Home ଜିଲ୍ଲା ପରିକ୍ରମା ମା’ ଭଦ୍ରକାଳୀ ମ୍ୟୁଜିକ୍ ଏଣ୍ଡ ଆର୍ଟ ସ୍କୁଲର ବାର୍ଷିକ ଉତ୍ସବ

ମା’ ଭଦ୍ରକାଳୀ ମ୍ୟୁଜିକ୍ ଏଣ୍ଡ ଆର୍ଟ ସ୍କୁଲର ବାର୍ଷିକ ଉତ୍ସବ

5

ଭଦ୍ରକ, ୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ଥାନୀୟ ସଂସ୍କୃତି ଭବନ ଠରେ ମା’ ଭଦ୍ରକାଳୀ ମ୍ୟୁଜିକ୍ ଏଣ୍ଡ ଆର୍ଟ ସ୍କୁଲର ୧୭ତମ ବାର୍ଷିକ ଉତ୍ସବ ପାଳନ ଅବସରରେ ଓଡ଼ିଆ ଯାତ୍ରାର ଯୁଗସ୍ରଷ୍ଟା ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡାଙ୍କ ଓଡ଼ିଆ ନାଟ୍ୟ ଜଗତ ପ୍ରତି ଅବଦାନ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଅନୁଷ୍ଠାନର ଉପସଭାପତି ଆଇନଜୀବୀ କିଶୋର ବଳଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ହିନ୍ଦୁ ସୁରକ୍ଷା ସମିତିର ସଭାପତି ବିଦ୍ୟାଧର ସାହୁ, ମୁଖ୍ୟ ବକ୍ତା ଭାବରେ କୃଷି କବି ଇଂ ଅରୁଣ କୁମାର ପାତ୍ର, ସମ୍ମାନିତ ଅତିଥି ଭାବରେ ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡା ସଂଗୀତ ବିଦ୍ୟାଳୟର ସମ୍ପାଦକ ଜଗନ୍ନାଥ କର, ସଂଗୀତଜ୍ଞ ଶେଖ୍ ନିଜାମ, ଅଧ୍ୟାପକ ସିଦ୍ଧେଶ୍ୱର ସାହୁ ପ୍ରମୁଖ ଯୋଗ ଦେଇ ନାଟ୍ୟାଚାର୍ଯ୍ୟଙ୍କ ନାଟ୍ୟ ରଚନା, ନିର୍ଦ୍ଦେଶନା ଓ ଅଭିନୟର ସ୍ୱାତନ୍ତ୍ର‌୍ୟତା ସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀ ତଥା ଅବିଭାବକମାନଙ୍କୁ ସମ୍ବୋଧିତ କରିଥିଲେ । ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ଓ ସ୍ୱାଗତ ନୃତ୍ୟ ପରିବେଷଣ କରାଯାଇଥିଲା । କବି ମନୋଜ ପଣ୍ଡା ମଂଚ ସଂଚାଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନାଟ୍ୟାଚାର୍ଯ୍ୟଙ୍କ ଶିଷ୍ୟ ଯୋଗେନ୍ଦ୍ର ପରିଡ଼ା, ବୁଲୁ ବିଶ୍ୱାଳ, ଶିଳ୍ପପତି ଦୁଖ ନନା ଯୋଗ ଦେଇ କଳାକ୍ଷେତ୍ରରେ ନାଟ୍ୟାଚାର୍ଯ୍ୟଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ । ହେମନ୍ତ କୁମାର ପାଢ଼ୀ, ସଞ୍ଜିବ ଯେନା, ଗଙ୍ଗାଧର ନାୟକ, ପ୍ରଫୁଲ୍ଲ ସେଠୀ, ସନ୍ତୋଷ ସାହୁ, ଶରତ ପୃଷ୍ଟିଙ୍କୁ ବିଭିନ୍ନ କ୍ଷେତ୍ରରେ ଉର୍ତ୍କଷତା ନିମନ୍ତେ ସମ୍ବର୍ଦ୍ଧିତ କରାଯାଇଥିଲା । କୃତି ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ସମ୍ପାଦକ ଚକ୍ରଧର ଯେନା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଦୀପକ ଯେନା, ସୂର୍ଯ୍ୟକାନ୍ତ ଯେନା କାର୍ଯ୍ୟକ୍ରମ ପରିଚାଳନାରେ ସହଯେଗେ କରିଥିଲେ । ଭାଗ୍ୟଶ୍ରୀ ଯେନା ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.