Home ଜିଲ୍ଲା ପରିକ୍ରମା ମିଳିତ ଜନଶୁଣାଣି ଶିବିରରେ ୧୫୫ ଅଭିଯୋଗ ଆଗତ, ୧୦ଲକ୍ଷ ୬୮ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ

ମିଳିତ ଜନଶୁଣାଣି ଶିବିରରେ ୧୫୫ ଅଭିଯୋଗ ଆଗତ, ୧୦ଲକ୍ଷ ୬୮ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ

37

ଭଦ୍ରକ, ୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଜିଲ୍ଲାପାଳ ଓ ଏସ୍‌.ପି.ଙ୍କ ମିଳିତ ଜନଶୁଣାଣି ଶିବିର ଆଜି ମାସର ପ୍ରଥମ ସୋମବାରରେ ଜିଲ୍ଲା ସଦର ମହକୁମାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସାଳନ୍ଦୀ ସଭାଗୃହରେ ଆୟୋଜିତ ଏହି ସମ୍ମିଳନୀରେ ଜିଲ୍ଲାପାଳ, ଭଦ୍ରକ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଓ ଏସ୍‌.ପି., ଭଦ୍ରକ ବରୁଣ ଗୁଣ୍ଟୁପାଲି ଯୋଗଦେଇ ସମୁଦାୟ ୧୫୫ ଜଣଙ୍କ ଦ୍ୱାରା ପ୍ରଦତ୍ତ ଅଭିଯୋଗ ଶୁଣି ସମାଧାନ ପାଇଁ ସମୀକ୍ଷା କରିଥିଲେ । ସମସ୍ତ ଅଭିଯୋଗ ମଧ୍ୟରେ ୧୧୩ ଟି ବ୍ୟକ୍ତିଗତ ସମସ୍ୟା ଭିତ୍ତିକ ଓ ୪୨ଟି ସାମୂହିକ ସମସ୍ୟା ଭିତ୍ତିକ ଥିଲା । ସେଥି ମଧ୍ୟରେ ୪ଟି ରେଡ଼୍‌କ୍ରସ ଓ ୩ଟି ସି.ଏମ୍‌.ଆର.ଏଫ୍ ସହାୟତା ପ୍ରଦାନ ସମ୍ମନ୍ଧୀୟ ଅଭିଯୋଗଥିଲା । ୩ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା । ସାମାଜିକ ସୁରକ୍ଷା ଯୋଜନାରେ ବିବାହ ଜନିତ ପ୍ରୋତ୍ସାହନ ରାଶି ପ୍ରଦାନ ପାଇଁ ମଞ୍ଜୁର କରାଯାଇଥିବା ୪ ଦମ୍ପତିଙ୍କ ମଧ୍ୟରୁ ଶିବିରରେ ଉପସ୍ଥିତ ୩ ଦମ୍ପତିକୁ ଦୁଇ ଲକ୍ଷ ୫୦ ହଜାର ଲେଖାଏ ଆର୍ଥିକ ରାଶି ଜିଲ୍ଲାପାଳ ପ୍ରଦାନ କରିଥିଲେ । ସୂଚନା ଯୋଗ୍ୟକି ଜଣେ ସ୍ୱାଭାବିକ ଓ ଜଣେ ଦିବ୍ୟାଙ୍ଗଙ୍କ ମଧ୍ୟରେ ବିବାହ ସମ୍ପାଦନ ହୋଇଥିଲେ ଏହି ପ୍ରୋତ୍ସାହନ ରାଶି ଉକ୍ତ ଦମ୍ପତିକୁ ପ୍ରଦାନ କରାଯାଇଥାଏ । ଆଜି ଏହି ଅର୍ଥ ପ୍ରଦାନ ପାଇଁ ମଞ୍ଜୁର କରାଯାଇଥିବା ଦମ୍ପତି ମାନେ ହେଲେ ନାଆମୀ, ଭଣ୍ଡାରିପୋଖରୀର ୬୫% ଦିବ୍ୟାଙ୍ଗ ଜଗତ ମୋହନ ଜେନା ଓ ବିଳାସ ରାଉତ, ରାଜଘର ପୋଖରୀ, ବାସୁଦେବପୁର ବ୍ଲକ୍ ର ୪୦% ଦିବ୍ୟାଙ୍ଗ ମାନସ କୁମାର ନାୟକ ଓ ସାରିକା ଭୋଇ, ଅଣ୍ଢେଇପଲ୍ଲୀ, ଭଦ୍ରକ ବ୍ଲକ୍‌ର ୪୫% ଦିବ୍ୟାଙ୍ଗ ମନୋରଞ୍ଜନ ପରିଡ଼ା ଓ ରଶ୍ମିତା ପରିଡ଼ା ଏବଂ ନଗୁଆଁ, ଭଣ୍ଡାରିପୋଖରୀ ବ୍ଲକ୍‌ର ୬୦% ଦିବ୍ୟାଙ୍ଗ ଜଗନ୍ନାଥ ବାରିକ୍ ଓ ସନ୍ଧ୍ୟାରାଣୀ ବାରିକ୍ ।

ଜିଲ୍ଲା ରେଡ଼୍‌କ୍ରସ୍ ପାଣ୍ଠିରୁ ଚିକିତ୍ସା ସହାୟତା ନିମନ୍ତେ ଦେଉଳି, ବାସୁଦେବପୁରର ଭଗବତୀ ବେହେରାଙ୍କୁ ୬ ହଜାର ଟଙ୍କା, ଶାହାପୁର ଭଦ୍ରକର ସରସ୍ୱତୀ ସେଠୀଙ୍କୁ ୫ ହଜାର ଟଙ୍କା, ବାସୁଦେବପୁରର ରହିମା ବିବିଙ୍କୁ ୭ ହଜାର ଟଙ୍କା ଏବଂ ଅଧ୍ୟୟନ ପାଇଁ ବମକୁରା, ଧାମନଗରର ୮ମ ଓ ୯ମ ଶ୍ରେଣୀରେ ପଢ଼ୁଥିବା ଦୁଇ ଜାଆଁଳା ଭାଇ ବିଶ୍ୱଜିତ୍ ପଣ୍ଡା ଓ ଅଭିଜିତ୍ ପଣ୍ଡାଙ୍କୁ ୧୫,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ କୁଶନ ଗଡ଼ିଆ, ଆଗରପଡ଼ା, ବନ୍ତବ୍ଲକ୍‌ର ସଞ୍ଜୟ ଦାସଙ୍କୁ ଚିକିତ୍ସା ସହାୟତା ପାଇଁ ଦଶହଜାର ଟଙ୍କା, ବିଷ୍ଣୁପୁର, ଭଣ୍ଡାରିପୋଖରୀର ସୁକାନ୍ତ ପଣ୍ଡାଙ୍କୁ ୧୫ ହଜାର ଟଙ୍କା, ଜିଲ୍ଲାପାଳଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା ଏବଂ ପିରିପୁର, ଭଣ୍ଡାରିପୋଖରୀର ନାରାୟଣ ପୋଥାଳଙ୍କୁ ୧୦ ହଜାର ଟଙ୍କା ଉକ୍ତ ପାଣ୍ଠିରୁ ପ୍ରଦାନ ପାଇଁ ମଞ୍ଜୁର କରାଯାଇଥିବା ପ୍ରଦତ୍ତ ସୂଚନା ରୁ ପ୍ରକାଶ । ବିଭିନ୍ନ ବିଭାଗ ସମ୍ବନ୍ଧୀୟ ଆଗତ ଅଭିଯୋଗ ସବୁର ନିୟମାନୁଯାୟୀ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ଭଦ୍ରକ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରତାପ ପ୍ରୀତିମୟ, ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀ ଡା. ସନ୍ତୋଷ କୁମାର ପାତ୍ର, ଉପଜିଲ୍ଲାପାଳ ମନୋଜ ପାତ୍ର ଏହି ଶିବିରରେ ଯୋଗ ଦେଇଥିଲେ । ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ କାର୍ତ୍ତିକ ନାଥ ମଣ୍ଡଳ, ସହାୟକ ଜିଲ୍ଲାପାଳ ଚିତ୍ତରଞ୍ଜନ ସେଠୀ, ବିଭାଗୀୟ କର୍ମଚାରୀ ଅଭିନେତ୍ରୀ ମହାନ୍ତି, ଲିପ୍‌ସାରାଣୀ ରାଉତ ପ୍ରମୁଖ ଅଭିଯୋଗ ପଞ୍ଜିକରଣ ଓ ଉପସ୍ଥାପନା କାର୍ଯ୍ୟ ପରିଚାଳନା କରିଥିଲେ । ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀମାନେ ମଧ୍ୟ ଶିବିରରେ ଉପସ୍ଥିତ ରହି ଅଭିଯୋଗ ସମାଧାନ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରା ଆବଶ୍ୟକ ମତେ ସୂଚନା ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.