Home କୋରାପୁଟ ମିଲେଟ ମିଶନ ଦ୍ୱାରା କ୍ରୟ କରାଯାଇଥିବା ମାଣ୍ଡିଆର ଅତିରିକ୍ତ ଟାର୍ଗେଟ ଆବଟଂନ କରିବାକୁ ମୁଖ୍ୟ ଶାସନ...

ମିଲେଟ ମିଶନ ଦ୍ୱାରା କ୍ରୟ କରାଯାଇଥିବା ମାଣ୍ଡିଆର ଅତିରିକ୍ତ ଟାର୍ଗେଟ ଆବଟଂନ କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିବେଦନ କଲେ ବିଧାୟକ

35

କୋରାପୁଟ  ୦୯-୦୭(ଓଡିଆ ପୁଅ /ରଂଜନ ଦାସ) ମିଲେଟ ମିଶନ ଦ୍ୱାରା  କୋରାପୁଟ ଜିଲ୍ଲାରୁ କ୍ରୟ କରାଯାଇଥିବା ମାଣ୍ଡିଆର ଅତିରିକ୍ତ ଟାର୍ଗେଟ ଆବଟଂନ କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ  କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି  ଅଧ୍ୟକ୍ଷ ରଘୁରାମ ପଡାଲ ନିବେଦନ କରିଥିବା ଜଣାପଡିଛି ।ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ  ଓ କୋରାପୁଟ ବିଧାୟକ ଶ୍ରୀ ପଡାଲ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ନିବେଦନ କରିଥିଲେ ବୋଲି ଜଣାପଡିଛି । କୋରାପୁଟ ଜିଲ୍ଲାର ୪୬୨ ଜଣ ଚାଷୀ ୪୦୬୧.୯୨ କ୍ୱିଂଟାଲ ମାଣ୍ଡିଆ ବିଭିନ୍ନ ମଣ୍ଡିରେ ବିକ୍ରୀ କରିଥିଲେ ଓ ଟିଡିସିସି  ବିକ୍ରୀ ହୋଇଥିବା ମାଣ୍ଡିଆ ଗୋଦାମ ରେ ରଖିଥିବା  ବିଧାୟକ  ଶ୍ରୀ ପଡାଲ  ମୁଖ୍ୟ ଶାସନ ସଚିବଙ୍କୁ ଦେଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି ।କିନ୍ତୁ ଧାର୍ଯ୍ୟ ପ୍ରତ୍ୟାହାର ଯୋଗୁଁ ଉକ୍ତ ଷ୍ଟକ ଏମପିଏଏସରେ ପ୍ରବେଶ ହୋଇ  ନାହିଁ ।୬୭୩୦୦ କ୍ୱିଂଟାଲ ମାଣ୍ଡିଆ ପ୍ରବେଶ କରାଯାଇଛି ବୋଲି ଚିଠିରେ ଉଲ୍ଲେଖ କରାଯାଇଛି ।  ଏ ସଂପର୍କରେ କୋରାପୁଟ ଜିଲ୍ଲାପାଳ କୃଷି ଓ ଖାଦ୍ୟ ଉତ୍ପାଦନ ସଚିବ ଚିଠି ଲେଖିଥିବା ବେଳେ ବିକ୍ରୀ ହୋଇଥିବା ୪୦୬୧.୯୨ କ୍ୱିଂଟାଲ ମାଣ୍ଡିଆର ଚାଷୀମାନେ କିପରି ମୁଲ୍ୟ ପାଇ ପାରିବେ ସେଥିପ୍ରତି ପଦ କ୍ଷେପ ନେବାକୁ ବିଧାୟକ ଶ୍ରୀ ପଡାଲ ନିବେଦନ କରିଥିବା ଜଣାପଡିଛି ।  ସୁଚନାଯୋଗ୍ୟ ଯେମାଣ୍ଡିଆ ବିକ୍ରୀ କରିଥିବା ଚାଷୀମାନେ ଅନେକ ବାର ଜିଲ୍ଲାପାଳଙ୍କଠାରୁ  ଆରମ୍ଭ କରି କୋରାପୁଟ ବିଧାୟକ , ଜୟପୁର ବିଧାୟକ ଓ ରାଜ୍ୟ ବିହନ ନିଗମ ଅଧ୍ୟକ୍ଷଙ୍କୁ ଭେଟିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.