Home ଜିଲ୍ଲା ପରିକ୍ରମା ମା’ ଶ୍ୟାମାକାଳୀ ୟୁଥ କ୍ଲବ ପକ୍ଷରୁ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଂଟ ଆରମ୍ଭ,ଉଦଘାଟନୀ ମ୍ୟାଚରେ ଯାଜପୁର ବିଜୟୀ

ମା’ ଶ୍ୟାମାକାଳୀ ୟୁଥ କ୍ଲବ ପକ୍ଷରୁ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଂଟ ଆରମ୍ଭ,ଉଦଘାଟନୀ ମ୍ୟାଚରେ ଯାଜପୁର ବିଜୟୀ

3

ଭଦ୍ରକ, ୩୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ଦଳାଙ୍ଗ ପଂଚାୟତର ଜାହାଙ୍ଗୀର ବଜାର ସ୍ଥିତ କାଳୀ ପଡ଼ିଆରେ ମା’ ଶ୍ୟାମାକାଳୀ ୟୁଥ କ୍ଲବ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଂଟର ଉଦଘାଟିତ ହୋଇଛି। ଉଦଘାଟନ ସମାରୋହରେ ସ୍ଥାନୀୟ ସରପଂଚ ରଂଜିତ ଜେନା, ସମାଜସେବୀ ବିଚିତ୍ରାନନ୍ଦ ହାତୀ ଓ ଶ୍ୟାମାକାଳୀ ପୂଜା କମିଟିର ସଭାପତି ଅନିରୁଦ୍ଧ ପାଢ଼ୀ ଅତିଥି ଭାବେ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ଉଦଘାଟନୀ ମ୍ୟାଚରେ ରକି କ୍ରିକେଟ କ୍ଲବ ବାଲେଶ୍ୱର ଓ ଇଲେଭେନ୍ ଷ୍ଟାର କ୍ରିକେଟ କ୍ଲବ ଯାଜପୁର ମଧ୍ୟରେ ୨୦ ଓଭର ବିଶିଷ୍ଟ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଟସ୍ ଜିତି ବାଲେଶ୍ୱର ଦଳ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଯାଜପୁର ଦଳ ୨୦ ଓଭରରେ ସମସ୍ତ ଓଇକେଟ ହରାଇ ୧୯୨ ରନ୍ ସଂଗ୍ରହ କରିଥିଲା। ଜବାବରେ ବାଲେଶ୍ୱର ଦଳ ୨୦ ଓଭର ଖେଳି ସମସ୍ତ ଓଇକେଟ ହରାଇ ୧୭୫ ରନ୍ କରି ପରାଜିତ ହୋଇଥିଲା। ଉଦଘାଟନୀ ମ୍ୟାଚରେ ଯାଜପୁର ଦଳର ଚନ୍ଦନ ନୟକ ଶ୍ରେଷ୍ଠ ପ୍ରଦର୍ଶନ କରି ‘ମ୍ୟାନ୍ ଅଫ୍ ଦ ମ୍ୟାଚ୍‌’ ଭାବେ ଚୟନିତ ହୋଇଥିଲେ। ସେ ୨୮ ବଲରେ ୬୦ ରନ୍ କରିଥିବା ସହ ୪ ଓଭର ବୋଲିଂ କରି ୩ଟି ଓଇକେଟ ନେଇଥିଲେ। ମ୍ୟାଚର ଅମ୍ପେୟାର୍ ଭାବେ ସନ୍ୟାସୀ ନାୟକ ଓ ରାଧେଶ୍ୟାମ ଜେନା ଦାୟିତ୍ୱ ନିର୍ବାହ କରିଥିଲେ। ସ୍କୋରର ଭୂମିକାରେ ସୂର୍ଯ୍ୟକାନ୍ତ ଘଡ଼ାଇ, କମେଂଟ୍ରୀରେ ବିଶ୍ୱଜିତ୍ ପାଢ଼ୀ ଓ ଶୁଶାନ୍ତ ଦାସ ଥିଲେ। ଅନନ୍ତ ମହାରଣା, ମାନସ ପୁହାଣ, ବଳବନ୍ତ ମହାରଣା, ରାକେଶ ବାରିକ୍ ଓ ମନୋଜ୍ ମହାନ୍ତିଙ୍କ ପ୍ରମୁଖ ଟୁର୍ଣ୍ଣାମେଂଟ ସୁଚାରୁ ଭାବେ ପରିଚାଳନା କରିବାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.