ଭଦ୍ରକ, ୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଦଳାଙ୍ଗ ପଂଚାୟତ ଜାହାଙ୍ଗୀର କାଳୀ ପଡିଆ ରେ ମା’ ଶ୍ୟାମାକାଳୀ ୟୁଥ କ୍ଲବ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଯାପିତ ହୋଇଯାଇଛି।ରବିବାର ଉଦଯାପନୀ ଦିନରେ ପାରାଦୀପ କ୍ରିକେଟ୍ କ୍ଲବ ଓ ଇଲେଭେନ୍ ଷ୍ଟାର ଯାଜପୁର ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଟସ୍ ଜିତି ଇଲେଭେନ୍ ଷ୍ଟାର ଯାଜପୁର ପ୍ରଥମେ ପାରାଦୀପ କ୍ରିକେଟ୍ କ୍ଲବ କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ ଦେଇଥିଲା। ପାରାଦୀପ ଦଳ ୧୭.୩ ଓଭର ରେ ସମସ୍ତ ଓଇକେଟ ହରାଇ ୧୦୭ ରନ କରିଥିଲା। ଜବାବରେ ଇଲେଭେନ ଷ୍ଟାର ଯାଜପୁର ୧୩.୪ ଓଭର ରେ ୪ଟି ଓଇକେଟ୍ ହରାଇ ୧୦୮ ରନ୍ ସଂଗ୍ରହ କରି ଫାଇନାଲ ମ୍ୟାଚରେ ବିଜୟ ହାସଲ କରି ଚାମ୍ପିଅନ ହୋଇଥିଲା। ଏହି ମ୍ୟାଚର ଅମ୍ପାୟର ଭାବେ ସନ୍ୟାସୀ ନାୟକ ଓ ପିନାକୀ ସାହୁ ପରିଚାଳନା କରିଥିଲେ।ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟକ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଓ ଯାତ୍ରା ଅଭିନେତା ଗୌର ଦାସ ଯୋଗଦେଇ ଖେଳାଳି ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।
Home ଜିଲ୍ଲା ପରିକ୍ରମା ମା’ ଶ୍ୟାମା କାଳୀ ୟୁଥ କ୍ଲବ ପକ୍ଷରୁ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଯାପିତ,ଇଲେଭେନ ଷ୍ଟାର ଯାଜପୁର...








