Home ଓଡ଼ିଶା ଛାତରୁ ପଡି ରାଜମିସ୍ତ୍ରୀର ମୃତ୍ୟୁ

ଛାତରୁ ପଡି ରାଜମିସ୍ତ୍ରୀର ମୃତ୍ୟୁ

245

ଯୋଡା, ୦୧- ୭ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଯୋଡା ପୌରପାଳିକା ଅନ୍ତର୍ଗତ ୬ନଂ ୱାର୍ଡ କଣ୍ଟ୍ରାକ୍ଟର କଲୋନୀରେ ଏକ ଘର ମରାମତି କରୁଥିବା ମିସ୍ତ୍ରୀ ଛାତ ଉପରୁ ଖସିପଡି ମୃତ୍ୟୁବରଣ କରିଥିବା ଜଣାପଡିଛି । ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୫ଘଟିକା ସମୟରେ ପଞ୍ଚାନନ ନାଏକଙ୍କ ଘର ମରାମତି କରୁଥିବା ବେଳେ ଜୀବନ ବେଙ୍ଗରା (୪୮) ନାମକ ମିସ୍ତ୍ରୀ ଜଣଙ୍କ ଅସାବଧାନତା ବଶତଃ ଛାତ ଉପରୁ ଖସିପଡି ଯିବାରୁ ତାଙ୍କର ମୁଣ୍ଡ ଫାଟିଯାଇଥିଲା । ତାଙ୍କୁ ତୁରନ୍ତ ଯୋଡାସ୍ଥିତ କେନ୍ଦ୍ରୀୟ ଚିକିତ୍ସାଳୟକୁ ନିଆଯାଇ ଚିକିତ୍ସା କରାଯାଉଥିବା ସମୟରେ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା । ଯୋଡା ପୁଲିସ ଏକ ଅପମୃତ୍ୟୁ ମାମଲା ଋଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି । ମୃତ ବ୍ୟକ୍ତି ଜଣଙ୍କ ରୁଗୁଡି ଥାନା ଅନ୍ତର୍ଗତ କ୍ୟାମ୍ପ ହଟିଂର ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.