Home ଓଡ଼ିଶା ମିଳୁନି ସରକାରୀ ମାଗଣା ଡାଲି ଚାଉଳ-ଲୋକେ ଜଙ୍ଗଲର ଗଛ ଚେର କନ୍ଦା ତାଡି ଖାଉଛନ୍ତି

ମିଳୁନି ସରକାରୀ ମାଗଣା ଡାଲି ଚାଉଳ-ଲୋକେ ଜଙ୍ଗଲର ଗଛ ଚେର କନ୍ଦା ତାଡି ଖାଉଛନ୍ତି

328

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୭/୦୫-ସରକାର ସମସ୍ତଙ୍କ ପାଇଁ ଖାଦ୍ୟ ସୁରକ୍ଷା ଆଇନ୍ କରିଛନ୍ତି । କରୋନା ମହାମାରୀ ଲକ୍‌ଡାଉନ୍ ସମୟରେ ସମସ୍ତ ଲୋକଙ୍କର କାମଧନ୍ଦା ବନ୍ଦ ହୋଇଯାଇଛି । ଲୋକମାନଙ୍କର ଆର୍ଥିକ ଅବସ୍ଥା ଶୋଚନୀୟ ହୋଇ ପଡିଛି । ସରକାରୀ ମାଗଣା ଡାଲି ଚାଉଳ ନମିଳିବାରୁ ଲୋକମାନେ ଖାଇବା ପାଇଁ ଚାଉଳ ନ ପାଇ ଜଙ୍ଗଲରୁ କନ୍ଦା, କରବା, ଟୁଙ୍ଗା ଆଦି ଚେର ତାଡି ସିଝାଇ ଖାଇବା ଅଭିଯୋଗ ହେଉଛି । କେନ୍ଦ୍ର ସରକାର ଲକ୍‌ଡାଉନ୍ ସମୟରେ ପ୍ରତି କାର୍ଡ ଧାରୀଙ୍କୁ ମୁଣ୍ଡ ପିଛା ମାସିକ ୩ କେଜି ଡାଲି ଓ ୫ କେଜି ଚାଉଳ ତିନିମାସ ପାଇଁ ମାଗଣାରେ ଯୋଗାଇ ଦେବେ ବୋଲି ଘୋଷଣା କରିଛନ୍ତି । କନ୍ତୁ ଏ ପର୍ଯ୍ୟନ୍ତ ଅନେକ ଗ୍ରାମ ପଂଚାୟତରେ ଚାଉଳ ଡାଲି ନ ପହଂଚିବା ଯୋଗୁଁ ଲୋକମାନେ ଖାଦ୍ୟ ବିନା ଏହିଭଳି ଅଖାଦ୍ୟକୁ ଖାଇ ଚାଲିଛନ୍ତି । ସେହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ବନ୍ଧମୁଣ୍ଡା ଗ୍ରାମ ପଂଚାୟତରେ ।
ଶଙ୍ଖଯୋଡି ଗ୍ରାମର ଆଶାମଣୀ ନାୟକ ଅଭିଯୋଗ କରନ୍ତି ସରକାରଙ୍କ ତରଫରୁ ମିଳୁଥିବା ଚାଉଳ ଡାଲି ପାଇଁ ପଂଚାୟତକୁ ଦୌଡି ଦୌଡି ମିଳୁନାହିଁ । ଜଙ୍ଗଲ କନ୍ଦା ଚେର ତାଡି ଖାଇବା ବ୍ୟତୀତ ଅନ୍ୟ ଉପାୟ ନାହିଁ ।
ବନ୍ଧମୁଣ୍ଡା ଗ୍ରାମ ପଂଚାୟତ ଜାମୁଗଣ୍ଡ ଗ୍ରାମର ରାଉଳ ନାୟକ ଅଭିଯୋଗ କରିଛନ୍ତି ସରକାରଙ୍କ ଚାଉଳ ଡାଲି ମିଳୁନାହିଁ, କାମ ଧନ୍ଦା ମିଳୁନାହିଁ ଓ ଜଙ୍ଗଲରୁ ପତ୍ର ଆଣି ଖଲି ସିଲାଇ କରି ବିକିଲେ କେହି ନେଉ ନାହାନ୍ତି । ତେଣୁ ଲୋକମାନେ ଜଙ୍ଗଲରୁ ଟୁଙ୍ଗା, କରବା ଗଛର ଚେର ତାଡି ଖାଉଛନ୍ତି ।

ଏହି ଘଟଣାକୁ ସ୍ୱୀକାର କରିଛନ୍ତି ବନ୍ଧମୁଣ୍ଡା ଗ୍ରାମ ପଂଚାୟତର ଗ୍ରାମ ରୋଜଗାର ସେବକ ମୃତ୍ୟୁଂଜୟ ନାୟକ । କୁହନ୍ତି ରଣପୁର ବ୍ଲକ୍ ର ଏକ ରିମୋଟ ଗରୀବ ଆଦିବାସୀ ଅଂଚଳ ଭାବେ ବନ୍ଧମୁଣ୍ଡା ଗ୍ରାମ ପଂଚାୟତ ପରିଚିତ । ଲୋକଙ୍କର ଆର୍ଥିକ ଅବସ୍ଥା ଦୁର୍ବଳ । ସରକାରଙ୍କ ଚାଉଳ ଡାଲି ଏପର୍ଯ୍ୟନ୍ତ ପହଁଚିନାହିଁ ।
ଏ ସମ୍ପର୍କେ ରଣପୁର ବ୍ଲକ୍ ମାର୍କେଟିଂ ଇନିସ୍‌ପେକ୍ଟର ଅନିତା ରାଉତରାୟଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ଚାଉଳ ଡାଲି ଯୋଗାଉଥିବା ଠିକାଦାର କୁ ନିର୍ଦ୍ଧେଶ ଦିଆଯାଇଅଛି । ଖୁବ୍ ଶୀଘ୍ର ବନ୍ଧମୁଣ୍ଡା ଗ୍ରାମ ପଂଚାୟତ ରେ ଚାଉଳ ଡାଲି ଯୋଗାଇ ଦିଆଯିବ । ଜିଲ୍ଲା ଉଚ୍ଚ କର୍ତ୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ବନ୍ଧମୁଣ୍ଡା ଗ୍ରାମ ପଂଚାୟତକୁ ପ୍ରାଧାନ୍ୟ ଦେଇ ଶୀଘ୍ର ମାଗଣା ଚାଉଲ ଡାଲି ଯୋଗାଇବାକୁ ପଂଚାୟତବାସୀଙ୍କ ତରଫରୁ ଅନୁରୋଧ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.