Home ଜିଲ୍ଲା ପରିକ୍ରମା ମିଥ୍ୟା ଅଭିଯୋଗରେ ବୃଦ୍ଧଙ୍କୁ ଗିରଫ ପ୍ରତିବାଦରେ ତିହିଡି ଥାନା ଘେରାଉ

ମିଥ୍ୟା ଅଭିଯୋଗରେ ବୃଦ୍ଧଙ୍କୁ ଗିରଫ ପ୍ରତିବାଦରେ ତିହିଡି ଥାନା ଘେରାଉ

0

ଭଦ୍ରକ, ୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ଥାନା ମୁକୁନ୍ଦପୁର ପଂଚାୟତ ଅଧୀନ ଆରସା ଗ୍ରାମର ଜଣେ ବୃଦ୍ଧଙ୍କୁ ମିଥ୍ୟା ଅଭିଯୋଗରେ ପୋଲିସ ଗିରଫ କରିକୋର୍ଟ ଚାଲାଣ କରିଥିବା ପ୍ରତିବାଦରେ ରବିବାର ପୂର୍ବାହ୍ନରେ ଶତାଧିକ ଗ୍ରାମବାସୀ ଘେରାଉ କରିଛନ୍ତି । ପ୍ରକାଶ ଯେ, ଆରସା ଗ୍ରାମର ଜଣେ ବୃଦ୍ଧ ସେହି ଗ୍ରାମର ଜଣେ ନାବାଳିକାଙ୍କୁ ଗତ ମାସ ୨୩ତାରିଖରେ ଅସଦାଚରଣ କରିଥିବା ନେଇ ନାବାଳିକାଙ୍କ ମା ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏହି ଘଟଣାରେ ଏକ ମକଦ୍ଦମା ରୁଜୁ କରି ବୃଦ୍ଧ ସୁରେନ୍ଦ୍ର ନାଥ ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ଜଣେ ୭୨ ବର୍ଷୀୟ ବୃଦ୍ଧଙ୍କୁ ମିଥ୍ୟା ମକଦ୍ଦମାରେ ଫସାଇ ଦିଆଯିବା ନେଇ ଗ୍ରାମବାସୀ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ପରେ ଏସମ୍ପର୍କରେ ସେମାନେ ଆଇଆଇସିଙ୍କୁ ମଧ୍ୟ ଲିଖିତ ଭାବେ ଜଣାଇଥିଲେ । ସେମାନେ ଦର୍ଶାଇଛନ୍ତି ଯେ, ଅଭିଯୋଗକାରିଣୀ ଆରସା ଗ୍ରାମର ଜଣେ ବ୍ୟକ୍ତିଙ୍କୁ ୨ୟ ବିବାହ କରିଛନ୍ତି । ଏହି ବିବାହକୁ ସୁରେନ୍ଦ୍ର ତଥା କେତେକ ଗ୍ରାମବାସୀ ବିରୋଧ କରିଥିବା ବେଳେ ସୁରେନ୍ଦ୍ର ସେହି ବ୍ୟକ୍ତିଙ୍କ ୧ମ ସ୍ତ୍ରୀକୁ ନିଜ ଘରେ ଆଶ୍ରୟ ଦେଇଥିଲେ । ପରେ ସେହି ବ୍ୟକ୍ତିଜଣକ ୩ଲକ୍ଷ ୫୦ ହଜାର ଟଙ୍କା ଦେଇ ୧ମ ସ୍ତ୍ରୀ ସହ ଛାଡ଼ପତ୍ର କରାଇଥିଲେ । ସେହି ମହିଳାଙ୍କୁ ସୁରେନ୍ଦ୍ର ସହାୟତା କରିଥିବାରୁ ଏଥିରେ କ୍ରୋଧାନ୍ୱିତ ହୋଇ ସେହି ବ୍ୟକ୍ତିଙ୍କ ୨ୟ ସ୍ତ୍ରୀ ସୁରେନ୍ଦ୍ରଙ୍କ ନାଁରେ ନିଜ ୭ବର୍ଷର ଝିଅକୁ ସୁରେନ୍ଦ୍ର ଅସଦାଚରଣ କରିଥିବା ମିଥ୍ୟା ଅଭିଯୋଗ କରିଥିବା ଜଣାଯାଇଛି । ତେବେ ସେମାନେ ବୃଦ୍ଧଙ୍କ ଗିରଫର ପ୍ରତିବାଦ ସ୍ୱରୂପ ଥାନା ଘେରାଉ କରିଥିଲେ । ପୋଲିସ ଘଟଣାର ନିରପେକ୍ଷ ତଦନ୍ତ କରି ପ୍ରକୃତ ଦୋଷୀ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ନେବାକୁ ସେମାନେ ଦାବି ଜଣାଇଛନ୍ତି । ଗ୍ରାମର ଶଶି ଭୂଷଣ ମହଲା, କପିଳେନ୍ଦ୍ର ନାୟକ, ପୁର୍ଣ୍ଣେନ୍ଦୁ ଶେଖର ମହଲା, ଜ୍ୟୋତିର୍ମୟ ପାଣ୍ଡ୍ୱ, ବିଭୂତି ଭୂଷଣ ପାଟ, ଗୌରହରି ସାହୁ, ଗୋପବନ୍ଧୁ ମହଲା, ରୀନାରାଣୀ ସ୍ୱାଇଁ, ଗୋଦାବରୀ ସେଠୀ, ତିଳୋତାମା ବାରିକ, ସୁନିଲତା ବାରିକ, ମନୋରମା ବାରିକ, ମମତା ପରିଡ଼ା, କପିଳେନ୍ଦ୍ର ନାୟକ,ଭାସ୍କର ନାୟକ, ରାଧା କାନ୍ତ ମହଲା,ସୁବାଷ ମହଲା,କମଳାକାନ୍ତ ସ୍ୱାଇଁ,ଭାଗବତ ଜେନା,କୁଞ୍ଜ ଲତା ମହଲା,ପୁଷ୍ପ ଲତା ମହାଳିକ, କବିତା ସେନାପତି, ଅହଲ୍ୟା ନାୟକ,ବସନ୍ତ ମହଲା, ସସ୍ମିତା ଦାସ, ଶର୍ମିଳା ମହଲା, ରମଣୀ ମହଲା, ରତିକାନ୍ତ ମହଲା ପ୍ରମୁଖ ଥାନା ଘେରାଉ କରିଥିଲେ । ତେବେ ଆଇଆଇସି ସତ୍ୟବ୍ରତ ଗ୍ରହାଚାର୍ଯ୍ୟ ଅନୁପସ୍ଥିତ ଥିବାରୁ ଏଏସଆଇ କୁମୁଦିନୀ ବେହେରା ଗ୍ରାମବାସୀଙ୍କ ଅଭିଯୋଗ ସମର୍କରେ ଘଟଣାର ସତ୍ୟାସତ୍ୟ ତଦନ୍ତ ପାଇଁ ଆଇଆଇସିଙ୍କୁ ଜଣାଇବେ ବୋଲି ପ୍ରତି ଶ୍ରୁତି ଦେବାପରେ ଆନ୍ଦୋଳନ ଥମି ଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.