Home ଅନୁଗୁଳ ମା ହିଙ୍ଗୁଳା ମନ୍ଦିର ଯଜ୍ଞମଣ୍ଡପ ଓ ମୁଖଶାଳାର ଭୂମିପୂଜନ ଅନୁଷ୍ଠିତ

ମା ହିଙ୍ଗୁଳା ମନ୍ଦିର ଯଜ୍ଞମଣ୍ଡପ ଓ ମୁଖଶାଳାର ଭୂମିପୂଜନ ଅନୁଷ୍ଠିତ

140

ତାଳଚେର,୧/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ଗୋପାଳପ୍ରସାଦସ୍ଥିତ ପୀଠ ପରିସରରେ ନୂତନ ମୁଖଶାଳା ଓ ଯଜ୍ଞମଣ୍ଡପର ଭୂମିପୂଜନ ଉତ୍ସବ ନିରାଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ତାଳଚେର ଉପଜିଲ୍ଲାପାଳ ତଥା ମା ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟ ବୋର୍ଡର ମ୍ୟାନେଜିଂ ଟ୍ରଷ୍ଟି ରଜନୀକାନ୍ତ ସ୍ୱାଇଁଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ଢେଙ୍କାନାଳ ସାଂସଦ ମହେଶ ସାହୁ,ବିଧାୟକ ବ୍ରଜକିଶୋର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଅନୁଷ୍ଠିତ ଯଜ୍ଞରେ ତାଳଚେର ରାଜାଙ୍କ ପ୍ରତିନିଧି ରାଜେନ୍ଦ୍ର ସିଂହ କର୍ତା ଭାବରେ ଦାୟିତ୍ୱ ତୁଲାଇଥିଲେ । ରାଜ ପୁରୋହିତ ପଙ୍କଜ ପତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ଶତପଥୀ,ସୁବାଷ ଚନ୍ଦ୍ର ନନ୍ଦ,ହୃଦୟ ଶତପଥୀ ପ୍ରମୁଖ ଯଜ୍ଞ କାର୍ଯ୍ୟ ପାରମ୍ପରିକ ବିଧି ଅନୁଯାୟୀ ସମ୍ପନ୍ନ କରିଥିଲେ । ଟ୍ରଷ୍ଟ ବୋର୍ଡ ସଦସ୍ୟ ଜଗନ ମୋହନ ଗଡନାୟକ,ସୌଭାଗ୍ୟ ଚନ୍ଦ୍ର ପ୍ରଧାନ, ମୂରଲୀଧର ସାହୁ,ସନ୍ତୋଷ ପ୍ରଧାନ,ରାଜେନ୍ଦ୍ର କୁମାର ସିଂହ,ସଞ୍ଜୟ କୁମାର ସାହୁ,ଗଗନ ବିହାରୀ ସାହୁ, ରତ୍ନାକର ସାହୁ,ସଞ୍ଜୟ କୁମାର ମାଝୀ,ଶଙ୍କର ପ୍ରସାଦ ବେହେରାଙ୍କ ସମେତ ହିଙ୍ଗୁଳା କ୍ଷେତ୍ର ମହାପ୍ରବନ୍ଧକ ପି.ବି.ରେଡ୍ଡୀ,ମନ୍ଦିରର ମୁଖ୍ୟ କାରିଗର ଶଙ୍କର ଜେନା ଓ ବସନ୍ତ ଜେନା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ସାମାଜିକ ଦୂରତାକୁ ଅବଲମ୍ବନ କରି ତଥା ମୁହଁରେ ମାସ୍କ ପରିଧାନ କରି ଏହି ଉତ୍ସବ ସମାପନ କରାଯାଇଥିଲା । ଏହି ଅବସରରେ ମା ହିଙ୍ଗୁଳାଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ ଭୂବନେଶ୍ୱରୀ କୋଇଲାଖଣିରେ ଥିବା ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ୫ ଜଣ ଯୁବ ଇଂଜିନିୟର ଅମିତ୍ କୁମାର ପ୍ରଧାନ,ସଞ୍ଜୟ ବେହେରା, ଆଦିଶ୍ କୁମାର ସାହୁ,ବାପି ନାୟକ,ପ୍ରସନ୍ନ କୁମାର ସାହୁ ପ୍ରମୁଖ ଉପଜିଲ୍ଲାପାଳ ଶ୍ରୀ ସ୍ୱାଇଁ, ସାଂସଦ ମହେଶ ସାହୁ ଓ ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଉପସ୍ଥିତିରେ ୫୦,୫୦୫ ଟଙ୍କା ଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.