Home ଅନୁଗୁଳ ମା ହିଙ୍ଗୁଳାଙ୍କୁ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ମା ହିଙ୍ଗୁଳାଙ୍କୁ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

21

ତାଳଚେର,୧୦/୦୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କୁ ଦର୍ଶନ କରି ଆର୍ଶିବାଦ ଭିକ୍ଷା କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ। ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ପ୍ରତ୍ୟୁଷରୁ ନିଜର ବାସସ୍ଥାନ ନାଲମ ଗ୍ରାମ ଯାଇ ସେଠାରେ ନୃସିଂହନାଥଙ୍କ ଦର୍ଶନ କରିଥିଲେ । ଏହାପରେ ସେ କଣିହାଁ,ଏନ୍‌ଟିପିସି ବାଟ ଦେଇ ଦିବା ପ୍ରାୟ ୧ଘଟିକା ସମୟରେ ଗୋପାଳପ୍ରସାଦସ୍ଥିତ ମା ହିଙ୍ଗୁଳା ପୀଠରେ ପହଚିଂଥିଲେ। ସେଠାରେ ସେ ସପରିବାର ବିଶ୍ୱଜନନୀ ମା ହିଙ୍ଗୁଳାଙ୍କ ପୂଜାର୍ଚ୍ଚନା କରିବା ସହ ସମସ୍ତଙ୍କର ମଙ୍ଗଳ କାମନା କରିଥିଲେ । ଏହି ଅବସରରେ ଏମ୍‌ସିଏଲ୍‌ର ସମସ୍ତ କ୍ଷେତ୍ର ମହାପ୍ରବନ୍ଧକଙ୍କ ସହ ମା ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟ ବୋର୍ଡ,ବିଭିନ୍ନ ଶ୍ରମିକ ସଙ୍ଗଠନର କର୍ମକର୍ତା,ସିକ୍ୟୁରିଟି ସଙ୍ଗଠନ ତଥା ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନରର କର୍ମକର୍ତାମାନେ ପୁଷ୍ପଗୁଚ୍ଛ ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ମା ହିଙ୍ଗୁଳାଙ୍କ ପରିକଳ୍ପିତ ଭବ୍ୟ ମନ୍ଦିରର ପୂର୍ଣ୍ଣାଙ୍ଗ ନିର୍ମାଣ ପାଇଁ ଅତିରିକ୍ତ ୧୫୦ କୋଟି ଟଙ୍କାର ପାଣ୍ଠି କିଭଳି ଭାବରେ ସଂଗ୍ରହ କରା ଯାଇପାରିବ,ସେ ସମ୍ପର୍କରେ ଉପସ୍ଥିତ ସମସ୍ତ ଏମ୍‌ସିଏଲ୍ ପଦାଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହାସହିତ ତାଳଚେରରେ ଥିବା କୋଇଲାଖଣିଗୁଡିକରୁ କୋଇଲା ଉତୋଳନ ତଥା ରପ୍ତାନୀ ସମ୍ବନ୍ଧରେ ଆଲୋଚନା କରିବା ସହ ତାଳଚେରରେ ଥିବା ସମସ୍ତ ଟ୍ରକଗୁଡିକ ଦୈନନ୍ଦିନ କିଭଳି ଭାବରେ କୋଇଲା ପରିବହନ କରିପାରିବେ,ସେ ସମ୍ବନ୍ଧରେ ଏମ୍‌ସିଏଲ୍ ପଦାଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ଏହା ସହିତ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗୋପାଳପ୍ରସାଦ ପଂଚାୟତର ନୂତନ ବିଜେପି କାର୍ଯ୍ୟାଳୟକୁ ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି,ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ରାଜେନ୍ଦ୍ର ସିଂ,ଜିଲ୍ଲା ମିଡ଼ିଆସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକ,ଗଗନ ବିହାରୀ ସାହୁଙ୍କ ସମେତ ବହୁ ରାଜନୈତିକ ନେତାଙ୍କ ସହ ଦଳୀୟ କର୍ମୀଗଣ ଉପସ୍ଥିତ ଥିଲେ । ମା’ ଙ୍କ ଦର୍ଶନ କାର୍ଯ୍ୟକ୍ରମ ସାରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅପରାହ୍ନରେ ଅନୁଗୋଳ ଅଭିମୁଖେ ଯାତ୍ରା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.