Home ଜିଲ୍ଲା ପରିକ୍ରମା ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର, ୧୨୩ ଅଭିଯୋଗର ଶୁଣାଣି କଲେ ଜିଲ୍ଲାପାଳ ଓ ଆରକ୍ଷୀଅଧିକ୍ଷକ

ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର, ୧୨୩ ଅଭିଯୋଗର ଶୁଣାଣି କଲେ ଜିଲ୍ଲାପାଳ ଓ ଆରକ୍ଷୀଅଧିକ୍ଷକ

12

ଭଦ୍ରକ, ୨୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ପଞ୍ଚାୟତ ସମିତି ସଭାଗୃହରେ ସୋମବାର ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ,ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତ,ଅତିତିକ୍ତ ଜିଲ୍ଲା ପାଳ ସରୋଜ କୁମାର ଦତ,ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର ସାମଲ,ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ,ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡା.ସୁଧିରଞ୍ଜନ ନାୟକ,ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ,ବିଡ଼ିଓ ନିରଞ୍ଜନ ବାରିକ ପ୍ରମୁଖ ଯୋଗଦେଇ ବ୍ଲକର ବିଭିନ୍ନ ଅଂଚଳରୁ ଆସିଥିବା ୧୨୩ଟି ଅଭିଯୋଗର ଶୁଣାଣି କରିଥିଲେ। ତିହିଡି ବଜାରରେ ଡ୍ରେନେଜ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବା ଉପରେ ଶିବିରରେ ଗୁତୁତ୍ୱ ଦିଆଯାଇଥିଲା ।ଶିବିରରେ ସାଂସଦଙ୍କ ପ୍ରତିନିଧି ସୀତାକାନ୍ତ ନାୟକ ଉପସ୍ଥିତରହି ତୁରନ୍ତ ବଜାରରେ ଡ୍ରେନ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବା ଦିଗରେ ପଦକ୍ଷେପ ନେବାକୁ ଜିଲ୍ଲା ପାଳଙ୍କ ଦୃଷ୍ଟି ଆକର୍ଷଣ ଜରିଥିଲେ। ତିହିଡି଼ ପୁରୁଣାହାଟ ଠାରୁ କଲେଜ ଛକ ଯାଏ ଡ୍ରେନ ନିର୍ମାଣରେ ୬କୋଟି ଟଙ୍କା ଅନୁଦାନ ମିଳିଛି । ତେବେ ଜବରଦଖଲ ସମସ୍ୟା ପାଇଁ ନିର୍ମାଣ କାର୍ଯ୍ୟ ବିଳମ୍ବ ହେଉଛି । ତୁରନ୍ତ ଜବର ଦଖଲ ଉଚ୍ଛେଦ ଦିଗରେ ପଦକ୍ଷେପ ନେବାକୁ ଜିଲାପାଳ ଦିଲୀପ ରାଉତରାଏ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରେ ଡ୍ରେନ ନିର୍ମାଣ ଦାୟିତ୍ୱରେ ଥିବା ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଦେବୀପ୍ରସନ୍ନ ଘୋଷ, ତହସିଦାର ଜୟଦ୍ରଥ ଆଚାର୍ଯ୍ୟ ଓ ସାଂସଦଙ୍କ ପ୍ରତିନିଧି ଶ୍ରୀ ନାୟକ ଏ ସମ୍ପର୍କରେ ଆଲୋଚନା କରିଥିଲେ । ତୁରନ୍ତ ମାପଚୁପ କରାଯାଇ ଜବରଦଖଲ ଉଚ୍ଛେଦ କରାଯିବ ବୋଲି ତହସିଲଦାର କହିଥିଲେ । ରାଜନଗର ପଂଚାୟତ ଅଧୀନ ଚାରିତରଫ ମୌଜାରେ ପାଣିନାଳକୁ ଅବରୋଧ କରି ଜଣେ ବ୍ୟକ୍ତି ଗୋରୁ ଗୁହାଳ ନିର୍ମାଣ କରିଛନ୍ତି । ସମିତି ସଭ୍ୟ ଦେବେନ୍ଦ୍ର ଦାସ,ଗ୍ରାମବାସୀ ବାସୁଦେବ ବାରିକ, ସୁଦର୍ଶନ ସ୍ୱାଇଁ, ଅଜିତ ସ୍ୱାଇଁ ପ୍ରମୁଖ ଏ ସମ୍ପର୍କରେ ଅଭିଯୋଗ କରି ଜବରଦଖଲ ଉଛେଦ ପାଇଁ ଦାବି ଜଣାଇଥିଲେ । ବାହାବଳପୁର ପଞ୍ଚାୟତର ନନ୍ଦକନ୍ଦର୍ପ ଠାରୁ ଏକଡାଳ ଯାଏ ରାସ୍ତା ନିର୍ମିତ ହେବ । ତେବେ ଏହି ରାସ୍ତାକୁ ପିଚୁ ପରିବର୍ତେ କଂକ୍ରିଟ କରିବାକୁ ପୂର୍ବତନ ସରପଂଚ ତିଳୋତାମା ଦାସ, ଗଗନ ବିହାରୀ ମାଝୀ, ବେଣୁଧର ଦାସ, ଅକ୍ଷୟ ମହାନ୍ତି, କଲ୍ୟାଣ ବାରିକ ପ୍ରମୁଖ ଦାବି ଜଣାଇଥିଲେ । ମୁକୁନ୍ଦପୁର ପଂଚାୟତ ଅଧୀନ ଝିଙ୍କିରିଆ ଗ୍ରାମର ପ୍ରତିମା ପତି ନାମ୍ନୀ ଜଣେ ଏସଏଚଜି ସଦସ୍ୟା ଗୋଷ୍ଠିର ଅନ୍ୟ କର୍ମକର୍ତାମାନଙ୍କ ଠାରୁ ୩ଲକ୍ଷ ଟଙ୍କା ଆଣି ଗ୍ରାମର ଜଣେ ମହିଳାଙ୍କୁ ତାଙ୍କ ଘର ଛାତ ପକାଇବା ପାଇଁ ଚୁକ୍ତିପତ୍ର ମୂଳେ ଦେଇଥିଲେ । ତେବେ ସେହି ମହିଳା ଜଣକ ଟଙ୍କା ପରିଶୋଧ କରୁନଥିବା ସମ୍ପର୍କରେ ପ୍ରତିମା ତିହିଡି଼ ଥାନାରେ ଅଭିଯୋଗ କରିଥିଲେ । ମାତ୍ର କାର୍ଯ୍ୟାନୁଷ୍ଠାନ ନହେବାରୁ ପ୍ରତିମା ଅଭିଯୋଗ ଶୁଣାଣି ଶିବିରରେ ଅରକ୍ଷୀଅଧିକ୍ଷ ଶ୍ରୀ ରାଉତଙ୍କୁ ଭେଟି ଏ ସମ୍ପର୍କରେ ଅଭିଯୋଗ କରିଥିଲେ । ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀ ରାଉତ ଆଇଆଇସି ସତ୍ୟବ୍ରତ ଗ୍ରହାଚାର୍ଯ୍ୟଙ୍କୁ ନିର୍ଦ୍ଦେଶ ଦେଇଥିଲେ।ମୁକୁନ୍ଦପୁର ପଂଚାୟତ ଅଧିନ ବିଦ୍ୟାଧରପୁର ସ୍କୁଲର ପ୍ରଧାନ ଶିକ୍ଷକ ମଧ୍ୟାହ୍ନ ଭୋଜନ ଚାଉଳ ବିକ୍ରି କରୁଥିବାବେଳେ ଗ୍ରାମବାସୀ ଧରିଥିଲେ। ଏସମ୍ପର୍କରେ ଗ୍ରାମବାସୀ ବ୍ଲକ ଶିକ୍ଷାଧିକରିଣୀଙ୍କୁ ଜଣାଇଥିଲେ ।ପରେ ଜନ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳଙ୍କୁ ମଧ୍ୟ ଜଣାଇଥିଲେ।ତିହିଡି଼ସ୍ଥିତ ଖାଙ୍କିହାଟ ୟୁଜିୟୁପି ସ୍କୁଲରେ ଥିବା ଟିଣଘର ଶ୍ରେଣୀଗୃହ ପକ୍କା କରିବା ପାଇଁ ଅନୁଦାନର ବ୍ୟବସ୍ଥା କରିବାକୁ ପ୍ରଧାନଶିକ୍ଷକ ଶ୍ରୀକାନ୍ତ ପତି ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାଛଡ଼ା ପ୍ରଧାନମନ୍ତ୍ରୀ ଆବାସ, ଭତା, ରାସନ କାର୍ଡ଼ ନେଇ ମଧ୍ୟ ବିଭିନ୍ନ ଅଭିଯୋଗ ହୋଇଥିଲା । ତେବେ ଏହିସବୁ ଅଭିଯୋଗର ତୁରନ୍ତ ପଦକ୍ଷେପ ନେବାକୁ ଜିଲାପାଳ ଓ ଏସପି ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି । ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରେ ୪୩୯ ଅଭିଯୋଗ, ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ୨୩୭ଅଭିଯୋଗ ସମେତ ତିହିଡି଼ ବ୍ଲକ, ଡିଏସଡବ୍ଲ୍ୟୁ ପ୍ରମୁଖଙ୍କ କାର୍ଯ୍ୟାଳୟରେ ଦୀର୍ଘଦିନ ହେଲା ବହୁ ଅଭିଯୋଗ ସମାଧାନ ନହୋଇ ପଡ଼ିରହିଛି । ତୁରନ୍ତ ଏହାର ସମାଧାନ କରିବାକୁ ଜିଲାପାଳ ରାଉତରାଏ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଅବସରରେ ୨ଜଣ ଦିବ୍ୟାଙ୍ଗଙ୍କୁ ଜିଲାପାଳ ଶ୍ରବଣ ଯନ୍ତ୍ର ବଂଟନ କରାଯାଇଥିଲା। ଶିବିରରେ ଜିଲ୍ଲା ସଂସ୍କୃତି ଅଧିକରିଣୀ ତନୁଜା ସିର୍କା, ଜିଲ୍ଲା ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଖଗେଶ୍ୱର ସେଠୀ,ଜିଲ୍ଲା ପ୍ରାଣିଚିକିତ୍ସା ଅଧିକାରୀ ଡ଼ା. ହୃଷିକେଶ ବେହେରା, ଜିଲ୍ଲା ମସ୍ୟଅଧିକାରୀ ଅମର କୁମାର ସାହୁ,ସାଳନ୍ଦୀ ଡିଭିଜନ ଅଧିକ୍ଷଣ ଯନ୍ତ୍ରୀ ହିତେଶ କୁମାର ସାହୁ, ପୂର୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ପ୍ରକାଶ ଚନ୍ଦ୍ର ପାଣି,ଅତିରିକ୍ତ ଯୋଗାଣ ଅଧିକାରୀ ଅସିତ ମହାନ୍ତି,ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରିଣୀ ଉର୍ମିଳା ଗୋଛାୟାତ, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁକାନ୍ତ ମିଶ୍ର,ଯୋଗାଣ ନିରୀକ୍ଷକ ପ୍ରୀତିଶ ସାମଲ,ପ୍ରାଣିଚିକିତ୍ସା ଅଧିକାରୀ ଡ଼ା. ନିରାକାର ଜେନା,କୃଷିଅଧିକାରୀ ଅମର ପ୍ରସାଦ ସାହୁ,ମସ୍ୟଅଧିକାରୀ ହିମାଦ୍ରୀ ଭୂଷଣ ପଣ୍ଡା, ଶିକ୍ଷାଧିକାରିଣୀ ସୁଶ୍ରୀ ସୂର୍ଯ୍ୟଶିଖା ମହାନ୍ତି, ଜଳ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ମାନସୀ ମହାପାତ୍ର, ସିଡିପିଓ ବାସନ୍ତୀ ନାଏକ,ସମବାୟ ବ୍ୟାଙ୍କ ଶାଖା ପରିଚାଳଜ ସୁଶାନ୍ତ କୁମାର ପୁହାଣ ,ବିପିଏମ ରଶ୍ମିତା ନାୟକ, ଏପିଓ କାମିନୀ ରାଣୀ ଓଝା ପ୍ରମୁଖଙ୍କ ସମେତ ଜିଲ୍ଲା ଓ ବ୍ଲକର ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ସରପଂଚ ସୁପ୍ରଭା ପାଣି,ନିହାରିକା ବିଶ୍ୱାଳ,ପ୍ରଦୀପ ବଳ,ଶୁଭ୍ର ନାରାୟଣ ସେଠୀ ,ଚକ୍ରଧର ଦାସ ପ୍ରମୁଖ ଶିବିରରେ ଯୋଗଦେଇ ବିଭିନ୍ନ ଅଭିଯୋଗ କରିଥିଲେ । ଡେପୁଟି କଲେକ୍ଟର ଜ୍ଞାନରଞ୍ଜନ ସାହୁ, ଏବିଡ଼ିଓ ମୀନକେତନ ବାରିକ, ବ୍ଲକ ସାମାଜିକ ସୁରକ୍ଷାଧିକାରୀ ନିହାର ରଞ୍ଜନ ରାଉତ, ମଙ୍ଗଳ ଅଧିକାରୀ ସୌମ୍ୟା ସୁଚରିତା ମହାନ୍ତି, ସୁଧାଂଶୁ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.