Home Top News ମିଶନାରୀଜ୍ ଅଫ ଚାରିଟି (ଏମଓସି)ର ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରିନାହିଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ

ମିଶନାରୀଜ୍ ଅଫ ଚାରିଟି (ଏମଓସି)ର ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରିନାହିଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ

21

– ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ)ର ସୂଚନା : ମିଶନାରୀଜ୍ ଅଫ ଚାରିଟି ପକ୍ଷରୁ ହିଁ ନିଜ ଆକାଉଣ୍ଟକୁ ଫ୍ରିଜ୍ କରିବା ଲାଗି ଏସବିଆଇକୁ ଅନୁରୋଧ କରାଯାଇଥିଲା
– ପ୍ରତିକୂଳ ଇନପୁଟ୍ କାରଣରୁ ଏଫସିଆରଏ ପଞ୍ଜୀକରଣ ପାଇଁ କରାଯାଇଥିବା ନବୀକରଣ ଆବେଦନକୁ ଅସ୍ବୀକାର କରି ଦିଆଯାଇଛି
– ନବୀକରଣ ଆବେଦନ ଅସ୍ବୀକାରକୁ ପୁନଃସମୀକ୍ଷା ଲାଗି ମିଶନାରୀଜ୍ ଅଫ୍ ଚାରିଟି ପକ୍ଷରୁ କୌଣସି ଅନୁରୋଧ କିମ୍ବା ସଂଶୋଧିତ ଆବେଦନ ପ୍ରାପ୍ତ ହୋଇନାହିଁ

ନୂଆ ଦିଲ୍ଲୀ ୨୮-୧୨ (ଓଡ଼ିଆ ପୁଅ) ବିଦେଶୀ ଯୋଗଦାନ ନିୟାମକ ଆଇନ (ଏଫସିଆରଏ) ଅଧୀନରେ ମିଶନାରୀଜ୍‌ ଅଫ ଚାରିଟି (ଏମଓସି) ପକ୍ଷରୁ ଏଫସିଆରଏ ପଞ୍ଜୀକରଣର ନବୀକରଣ ଲାଗି କରାଯାଇଥିବା ଆବେଦନ ୨୫ ଡିସେମ୍ବର ୨୦୨୧ରେ ଖାରଜ କରି ଦିଆଯାଇଥିଲା। ଏଫସିଆରଏ ୨୦୧୦ ଏବଂ ବିଦେଶୀ ଯୋଗଦାନ ନିୟାମକ ନିୟମ (ଏଫସିଆରଆର) ୨୦୧୧ ଅଧୀନରେ ଯୋଗ୍ୟତା ସର୍ତ୍ତ ପୂରଣ କରିପାରୁନଥିବା କାରଣରୁ ଏହି ଆବେଦନକୁ ଅସ୍ବୀକାର କରାଯାଇଥିଲା। ନବୀକରଣ ଅସ୍ବୀକାର କରାଯିବାକୁ ପୁନଃସମୀକ୍ଷା ଲାଗି ମିଶନାରୀଜ୍‌ ଅଫ ଚାରିଟି (ଏମଓସି) ପକ୍ଷରୁ କୌଣସି ଅନୁରୋଧ/ସଂଶୋଧିତ ଆବେଦନ ହସ୍ତଗତ ହୋଇନାହିଁ।

ମିଶନାରୀଜ୍‌ ଅଫ୍‌ ଚାରିଟି (ଏମଓସି)କୁ ଏଫସିଆରଏ ଅଧୀନରେ ପଞ୍ଜୀକରଣ ସଂଖ୍ୟା ହେଉଛି ୧୪୭୧୨୦୦୦୧ ଏବଂ ଏହାର ପଞ୍ଜୀକରଣ ଅବଧି ୩୧ ଅକ୍ଟୋବର ୨୦୨୧ ପର୍ଯନ୍ତ ବୈଧ ଥିଲା। ପରେ, ଏହାର ବୈଧତାକୁ ୩୧ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଥିଲା। ଅନ୍ୟ ଯେଉଁସବୁ ଏଫସିଆର ସଂସ୍ଥାଗୁଡ଼ିକର ନବୀକରଣ ଆବେଦନ ପଡ଼ି ରହିଥିଲା ସେମାନଙ୍କ ସହିତ ଓମଓସିର ନବୀକରଣ ବୈଧତାକୁ ଉପରୋକ୍ତ ତାରିଖ ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଇଥିଲା।

ତେବେ ଏମଓସିର ନବୀକରଣ ସଂକ୍ରାନ୍ତ ଆବେଦନ ଉପରେ ବିଚାର କରିବା ସମୟରେ କେତେକ ପ୍ରତିକୂଳ ଇନପୁଟ୍‌ ମିଳିଥିଲା। ରେକର୍ଡରେ ଦାଖଲ ହୋଇଥିବା ଇନପୁଟକୁ ଧ୍ୟାନରେ ରଖି ଏମଓସିର ନବୀକରଣ ସଂକ୍ରାନ୍ତ ଆବେଦନକୁ ମଞ୍ଜୁରି ମିଳିନଥିଲା। ଏମଓସିର ପଞ୍ଜୀକରଣ ୩୧ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ବୈଧ ଥିଲା। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏମଓସିର କୌଣସି ଆକାଉଣ୍ଟକୁ ଫ୍ରିଜ୍‌ କରିନାହିଁ। ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ପକ୍ଷରୁ ଏହି ସୂଚନା ଦିଆଯାଇଛି ଯେ ମିଶନାରୀଜ୍‌ ଅଫ୍‌ ଚାରିଟି ପକ୍ଷରୁ ହିଁ ନିଜର ଆକାଉଣ୍ଟକୁ ଫ୍ରିଜ୍‌ କରିବା ଲାଗି ଏସବିଆଇକୁ ଅନୁରୋଧ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.