Home କେନ୍ଦୁଝର ମିଳୁନି ପିଡିଏସ ସାମଗ୍ରୀ, ପଞ୍ଚାୟତ କାର୍ଯ୍ୟାଳୟକୁ ଦୌଡି ଦୌଡି ଖାଉଟି ହତାଶ

ମିଳୁନି ପିଡିଏସ ସାମଗ୍ରୀ, ପଞ୍ଚାୟତ କାର୍ଯ୍ୟାଳୟକୁ ଦୌଡି ଦୌଡି ଖାଉଟି ହତାଶ

179

ହାଟଡ଼ିହି, ୧୬ । ୧୦ :(ଓଡିଆପୁଅ/ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ବାଲିବରେଇ ପଞ୍ଚାୟତରେ ହିତାଧିକାରୀ ମାନଙ୍କୁ ପିଡିଏସ ସାମଗ୍ରୀ ଠିକ ଭାବରେ ମିଳୁନଥିବା ବେଳେ ହିତାଧିକାରୀ ମାନେ ବାରମ୍ବାର ପଞ୍ଚାୟତକୁ ଦୌଡି ଦୌଡି ନିରାଶ ହୋଇ ଫେରୁଛନ୍ତି । ଏହାକୁନେଇ ରେସନକାର୍ଡ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଅଭିଯୋଗ ଅନୁଯାଇ ବାଲିବରେଇ ପଞ୍ଚାୟତର ଅନେକ ହିତାଧିକାରୀ ଚଳିତମାସ ଗହମ ପାଇବାରୁ ବଞ୍ଚିତ ହୋଇଛନ୍ତି । ୧୬ନଂ ୱାର୍ଡର ପାର୍ବତୀ ଦାଶ ସେପ୍ଟେମ୍ବର ଓ ଅକ୍ଟୋବର ମାସର ୧୬କିଲୋ ଗହମ ପାଇବାକୁ ଥିବାବେଳେ ତାଙ୍କୁ ଗହମ ଦିଆଯାଉନି । ସେହିପରି ସରିତା ଦାଶ ଦୁଇମାସର ଗହମ ପାଇନଥିବାବେଳେ ସାବିତ୍ରୀ ଦାଶ ମଧ୍ୟ ଦୁଇମାସର ଗହମ ପାଇ ନାହାନ୍ତି । ଖାଲି ଏହି ତିନିଜଣ ନୁହଁନ୍ତି ଏହି ଗ୍ରାମର ଅନେକ ଲୋକ ଗହମ ପାଇପାରି ନାହାନ୍ତି । ସେମାନେ ନିୟମିତ ପଞ୍ଚାୟତକୁ ଦୌଡୁଥିବାବେଳେ ଗହମ କମ ଆସିଥିବାରୁ ସରିଗଲା ବୋଲି ପଞ୍ଚାୟତ କର୍ତ୍ତୁପକ୍ଷ କହି ସେମାନଙ୍କୁ ଫେରାଇ ଦେଉଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ସରପଞ୍ଚ ପ୍ରତିଭା ନାୟକଙ୍କୁ ପଚାରିବାରେ ସେମାନଙ୍କ ପାଖକୁ କମ ପରିମାଣର ଗହମ ଆସୁଥିବାରୁ ପ୍ରତିମାସ କିଛି କିଛି କାର୍ଡଧାରୀ ଗହମ ପାଇବାରୁ ବଞ୍ଚିତ ହେଉଛନ୍ତି । ଏ ସମ୍ପର୍କରେ ଆମେ ଯୋଗାଣ ଅଧିକାରୀଙ୍କୁ ଜଣାଇ ଦେଇଛୁ ବେଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.