Home କେନ୍ଦୁଝର ମିଶନଶକ୍ତି ଗୃହ ନିର୍ମାଣ ପାଇଁ କ୍ଷେତ୍ର ପରିଦର୍ଶନ କଲେ ବିଡିଓ

ମିଶନଶକ୍ତି ଗୃହ ନିର୍ମାଣ ପାଇଁ କ୍ଷେତ୍ର ପରିଦର୍ଶନ କଲେ ବିଡିଓ

30

ହାଟଡିହି, ୬ । ୧୦ (ଓଡିଆପୁଅ / ବିକାଶ ବିଶ୍ୱାଳ) ମିଶନଶକ୍ତି ଗୃହ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ଅନୁଦାନ ଯୋଗାଇ ଦିଆଯାଇଥିବାବେଳେ ଏହା କେଉଁଠି ନିର୍ମାଣ କରାଯିବ ସେନେଇ ହାଟଡିହି ବ୍ଲକର ଭାରପ୍ରାପ୍ତ ବିଡିଓ ବିଚିତ୍ର କୁମାର କର ଅନେକ ପଞ୍ଚାୟତ ବୁଲି ସ୍ଥାନ ନିରୁପଣ କରିଛନ୍ତି । ଭାରପ୍ରାପ୍ତ ବିଡିଓ ବିଚିତ୍ର କୁମାର କର ଓ ପିଇଓ ନରହରି ନାୟକ ଆଜି ମରୈଗାଁ, ବଡରମ୍ପାସ, ସୁଲଣ, ଶାସଙ୍ଗ, ପନ୍ଦାଡୋ ପ୍ରଭୃତି ପଞ୍ଚାୟତ ପରିଦର୍ଶନ କରିବା ସହିତ ସ୍ଥାନୀୟ ସରପଞ୍ଚ ମାନଙ୍କ ସହିତ ଆଲୋଚନା କରି କେଉଁ ସ୍ଥାନରେ ଏହି ମିଶନଶକ୍ତି ଗୃହ ନିର୍ମାଣ କରାଯିବ ଓ ତୁରନ୍ତ କିପରି ସେଗୁଡିକ ନିର୍ମାଣ ହେବ ସେନେଇ ଆଲୋଚନା କରିଛନ୍ତି । ଏହି ମିଶନଶକ୍ତି ଗୃହ ନିର୍ମାଣ ହେଲେ ପ୍ରତି ପଞ୍ଚାୟତରେ ଥିବା ଏସଏସଜି ଗ୍ରୁପର ମହିଳାମାନେ ସେମାନଙ୍କ ମାସିକ ବୈଠକ ସମେତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ବିଭିନ୍ନ କାର୍ଯ୍ୟକ୍ରମ ଗୁଡିକ ସୁଚାରୁରୁପେ କରିପାରିବେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.