Home ଜିଲ୍ଲା ପରିକ୍ରମା ମା’ ମଙ୍ଗଳା କ୍ରିକେଟ ଟୁର୍ଣ୍ଣାମେଣ୍ଟ ; ମଢିଆଳୀ ଚାମ୍ପିଅନ

ମା’ ମଙ୍ଗଳା କ୍ରିକେଟ ଟୁର୍ଣ୍ଣାମେଣ୍ଟ ; ମଢିଆଳୀ ଚାମ୍ପିଅନ

35

ଭଦ୍ରକ, ୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକ ବନ୍ଦାଳୋ-ମଢିଆଳୀ ପଞ୍ଚାୟତର ମହେଶପୁର ଖେଳ ପଡିଆ ଠାରେ ମା ମଙ୍ଗଳା ଯୁବକ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ କ୍ରିଷ୍ଣା କ୍ରିକେଟ ଟିମ ମଢିଆଳୀ ସହିତ ବନ୍ଦାଳୋ ରାଇଜିଂ କ୍ରିକେଟ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ମଢିଆଳୀ କ୍ରିକେଟ ଟିମ ଟସ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୬ ଓଭର ବିଶିଷ୍ଟ ମ୍ୟାଚରେ ୧୪.୫ ଓଭରରେ ସମସ୍ତ ଉଇକେଟ ହରାଇ ୯୯ରନ ସଂଗ୍ରହ କରିଥିଲା । ଜବାବରେ ବନ୍ଦାଳୋ କ୍ରିକେଟ ଟିମ ୧୦ଓଭରରେ ସମସ୍ତ ଉଇକେଟ ହରାଇ ୫୨ରନ କରିବାକୁ ସକ୍ଷମ ହୋଇଥିଲା । ମଢିଆଳୀ ଟିମ ବିଜୟୀ ହୋଇ ଚାମ୍ପିଅନ ଆଖ୍ୟା ଅର୍ଜନ କରିଥିଲା । ଉଦଯାପନୀ ପୁରସ୍କାର ବିତରଣ ସଭାରେ ମୁଖ୍ୟ ଅତିଥି ଭାବେ ଓପିଡି ଦଳର ରାଜ୍ୟ ଉପସଭାପତି ଗିରିଜା ପ୍ରସାଦ ମହାନ୍ତି, ରାଜ୍ୟ ପର୍ଯ୍ୟବେକ୍ଷକ ଦିବ୍ୟରଞ୍ଜନ ସ୍ୱାଇଁ, ରାଜ୍ୟ ସମ୍ପାଦକ ନୁରୁଲ ଇସଲାମ, ରାଜ୍ୟ ସାଧାରଣ ସମ୍ପାଦକ ଉତ୍କଳ କେଶରୀ ବିଶ୍ୱାଳ, ରାଜ୍ୟ ଯୁବ ସଭାପତି ବିକାଶ ମିଶ୍ର, ଯୁବ ସାଧାରଣ ସମ୍ପାଦକ ସୟଦ ସମୀମ ଅକତର, ଢେଙ୍କାନାଳ ଜିଲ୍ଲା ସଭାପତି ପ୍ରତାପ ପଣ୍ଡା ଓ ଉତ୍ତର ଓଡିଶା ଜୋନ ସଭାପତି ଅନିଲ କୁମାର ସାହୁ ପ୍ରମୁଖ ଯୋଗଦେଇ ଚାମ୍ପିଅନ ଓ ରନଅର୍ସଅପ ଦଳକୁ ନଗଦ ଅର୍ଥରାଶି ଓ ଟ୍ରଫି ପ୍ରଦାନ କରିଥିଲେ । ମ୍ୟାନ ଅଫ ଦି ମ୍ୟାଚ ଭାବେ ମଢିଆଳୀ କ୍ରିକେଟ ଟିମର ମୃତ୍ୟୁଞ୍ଜୟ ପଣ୍ଡା, ମ୍ୟାନ ଅଫ ଦି ସିରିଜ ଭାବେ ବନ୍ଦାଳୋ କ୍ରିକେଟ ଟିମର ଜିତେନ୍ଦ୍ର ପଣ୍ଡା ଓ ବେଷ୍ଟ ବୋଲର ଭାବେ ରାଜୀବ ଲୋଚନଙ୍କୁ ପୁରସ୍କୃତ କରାଯାଇଥିଲା । ସୁଧାଂଶୁ ଶେଖର ସ୍ୱାଇଁ ଓ ଦୁର୍ଯ୍ୟୋଧନ ଖିଲାର ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିବାବେଳେ ପାର୍ଥସାରଥି ବିଶ୍ୱାଳ, ବିକାଶ ପଢିଆରୀ ସ୍କୋରର ଓ ରିଙ୍କୁ ଓଝା ଭାଷ୍ୟକାର ଦାୟିତ୍ୱ ତୁଲାଇଥିଲେ । ଟୁର୍ଣ୍ଣାମେଣ୍ଟକୁ ମା ମଙ୍ଗଳା ଯୁବକ ସଂଘର ସଦସ୍ୟ ଭାଗିରଥି ଧଳ, ସୁସିଲ ବିଶ୍ୱାଳ, ସନ୍ତୋଷ ବିଶ୍ୱାଳ, ନିର୍ମଳ ସାହୁ, ଅମେରେଶ ବିଶ୍ୱାଳ, ଗାଭାସ୍କର ସ୍ୱାଇଁ, ସତ୍ୟବ୍ରତ ବିଶ୍ୱାଳ, ଉମାକାନ୍ତ ସାହୁ, ଦୟାସାଗର ଧଳ, ଚନ୍ଦନେଶ୍ୱର ସ୍ୱାଇଁ, ଅନାଦି ବିଶ୍ୱାଳ, ରାଜେଶ ରାଉତ ପ୍ରମୁଖ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.