ଭଦ୍ରକ, ୨୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌରାଂଚଳ ୱାର୍ଡ ନମ୍ବର ୩୦ ଦହଣାଶୁଣି ଦାସସାହି ଠାରେ ସ୍ଥାନୀୟ ଅଂଚଳର ଆରାଧ୍ୟ ଦେବୀ ମା’ ସୁବର୍ଣ୍ଣମୁଖୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେଇ ମା’ଙ୍କ ଆଶିର୍ବାଦ ଗ୍ରହଣ କରିବା ସହିତ ଗ୍ରାମର ଉନ୍ନତି ତଥା ସଦାସର୍ବଦା ଗ୍ରାମବାସୀଙ୍କୁ ସବୁ ସଙ୍କଟରୁ ରକ୍ଷା କରନ୍ତୁ ବୋଲି ମା’ଙ୍କ ନିକଟରେ ପ୍ରାର୍ଥନା କଲେ ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ । ଭକ୍ତ ଉତ୍ସବରେ ଉପସ୍ଥିତ ଥିଲେ ସ୍ଥାନୀୟ ପାରିଷଦ ଉର୍ମିଳା ମାଝୀ, ଭଦ୍ରକ ବ୍ଲକ ପୂର୍ବତନ ସଭାପତି ପ୍ରଫୁଲ୍ଲ ନାୟକ, ପୂର୍ବତନ ବ୍ଲକ ସମ୍ପାଦକ ରଘୁନାଥ ପଣ୍ଡା, ବିଜୁ ଯୁବ ଜନତା ଦଳର ପୂର୍ବତନ ରାଜ୍ୟ ସମ୍ପାଦକ ବିକାଶ ଶ୍ରେଷ୍ଠା, ଯୁବନେତା ପ୍ରଭାତ ମାଝୀ, ସ୍ଥାନୀୟ ବରିଷ୍ଠ ଓ ଯୁବ ନେତୃମଣ୍ଡଳୀ ।