Home ଜିଲ୍ଲା ପରିକ୍ରମା ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ପକ୍ଷରୁ ଭଦ୍ରକରେ ଧାରଣା ଓ ଦାବୀପତ୍ର ପ୍ରଦାନ

ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ପକ୍ଷରୁ ଭଦ୍ରକରେ ଧାରଣା ଓ ଦାବୀପତ୍ର ପ୍ରଦାନ

12
????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୨୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଦା ରାୟ) -ପୂର୍ବାହ୍ନ ୧୦ଟାରୁ ୧୨ ଘଂଟା ପର୍ଯ୍ୟନ୍ତ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ଓଡ଼ିଶାକୁ ନିଶାମୁକ୍ତ କରିବା ଦାବୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୨ ଘଂଟିଆ ଧାରଣା ଅନୁଷ୍ଠିତ ହୋଇଛି । ନିଶା ନିବାରଣ ଅଭିଯାନ ଭଦ୍ରକ ଜିଳ୍ଲା ସମ୍ପାଦକ ଆଡଭୋକେଟ ଗିରିଧାରୀ ନାଥ ଏବଂ ଉପସଭାପତି ଅଧ୍ୟାପକ ସଂଗ୍ରାମ ମହାନ୍ତିଙ୍କ ନେତୃତ୍ୱରେ ପ୍ରାୟ ଶତାଧୀକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ଭଦ୍ରକ ଜିଲ୍ଲା ସମେତ ଓଡ଼ିଶାକୁ ନିଶାମୁକ୍ତ କରିବା ଦାବୀରେ ମାନ୍ୟବର ମୁଖ୍ରମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଦାବି ମୁତାବକ ୧୯୫୬ ମସିହା ଅବକାରୀ ଆଇନକୁ କାର୍ଯ୍ୟକାରୀ କରିବା ସହ ନିର୍ବାଚନ ପ୍ରତିଶ୍ରୂତି ରକ୍ଷାକରି ଓଡ଼ିଶାକୁ ନିଶାମୁକ୍ତ କରିବା ପାଇଁ ଦାବିପତ୍ରରେ କୁହାଯାଇଛି । ଏହି ପ୍ରତିନିଧି ଦଳରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ଭଦ୍ରକ ଜିଲ୍ଲା ସଭାପତି ବରିଷ୍ଠ ଆଇନଜୀବି ନିରାକାର ଜେନା, ଜିଲ୍ଲା ସମ୍ପାଦକ ଆଡ୍‌ଭୋକେଟ ଗିରିଧାରୀ ନାଥ, ଉପସଭାପତି ସଂଗ୍ରାମ ମହାନ୍ତି, ରାଜ୍ୟ ସଂଯୋଜକ ଖଗେଶ୍ୱର ବଳ, ରାଜ୍ୟନେତା ମଳୟ ରଞ୍ଜନ ସ୍ୱାଇଁ, ରାଜ୍ୟ ସମ୍ପାଦକ ତଥା ସର୍ବୋଦୟ ନେତା ରମାକାନ୍ତ ମଣ୍ଡଳ, ଧାମନଗର ବ୍ଲକ ସଭାପତି ସଚ୍ଚିକାନ୍ତ ପଣ୍ଡା, ତିହିଡ଼ି ବ୍ଲକ ନେତ୍ରୀ ସରସ୍ୱତୀ ସେନାପତି, ଚନ୍ଦ୍ର ଶେଖର ନାୟକ, ଭଦ୍ରକ ବ୍ଲକରୁ ଗୌରାଙ୍ଗ ଚନ୍ଦ୍ର ବାରିକ, ଗୋଲକ ଚନ୍ଦ୍ର ମଲ୍ଲିକ, ମିର ଅବ୍‌ଦୁଲ୍ ଦୟାନ୍ ମାନେ ସାମିଲ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୀତାଞ୍ଜଳୀ ରାଉତ, ସଙ୍ଗୀତା ମହାନ୍ତି, ନିରୁପମା ରାଉତ, ଭଗବାନ ସାହୁ, ସାର୍ଥକ ବିଶ୍ୱାଳ, ଚନ୍ଦ୍ରଗୁପ୍ତ ଳେଙ୍କା, ସ୍ନେହଲତା ପଣ୍ଡା, ଜଗନ୍ନାଥ ନାୟକ, ରାମଚନ୍ଦ୍ର ସାହୁ, ମୀନାକ୍ଷି ଜେନା ଓ ଅନ୍ୟମାନେ ଧାରଣାରେ ନେତୃତ୍ୱ ନେଇ ଚଳିତ ବର୍ଷ ୧୫% ମଦରୁ ଆୟ ଅଧିକ କରିବା ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ବଜେଟ୍ କରିଛନ୍ତି ତାହାକୁ ନିନ୍ଦା କରିଥିଲେ । ଗଞ୍ଜାମ ଜିଲ୍ଲାରେ ମଦମୃତ୍ୟୁ ଘଟଣାକୁ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ଘୋର ନିନ୍ଦା କରାଯାଇ ଦୋଷୀକୁ କଠୋର ଶାସ୍ତି ଦେବାପାଇଁ ଦାବି କରାଯାଇଥିଲା । ଓଡ଼ିଶାର ଉନ୍ନତି ପାଇଁ ଏବଂ ସମୃଦ୍ଧି ପାଇଁ ମଦକୁ ଆୟୁଧନ କରି ରାଜ୍ୟରେ ଥିବା ଖଣି, ଜଙ୍ଗଲ ଜମି ଓ ଜଙ୍ଗଲ ସମ୍ପଦକୁ ଉଚିତ୍ ମାର୍ଗରେ ବିନିଯୋଗ କଲେ ରାଜ୍ୟରେ ଆର୍ଥିକ ଅଭିବୃଦ୍ଧି ଘଟେ ନେତୃ ମଣ୍ଡଳୀ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ । ଆଗାମୀ ଦିନରେ ସରକାରୀ ଓଡ଼ିଶାରୁ ମଦ ନହଟେଇଲେ ରାଜ୍ୟବ୍ୟାପୀ ଦୁର୍ବାର ଆନ୍ଦୋଳନ କରାଯିବ ବୋଲି ଚେତାବନି ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.