Home ଜିଲ୍ଲା ପରିକ୍ରମା ମା’ ରମାଦେବୀଙ୍କ ୪୦ତମ ଶ୍ରୋଦ୍ଧାତ୍ସବ ପାଳିତ

ମା’ ରମାଦେବୀଙ୍କ ୪୦ତମ ଶ୍ରୋଦ୍ଧାତ୍ସବ ପାଳିତ

9

ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ମହିଳା ମହାବିଦ୍ୟାଳୟ ସଭା ଗୃହରେ ଓଡ଼ିଶାର ବରପୁତ୍ରୀ ସ୍ୱାଧୀନତା ସଂଗ୍ରାମୀ ମହିୟସୀ ମହିଳା ମା’ ରମାଦେବୀଙ୍କ ୪୦ତମ ଶ୍ରାଦ୍ଧୋତ୍ସବ ଭଦ୍ରକ ଜିଲ୍ଲା ସର୍ବୋଦୟ ମଣ୍ଡଳ ଓ ମହିଳା ମହାବିଦ୍ୟାଳୟର ମିଳିତ ସହେଯାଗେର ଏକ ବର୍ଣ୍ଣାଢ୍ୟ ପରିବେଶେର ଜିଲ୍ଲା ସର୍ବୋଦୟ ମଣ୍ଡଳ ସଭାପତି ଅମର କୁମାର ପାଣିଗ୍ରାହୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ କୁମାର ରାଉତରାୟ ମୁଖ୍ୟ ଅତିଥି ଭାବେର ପ୍ରଦୀପ ପ୍ରଜ୍ଜ୍ୱଳନ ପୂବର୍କ ସଭା ଉଦ୍‌ଘାଟନ କରିଥିଲେଲ। ମୁଖ୍ୟ ବକ୍ତା ଭାବରେ ଅଥର୍ନୀତିଜ୍ଞ ତଥା ଫକୀର ମୋହନ ବିଶ୍ୱବିଦ୍ୟାଳୟର ପୂବର୍ତନ କୂଳପତି ଡ଼. କୁମରବର ଦାସ ଯୋଗ ଦେଇ ମା’ ରମାଦେବୀଙ୍କ ମହନୀୟ ଆଦଶର୍ରେ ଅନୁପ୍ରାଣୀତ ହେବାକୁ ଉପସ୍ଥିତ ଛାତ୍ରୀମାନଙ୍କ ଉଦ୍ଦେଶ୍ୟର ଉଦ୍‌ବୋଧନ ଦେଇଥିଲେ। ଭଦ୍ରକ ପୌରଧ୍ୟକ୍ଷା ଗୁଲ୍‌ମକ୍କୀ ଦଲୱାଜୀ ହବିବ୍ ସମ୍ମାନନୀୟା ଅତିଥି ଭାବେର ଯୋଗେଦଇ ତାଙ୍କ ବକ୍ତବ୍ୟରେ ସାମ୍ପ୍ରଦାୟିକତା ଉର୍ଦ୍ଧରେ ରହି ପ୍ରତ୍ୟେକ ବ୍ୟକ୍ତି ସମାଜର ସ୍ୱାର୍ଥରେ ନିଜକୁ ସାମିଲ କରିବାକୁ ଛାତ୍ରୀମାନଙ୍କୁ ବାର୍ତା ପ୍ରଦାନ କରିଥିଲେ ।ଏବଂ ସାମ୍ପ୍ରତିକ ପରିସ୍ଥିତିରେ ନିଜର ଦୃଢ ମନୋବଳ ଓ ସାହାସିକତା ପ୍ରଦଶର୍ନ ପୂବର୍କ ଆତ୍ମସୁରକ୍ଷା କରିବାକୁ ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ଅନ୍ୟତମ ଅତିଥିମାନଙ୍କ ମଧ୍ୟରେ ଭଦ୍ରକ ସ୍ୱୟଂଶାସିତ ମହାବିଦଦ୍ୟାଳୟର ପୂବର୍ତନ ଅଧ୍ୟକ୍ଷ ଡ଼. ରାମଚନ୍ଦ୍ର ପଣ୍ଡା, ରାଜ୍ୟ ସର୍ବୋଦୟ ମଣ୍ଡଳର ସଭାପତି ଓ ଓଡ଼ିଶା ଉଚ୍ଚନ୍ୟାୟାଳୟର ଅଧିବକ୍ତା ଭାବରେ କାର୍ଯ୍ୟରତ ସମାଜ ସେବୀ କୈଳାଶ ଚନ୍ଦ୍ର ସାଉ, ଭଦ୍ରକ ଛପୁଲିଆ ଦିଶା ପବ୍ଲିକ ସ୍କୁଲର ପ୍ରାଣ ପ୍ରତିଷ୍ଠାତା ଗୟାଧର ପଣ୍ଡା, ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଶିକ୍ଷାବିତ୍ ଡ଼. ଅଭୟ କୁମାର ଦାସ, ଅବସର ପ୍ରାପ୍ତ ଅଧ୍ୟକ୍ଷ କମଳାକାନ୍ତ ସ୍ୱାଇଁ, ରାଜ୍ୟ ସର୍ବୋଦୟ ମଣ୍ଡଳର ସମ୍ପାଦକ ରମାକାନ୍ତ ମଣ୍ଡଳ, ଭଦ୍ରକ ତ୍ୟାଗଭୂମି ମହୋତ୍ସବ ସମ୍ପାଦକ ଅଜୟ କୁମାର ନାୟକ, ସର୍ବୋଦୟ ମଣ୍ଡଳର ଉପ-ସଭାପତି ନାରାୟଣ ଚନ୍ଦ୍ର ପାଢୀ, କୋଷାଧ୍ୟକ୍ଷ ଆଦିତ୍ୟ କୁମାର ନାୟକ, ଇନ୍ଦ୍ରମଣି ପଣ୍ଡା, ଶ୍ରୀହର୍ଷ ସ୍ୱାଇଁ, ମହିଳା ମୋର୍ଚ୍ଚା ସଭାପତି ଶାନ୍ତିଲତା ବାରିକ, ମହିଳା ମୋର୍ଚ୍ଚା ସମ୍ପାଦିକା ସଞ୍ଜୁକ୍ତା ଯାଦବ ଆଦି ମାନ୍ୟଗଣ୍ୟ ବ୍ୟକ୍ତିମାନେ ମା’ ରମାଦେବୀଙ୍କ ଜୀବନୀ ଓ ସମାଜ ଉପେର ତାର ପ୍ରଭାବ ଶୀଷର୍କ ବିଷୟବସ୍ତୁ ଉପରେ ଦିକ୍ଷାନ୍ତ ଭାଷଣ ଦେଇଥିଲେ। ଅବସର ପ୍ରାପ୍ତ ପ୍ରାଧ୍ୟାପକ ଅମେରନ୍ଦ୍ର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମହିଳା ମହାବିଦ୍ୟାଳୟର ଶିକ୍ଷା ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପିକା ଡ଼. ଆଭାମୟୀ ମହାପାତ୍ର ଧନ୍ୟବାଦ ଅପର୍ଣ କରିଥିଲେ। ଏବଂ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରୀମାନେ ମଂଚ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.