Home ଅନୁଗୁଳ ମା ହିଙ୍ଗୁଳାଙ୍କ କୃପା ଭିକ୍ଷା କଲେ କଳମଛୁଇଁ ଗ୍ରାମବାସୀ

ମା ହିଙ୍ଗୁଳାଙ୍କ କୃପା ଭିକ୍ଷା କଲେ କଳମଛୁଇଁ ଗ୍ରାମବାସୀ

62

ତାଳଚେର,୧୭/୦୨(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କୁ ଦର୍ଶନ କରି କୃପା ଭିକ୍ଷା କରିଛନ୍ତି କଳମଛୁଇଁ ଗ୍ରାମବାସୀ । ଗ୍ରାମ ସଭାପତି ତୀର୍ଥବାସୀ ପ୍ରଧାନ ଓ ସମ୍ପାଦକ ଯୁଗଳ କିଶୋର ସାହୁଙ୍କ ନେତୃତ୍ୱରେ ଶତାଧିକ ଗ୍ରାମବାସୀ ନାମ ସଂକୀର୍ତନ କରି ଏକ ଶୋଭାଯାତ୍ରାରେ ଗୋପାଳପ୍ରସାଦସ୍ଥିତ ମା ହିଙ୍ଗୁଳା ମନ୍ଦିରରେ ପହଂଚି ମା ଅଗ୍ନିରୂପାଙ୍କ ପୂଜାର୍ଚ୍ଚନା କରିଥିଲେ । ଏହି ଅବସରରେ ସମସ୍ତ ଗ୍ରାମବାସୀ ମା ହିଙ୍ଗୁଳାଙ୍କ ଜୟଧ୍ୱନି କରି ଗ୍ରାମର ଏକତା ଓ ଅଖଣ୍ଡତା ପୂର୍ବପରି ଅକ୍ଷୁର୍ଣ୍ଣ ରଖିବା ପାଇଁ ମା’ ଙ୍କ ପାଖରେ ଗୁହାରୀ କରିଥିଲେ । ଏମ୍‌ସିଏଲ୍ ଦ୍ୱାରା କଳମଛୁଇଁ ଗ୍ରାମଟି ଅଧିଗ୍ରହଣ ହୋଇଥିବା ବେଳେ ଖଣି କର୍ତୃପକ୍ଷ ନିୟମାନୁଯାୟୀ ନିଯୁକ୍ତି ଓ ଥଇଥାନ କରିବାକୁ ନାନା ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ବୋଲି କେତେକ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତେଣୁ ଖଣି କର୍ତୃପକ୍ଷ ଯେପର୍ଯ୍ୟନ୍ତ ଉପଯୁକ୍ତ ଥଇଥାନ ତଥା ଜମିହରା ପ୍ରଜାମାନଙ୍କର ଅନ୍ୟାନ୍ୟ ସମସ୍ୟାର ସମାଧାନ ନ କରିଛନ୍ତି,ସେପର୍ଯ୍ୟନ୍ତ ସମସ୍ତ ଗ୍ରାମବାସୀମାନେ ଏକାଠି ରହି ମୁକାବିଲା କରିବାକୁ ମା ହିଙ୍ଗୁଳାଙ୍କ ନିକଟରେ ଶପଥ ନେଇଥିଲେ। ଗ୍ରାମର ଲୋଚନ ସାହୁ,ଭରତ ସ୍ୱାଇଁ,ଦାମ ନାୟକ,କାଳିଆ ସାହୁ,ରସାନନ୍ଦ ସାହୁ,ଗୋଲେଖ ନାଏକ,ବାଲିଆ ଗୋଚ୍ଛାୟତ,ରମେଶ ଗୋଚ୍ଛାୟତ,ବସନ୍ତ ନାଏକ, ମାନସ ସାହୁ,ଲିପୁ ସାହୁ,ସ୍ୱେଚ୍ଛାସେବୀ ସତ୍ୟାନନ୍ଦ ନାୟକ,ବେଣୁଧର ଭୂତିଆ,ମାଧବ ଭୂତିଆ ପ୍ରମୁଖଙ୍କ ସହ ସମସ୍ତ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.