Home ଓଡ଼ିଶା ମିଲ୍‌ର ଓ କେରଣ୍ଡାଟାଙ୍ଗି ସମବାୟ ସମିତି ସମ୍ପାଦକ ଙ୍କ ମଧୁ ଚନ୍ଦ୍ରିକା ରେ ଚାଲିଛି  ଧାନ...

ମିଲ୍‌ର ଓ କେରଣ୍ଡାଟାଙ୍ଗି ସମବାୟ ସମିତି ସମ୍ପାଦକ ଙ୍କ ମଧୁ ଚନ୍ଦ୍ରିକା ରେ ଚାଲିଛି  ଧାନ ମଣ୍ଡି

138

ନୟାଗଡ/୧୨/୧(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅଂଚଳରେ ଧାନ କିଣିବା ପାଇଁ ଜିଲ୍ଲାପାଳ ଙ୍କ ନିଦେର୍ଶ ରେ ୧୮ଗୋଟି ଧାନ ମଣ୍ଡି ଖୋଲା ଯାଇଅଛି । ଜାନୁୟାରୀ ୧୨ତାରିଖ ବୁଧବାର ଶଙ୍ଖଯୋଡି , ଚାନ୍ଦପୁର ,କେରଣ୍ଡାଟାଙ୍ଗି ଓ ମଝିଆଁଖଣ୍ଡ ସେବା ସମବାୟ ସମିତି ଚାଷୀଙ୍କ ଠାରୁ ଧାନ କିଣୁଥିବା ଜଣାପଡିଛି । ସରକାର ମଣ୍ଡି ରେ ଧାନ କିଣାରେ ସ୍ୱଚ୍ଛତା ଆଣିବା ପାଇଁ ସମବାୟ ସମିତି ସମ୍ପାଦକ ମାନେ ଧାନ କିଣିବେ । ଧାନର ମାନ ପରିକ୍ଷଣ କରିବେ ନିୟନ୍ତ୍ରିତ ବଜାର କମିଟି ବାହାଡାଝୋଲା ଓ ଧାନ ନେବେ ମିଲ୍‌ର । ଏଭଳି ଯୋଜନା ଥିବାବେଳେ ଧାନ ର ମାନ ପରିକ୍ଷଣ କରିବା ନିୟନ୍ତ୍ରିତ ବଜାର କମିଟି ର ସଦସ୍ୟଙ୍କ ଅନୁପସ୍ଥିତ ରେ ସମବାୟ ସମିତି ସମ୍ପାଦକ ଓ ମିଲର ଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା ହୋଇ ଚାଷୀ ମାନଙ୍କ ଠାରୁ କ୍ୟୁଣ୍ଟାଲ ପିଛା ୪/୫କେଜି ଧାନ କାଟୁଥିବା ଅଭିଯୋଗ ହେଉଛି । ସେଭଳି ଘଟଣା ଦେଖିବାକୁ ମିଳିଛି କେରଣ୍ଡାଟାଙ୍ଗି ସେବା ସମବାୟ ସମିତି ରେ ।


କେରଣ୍ଡାଟାଙ୍ଗି ସେବା ସମବାୟ ସମିତି ର ସମ୍ପାଦକ ଉପେନ୍ଦ୍ର କୁମାର ଦଳେଇ ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ନିୟନ୍ତ୍ରିତ ବଜାର କମିଟି ବାହାଡାଝୋଲା ର ଧାନ ର ମାନ ପରିକ୍ଷଣ କରିବାକୁ ଆସୁଥିବା ବ୍ୟକ୍ତି ଅନୁପସ୍ଥିତ ଅଛନ୍ତି । ତେଣୁ ଆମ୍ଭେ ଆନୁମାନିକ ଧାନ ପରିକ୍ଷଣ ହିସାବ ରେ କ୍ୟୁଣ୍ଟାଲ୍ ପିଛା ୩ କେଜି ରୁ ୪ କେଜି ମଧ୍ୟରେ ଧାନ କାଟୁଅଛୁ । ୯ ଜଣ ଚାଷୀଙ୍କ ଠାରୁ ବୁଧବାର ୩୪୫ କ୍ୟୁଣ୍ଟାଲ ୫୪କେଜି ଧାନ କ୍ରୟ କରାଯାଇଅଛି । ସେହିଭଳି ଭାବରେ ମଝିଆଁଖଣ୍ଡ ସେବା ସମବାୟ ସମିତି ରେ ଧାନ କିଣା ବେଳେ ବାହାଡାଝୋଲା ନିୟନ୍ତ୍ରିତ ବଜାର କମିଟି ର କର୍ମୀ ଅନୁପସ୍ଥିତ ଥିବା ଦେଖାଦେଇଥିଲା । ଯାହାଫଳରେ ଚାଷୀମାନେ ଘୋର ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏ ସର୍ମ୍ପକେ ବାହାଡାଝୋଲା ନିୟନ୍ତ୍ରିତ ବଜାର କମିଟି ର ସୁଦାମ ଜେନା ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ଉଭୟ କେରେଣ୍ଡାଟାଙ୍ଗି ଓ ମଝିଆଁଖଣ୍ଡ ରେ ଆମ୍ଭ କର୍ମଚାରୀ ଙ୍କୁ ଧାନ ର ମାନ ପରିକ୍ଷଣ ପାଇଁ ନିଯୁକ୍ତି ଦିଆଯାଇଅଛି । ସେମାନେ ଯଦି କାର୍ଯ୍ୟରେ ଅବହେଳା କରିଛନ୍ତି ତାହେଲେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଭଳି ସମବାୟ ସମିତି ସମ୍ପାଦକ ଓ ମିଲର ଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା ଯୋଗୁଁ ଧାନ ଚାଷୀମାନେ ଅନେକ କ୍ଷତି ସହୁଥିବା ଦେଖିବାକୁ ମିଳିଛି । ଚାଷୀ ମାନଙ୍କର ଏ ଅସନ୍ତୋଷ କୁ ଦୃଷ୍ଟିରେ ରଖି ନୟାଗଡ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଚାଷୀମାନେ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.