Home ଜିଲ୍ଲା ପରିକ୍ରମା ମିଥ୍ୟା ଅଭିଯୋଗରେ ଶିକ୍ଷୟିତ୍ରୀଙ୍କ ବଦଳିକୁ ନେଇ ବହୁଦରଡା ହାଇସ୍କୁଲରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଆନ୍ଦୋଳନ

ମିଥ୍ୟା ଅଭିଯୋଗରେ ଶିକ୍ଷୟିତ୍ରୀଙ୍କ ବଦଳିକୁ ନେଇ ବହୁଦରଡା ହାଇସ୍କୁଲରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଆନ୍ଦୋଳନ

20

ଭଦ୍ରକ, ୧୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବହୁଦରଡା ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀଙ୍କ ବଦଳିକୁ କେନ୍ଦ୍ର କରି ଆଜି ଛାତ୍ର ଓ ଅଭିଭାବକମାନେ ସ୍କୁଲରେ ତାଲା ପକାଇଛନ୍ତି। ଫଳରେ ବିଦ୍ୟାଳୟର ପାଠପଢା ଆଜି ଠପ୍ ହୋଇଯାଇଛି। ବଦଳି ହୋଇଥିବା ଶିକ୍ଷୟିତ୍ରୀ ଲିଲିରାଣୀ ନାୟକଙ୍କ ବଦଳି ବାତିଲ ଦାବି କରି ସ୍କୁଲ ଛାତ୍ରଛାତ୍ରୀ ଓ ଅଭିଭାବକ ସ୍କୁଲ ସମ୍ମୁଖରେ ଆନ୍ଦୋଳନ ଜାରି ରଖିଛନ୍ତି। ସୂଚନାଯୋଗ୍ୟ ସଂପୃକ୍ତା ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ ଜିଲାପାଳଙ୍କ ନିକଟରେ ସ୍ଥାନୀୟ ଅଂଚଳରୁ ଏକ ଦରଖାସ୍ତ ଦିଆଯାଇଥିଲା। ପରବର୍ତୀ ସମୟରେ ଏହି ଅଭିଯୋଗର ସତ୍ୟାସତ୍ୟ ଜାଣିବା ପାଇଁ ଜିଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶରେ ବ୍ଲକ୍ ଶିକ୍ଷାଧିକାରୀ ଚକ୍ରଧର ମଲ୍ଲିକ ସ୍କୁଲକୁ ଯାଇ ଏ ସଂପର୍କରେ ତଦନ୍ତ କରିଥିଲେ। ତଦନ୍ତ ସମୟରେ ପିଲାଙ୍କ ୁ ପଚରା ଉଚୁରା କରି ଜାଣିବାକୁ ପାଇଥିଲେ ଯେ ଏହି ଶିକ୍ଷୟିତ୍ରୀଙ୍କ ଜନ୍ମଦିନରେ ଛାତ୍ରଛାତ୍ରୀମାନେ ତାଙ୍କୁ ଚକଲେଟ୍ ଓ ଉପହାର ଦେଇଥିଲେ। ଅନ୍ୟପକ୍ଷରେ ଅଗଷ୍ଟ ଓ ସେପ୍ଟମ୍ବର ଦୁଇମାସର ଉପସ୍ଥାନ ଖାତାକୁ ନିଜେ ନଲେଖି ପିଲାଙ୍କ ଦ୍ୱାରା ଲେଖାଇଥିବା ସଂପର୍କରେ ବ୍ଲକ୍ ଶିକ୍ଷାଧିକାରୀ ଶ୍ରୀ ମଲ୍ଲିକ ତାଙ୍କ ତଦନ୍ତ ରିପୋର୍ଟରେ ଦର୍ଶାଇଛନ୍ତି। ଏହି ତଦନ୍ତ ରିପୋର୍ଟକୁ ଭିତିକରି ତାଙ୍କୁ ଡେପୁଟେସନରେ ଭଣ୍ଡାରିପୋଖରୀ ବ୍ଲକ୍‌ର ହାରାମଣି ହାଇସ୍କୁଲକୁ ବଦଳି କରାଯାଇଥିବାର ଜଣାପଡିଛି। ତେବେ କେତେକ ଅଭିଭାବକ ନିକଟରୁ ଯାହା ଜଣାପଡିଛି ଶିକ୍ଷୟିତ୍ରୀ ଲିଲିରାଣୀ ନାୟକ ଜଣେ ଉତମ ସ୍ୱଭାବର ଅଟନ୍ତି। ତାଙ୍କୁ ରାଜନୈତିକ ଆକ୍ରୋଶରୁ ବଦଳି କରାଯାଇଛି। ଛାତ୍ରଛାତ୍ରୀମାନଙ୍କୁ ଏ ପ୍ରତିନିଧି ପଚାରିବାରୁ ସେମାନେ ଯାହା କହିଥିଲେ ଆମ ଦିଦି ସେମିତି ନୁହଁନ୍ତି, ପାଠ ଭଲ ପଢାନ୍ତି। ଏବଂ ବ୍ଲକ୍ ଶିକ୍ଷାଧିକାରୀ ଆସି ଆମକୁ ଯାହା କହିଲେ ଆମେ ତାହା ତାଙ୍କୁ ଲେଖି ଦେଲୁ। ଏଣୁ ଆଗକୁ ମାଟ୍ରିକ୍ ପରୀକ୍ଷା ଥିବାବେଳେ ଏଭଳି ଜଣେ ଭଲ ଶିକ୍ଷୟିତ୍ରୀଙ୍କୁ ଯେଭଳି ଅନ୍ୟାୟପୂର୍ଣ୍ଣ ଭାବେ ବଦଳି କରାଯାଇଛି, ତାହାର ପ୍ରତିବାଦରେ ଆଜି ଅଭିଭାବକ ଓ ଛାତ୍ରଛାତ୍ରୀମାନେ ସ୍କୁଲରେ ଚାବି ପକାଇ ତାଙ୍କର ବଦଳି ଦାବିରେ ଆନ୍ଦୋଳନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.