶ ବିଭାଗ ର କର୍ମକର୍ତା ଅଂଶଗ୍ରହଣ କରିଥିଲେ । ଆସିୟାନା ର ସଂଯୋଜକ ରିୟାଜ ଅହମଦ, ଚାଇଲ୍ଡ ଲାଇନ ର ନବୀନ ଚନ୍ଦ୍ର ବେହେରା, ଚନ୍ଦ୍ରକାନ୍ତ ଗୋଚ୍ଛାୟତ,ଲକ୍ଷ୍ମଣ ଜେନା,ଲକ୍ଷ୍ମୀକାନ୍ତ ସେଠୀ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ ।ପରିଶେଷରେ ଶିଶୁ ସୁରକ୍ଷା ୟୁନିଟ ର ସୁରକ୍ଷା ଅଧିକାରିଣୀ ସ୍ୱାଗତିକା ବାରିକ୍ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.