ଭଦ୍ରକ, ୨୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭୂ-ଆଇନି ୨୨ ଧାରା ଅନୁଯାଇ ସରକାର ଅନୁସୂଚିତ ଜାତି ଓ ଜନ ଜାତି ମାନଙ୍କର ବିଭିନ୍ନ କାର୍ଯ୍ୟ ନିମନ୍ତେ ଯଥା ବାହାଘର, ମେଡ଼ିକାଲ ଚିକିତ୍ସା, ପିଲାଙ୍କ ପାଠ ପଡ଼ା ନିମନ୍ତେ ଅର୍ଥ ର ଆବଶ୍ୟକତା ଥିବାରୁ ସେମାନେ ଜମି କିଣା ବିକା କରି ନ ପାରିବାରୁ ନାନାଦି ହଇରାଣ ହେଉଛନ୍ତି।ପ୍ରକାଶ ଥାଉକି ସରକାର ଙ୍କ ନିୟମ ଅନୁଯାଇ ନିଜ ର ବଳକା ଜମିକୁ ଅନ୍ୟ ଲୋକଙ୍କୁ ବିକ୍ରି କରିବା ପାଇଁ ୨୨ ଧାରା ନିୟମ ଅନୁଯାଇ ସରକାରଙ୍କ ଠାରୁ ଅନୁମତି ନେବାର ବ୍ୟବସ୍ତା ରହିଛି ।କୌଣସି ପରିସ୍ଥିତି ରେ ସରକାର ନିର୍ଦ୍ଧାରିତ ଜମିର ମୂଲ୍ୟ ବିକ୍ରେତା କମ ନ ପାଉ। ବର୍ତମାନ ଅନୁସୂଚିତ ଜାତି ଜନଜାତି ର ଲୋକ ମାନେ ବିଭିନ୍ନ ସମସ୍ୟା ନେଇ ଜମି କିଣା ବିକା ପାଇଁ ଶହ ଶହ ଦରଖାସ୍ତ ତଳ ଅଫିସ ରୁ ସୁପାରିଶ ହୋଇ ଅନୁ ମତି ଅଧିକାରି ତଥା ଉପଜିଲ୍ଲାପାଳ ଙ୍କ ଅଫିସ ରେ ପଡ଼ିରହିଛି। ଫଳ ରେ ଗରିବ ଅନୁସୂଚିତ ଜାତି ଓ ଜନଜାତି ଲୋକ ହଇରାଣ ରେ ସମ୍ମୁଖିନ ହେଉଛନ୍ତି। ସୁଚନା ଥାଉ କି ବର୍ତମାନ ର ସରକାର ନୁଆ ନିୟମ ଘୋଷଣା କରିଛନ୍ତି ପରନ୍ତୁ ତାହା କାର୍ଯ୍ୟକାରୀ ହୋଇ ନଥିବା ବେଳେ ପୂର୍ବ ଆଇନି ପରିବର୍ତନ ନ ହୋଇ ଥିବା ବେଳେ ଏବେ ସେମାନଙ୍କ ଜମି କୁ ବିକ୍ରି ଓ କିଣା କୁ ବନ୍ଦ କରାଯାଇଛି। ଏଦିଗରେ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସ୍ଥାନୀୟ ଜନଜାତି ଓ ଜାତି ର ଲୋକ ମାନେ ଦାବି କରିଛନ୍ତି।








