Home କେନ୍ଦ୍ରାପଡ଼ା ମିଳିତ କୃଷକ ଆନ୍ଦୋଳନ ଅଭୁତପୂର୍ବ ବିଜୟକୁ ସୁନିଶ୍ଚିତ କରିଛି- ସୁରେଶ ପାଣିଗ୍ରାହୀ

ମିଳିତ କୃଷକ ଆନ୍ଦୋଳନ ଅଭୁତପୂର୍ବ ବିଜୟକୁ ସୁନିଶ୍ଚିତ କରିଛି- ସୁରେଶ ପାଣିଗ୍ରାହୀ

24

କେନ୍ଦ୍ରାପଡ଼ା, ୨୫ା୧୨ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) : ଓଡିଶା କୃଷକ ସଭା ସାନଜରିଆ ସେବା ସମବାୟ ସମିତି ଶାଖା ଆନୁକୂଲ୍ୟରେ ଅନୁଷ୍ଠିତ କୃଷକ ଆନ୍ଦୋଳନ ଓ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଂଯୁକ୍ତ କିଷାନ ମୋର୍ଚ୍ଚାର ରାଜ୍ୟ ଆବାହକ ତଥା ଓଡିଶା କୃଷକ ସଭାର ସାଧାରଣ ସମ୍ପାଦକ ସୁରେଶ ପାଣିଗ୍ରାହୀ କହିଲେ ବ୍ୟାପକ ଓ ଶାନ୍ତିପୂର୍ଣ୍ଣ ଗଣତାନ୍ତ୍ରିକ ମିଳିତ ଆନ୍ଦୋଳନର ଫଳ ଶୃତି ହେଉଛି ୩ଟି କଳା କୃଷି ଆଇନ ପ୍ରତ୍ୟାହୃତ ହେବା। କେନ୍ଦ୍ରର ଅହଂକାରୀ, ଏକଛତ୍ରବାଦୀ ନରେନ୍ଦ୍ର ମୋଦି ସରକାର କୃଷକ ଆନ୍ଦୋଳନ ପ୍ରତି ଅତ୍ୟନ୍ତ ଅମାନୁଷିକ ଓ ବର୍ବର ଆକ୍ରମଣ ଚଳାଇଥିଲେବି ୭୧୫ କୃଷକଙ୍କ ବଳିଦାନରେ ଏ ଐତିହାସିକ ଆନ୍ଦୋଳନ ବିଜୟମଣ୍ଡିତ ହୋଇଛି ବୋଲି ଶ୍ରୀ ପାଣିଗ୍ରାହୀ କହିଥିଲେ। ଏହାସତ୍ୱେ କୃଷିଜାତ ପଦାର୍ଥର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ.ଏସ.ପି.) ପାଇଁ ଆଇନ ନହେବା ପର୍ଯ୍ୟନ୍ତ କୃଷକ ଆନ୍ଦୋଳନ ଚାଲୁ ରହିବ ବୋଲି ସେ ସତର୍କ କରାଇ ଦେଇଥିଲେ। ଐତିହାସିକ ସର୍ବଭାରତୀୟ କୃଷକ ଆନ୍ଦୋଳନର ବିଜୟ ଉତ୍ସବ ପାଳନ ଅବସରରେ ଶନିବାର ଓଡିଶା କୃଷକସଭା ପକ୍ଷରୁ ସଂଗ୍ରାମୀ କୃଷକ ସାଥି ସମ୍ମାନ -୨୦୨୧ କୃଷକ ଯୋଦ୍ଧାମାନଙ୍କୁ ପ୍ରଦାନ କରାଯିବା ସହିତ ସ୍ଥାନୀୟ ପଞ୍ଚାୟତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ବରିଷ୍ଠ କୃଷକ ନେତା ବିଜୟ ଦାସ ସଭାପତିତ୍ୱ କରିଥିଲେ। ଏହି ସଭାରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ସଂଯୁକ୍ତ କିଷାନ ମୋର୍ଚ୍ଚାର ଜିଲ୍ଲା ଆବାହକ ତଥା କୃଷକସଭାର ଜିଲ୍ଲା ସମ୍ପାଦକ ଗୟାଧର ଧଳ କହିଲେ କେବଳ ସର୍ବଭାରତୀୟ ଆନ୍ଦୋଳନ ନୁହେଁ ରାଜ୍ୟ ଏବଂ ଜିଲ୍ଲାରେ କୃଷକମାନଙ୍କ ସମସ୍ୟାକୁ ନେଇ ମିଳିତ ଆନ୍ଦୋଳନକୁ ଜୋରଦାର କରିବାକୁ ଆହ୍ୱାନ ଦେଇଥିଲେ। ଜୱାଦ ଜନିତ ଫସଲ ହାନୀର କ୍ଷତିପୁରଣ ପାଇଁ ପ୍ରଶାସନକୁ ବାଧ୍ୟ କରିବାକୁ ଏକାଠି ହୋଇ ଲଢେଇ କରିବାକୁ ସେ କହିଥିଲେ। ଏହି ସମ୍ବର୍ଦ୍ଧନା ସଭାରେ ସାନଜରିଆ, ଅରଡପଲ୍ଲୀ, ଗଙ୍ଗାରାମପୁର, ମୋହନପୁର ଓ ବଡପଡା ପଞ୍ଚାୟତ ଗୁଡିକରୁ ଶତାଧିକ କୃଷକସାଥି ଯୋଗଦେଇ ସମ୍ବର୍ଦ୍ଧିତ ହୋଇଥିଲେ। ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ ଯଦୁମଣୀ ଦାସ, ବରିଷ୍ଠ କୃଷକନେତା ମାଧବ ଦାସ, ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତିର ସାଧାରଣ ସମ୍ପାଦକ ନରୋତ୍ତମ ପାର୍ଥସାରଥୀ, ସୁନାକର ବେହେରା, ରାମଚନ୍ଦ୍ର ପରିଡା, ସୁରେନ୍ଦ୍ର ପରିଡା, ଅରକ୍ଷିତ ସାହୁ, ହରେକୃଷ୍ଣ ବାରିକ, ସୁକାନ୍ତ ସାହୁ୍ୱାନସ କୁମାର ବେହେରା, ରବିନ୍ଦ୍ର ମଳିକ, ପ୍ରତାପ ନାୟକ, ନବନିର୍ମାଣ କୃଷକ ସଂଗଠନର ନେତା ଦାଶରଥି ସାହୁ, ଦୋଳଗୋବିନ୍ଦ ସାହୁ, ରବିନ୍ଦ୍ର ବେହେରା ପ୍ରମୁଖ ବକ୍ତବ୍ୟ ରଖିବା ସହିତ ଶତାଧିକ ଆନ୍ଦୋଳନକାରୀ ଚାଷୀଙ୍କୁ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଆସନ୍ତା ଫେବୃୟାରୀ ୮ତାରିଖରେ ସର୍ବଭାରତୀୟ ଶ୍ରମିକ ଧର୍ମଘଟକୁ ସଫଳ କରିବାକୁ ଆହ୍ୱାନ ଦିଆଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.