Home ଜିଲ୍ଲା ପରିକ୍ରମା ମା’ ସାଜିଲା ସୈତାନ, ପୁଅକୁ ମାରି ଦୁର୍ଘଟଣାର ରୂପ ଦେଇଥିବା ଥାନାରେ ଅଭିଯୋଗ ଆଣିଲେ ମୃତ...

ମା’ ସାଜିଲା ସୈତାନ, ପୁଅକୁ ମାରି ଦୁର୍ଘଟଣାର ରୂପ ଦେଇଥିବା ଥାନାରେ ଅଭିଯୋଗ ଆଣିଲେ ମୃତ ନାବାଳକର ଜେଜେମା

21

ଭଦ୍ରକ, ୧୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମା ସାଜିଲା ସୈତାନ, ପୁଅକୁ ମାରି ଦୁର୍ଘଟଣାର ରୂପ ଦେଇ ଥିବା ଥାନାରେ ଅଭିଯୋଗ ଆଣିଲେ ମୃତ ନାବାଳକ ର ଜେଜେମା। ଏମିତି ଏକ ଅଭିଯୋଗ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଘେଂଟଶ୍ୱର ଫାଣ୍ଡି ଅଧିନ ଷଣ୍ଢଗଡା ଗ୍ରାମରେ। ପୂର୍ବ ସୂଚନା ମୁତାବକ ରମା ମଣିଙ୍କ ବଡ ପୁଅ ହେମନ୍ତ ସ୍ୱାଇଁ ନିଜ ଗ୍ରାମରେ ସୁବାସ ରାଉତଙ୍କ ଝିଅ ଶୁଭ ରାଉତ ଙ୍କୁ ବୈଦିକ ରୀତିନୀତି ରେ ବିବାହ କରିଥିଲେ। ବାହାଘରକୁ କିଛି ବର୍ଷ ବିତି ଯାଇଥିଲେ ମଧ୍ୟ୍ୟ ତାଙ୍କନ ୧୬ ବର୍ଷର ପୁଅ ଏବଂ ୫ବର୍ଷର ଝିଅ ମଧ୍ୟ୍ୟ ଅଛି। ଅଭିଯୋଗ କାରି ଜେଜେମାଙ୍କ ଅଭିଯୋଗ ମୁତାବକ ଆଜକୁ କିଛି ମୋ ପୁଅ ବହୁ ବାହାର ରାଜ୍ୟକୁ ଏକ ଘରୋଇ କମ୍ପାନୀ ରେ କାର୍ଯ୍ୟ କରୁଥିବା ସମୟରେ ମୋ ପୁଅକୁ ଛାଡି ମୋ ବହୁ ଅନ୍ୟତ୍ର ପଳାଇ ଯାଇ ଥିଲେ। ଏ ନେଇ ମୋ ବାହୁର ବାପଘର ଲୋକେ ମୋ ପୁଅ ନାମରେ ବହୁକୁ ଜୀବନରୁ ମାରି ଦେଇଥିବା ଅଭିଯୋଗ ଆଣିଥିଲେ କିଛି ଦିନ ଭିତରେ ମୋ ପୁଅ ବହୁର ଠିକଣା ପାଇ ତା ଶଶୁର ଘର ଲୋକଙ୍କୁ ଜିମା ଦେଇଥିଲେ। ସେବେ ଠାରୁ ମୋ ଲୋକ ଲଜ୍ୟା ସହି ନପାରି କୁଆଡେ ପଳାଇ ଯାଇଛି ମୁଁ ତାର ଖବର ପାଉନାହିଁ। ମୋ ପାଖରେ ଥିବା ନାତି ଏବଂ ନାତୁଣୀ ଙ୍କୁ ମୋ ଶଶୁର ଘର ଲୋକ ନେଇ ଯାଇଥିଲେ। ଆଜକୁ ୧୦ରୁ ଦିନରୁ ଅଧିକ ହେବ ମୋ ନାତି ଗୌତମ ସ୍ୱାଇଁ ଦେହ ଅସୁସ୍ଥତା କାରଣରୁ ମୃତ୍ୟୁ ଘଟିଛି ହେଲେ ଦୁଃଖର ବିଷୟ ମୋ ନାତିର ମଲା ଶରୀର ପାଖକୁ ମୋତେ ଛାଡିବାକୁ ଦିଆଗଲା ନାହିଁ। ଏଣୁ ମୋର ସେନ୍ଦେହ ବାହାର ରାଜ୍ୟରେ ମୋ ନାତିକୁ ମୋ ବହୁ ଲୋକ ଲଗାଇ ମାରିଦେଇ ଦୁର୍ଘଟଣା ର ରୂପ ଦେଉଥିବା ମୋର ସନ୍ଦେହ ହେଉଛି। ପୋଲିସ ଏହି ଘଟଣା ରେ ତଦନ୍ତ କଲେ ସବୁ ସତ୍ୟ ସାମ୍ନା କୁ ଆସିବ ବୋଲି ମୃତ ଗୌତମ ର ଜେଜେମା କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.