Home ଜିଲ୍ଲା ପରିକ୍ରମା ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶ, ତୃତୀୟ ଦିବସରେ ରାଜରାଜେଶ୍ୱରୀ ବେଶ

ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶ, ତୃତୀୟ ଦିବସରେ ରାଜରାଜେଶ୍ୱରୀ ବେଶ

16

ଭଦ୍ରକ, ୧୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ତୃତୀୟ ଦିବସରେ ମା’ ରାଜରାଜେଶ୍ୱରୀ ବେଶରେ ପୂଜା ପାଇଛନ୍ତି । ଏହି ବେଶରେ ମା’ଙ୍କୁ ଦର୍ଶନ କରିବା ପାଇଁ ଦିନସାରା ପୀଠରେ ଗହଳି ଲାଗିରହିଥିଲା । ଭକ୍ତମାନେ ଧୂପ, ଦୀପ, ନୈବେଦ୍ୟ ଅର୍ପଣ କରି ଆଶିଷ ଭିକ୍ଷା କରିଥିଲେ । ମା’ଙ୍କର ମୁଖମଣ୍ଡଳ ପଦ୍ମବର୍ଣ୍ଣା ଥିବା ବେଳେ ହସ୍ତୀ ଓ ଓ ବାଘ ମା’ଙ୍କର ବାହନ ଥିଲେ । ମା’ କମଳା ପାଟବସ୍ତ୍ର ପରିଧାନ କରି ବିଭିନ୍ନ ଅଳଙ୍କାରରେ ଭୂଷିତ ହୋଇଥିଲେ । ବାମ ହସ୍ତଯୁଗଳରେ ଖଡ୍ଗ ଓ ଶଙ୍ଖ ଧାରଣ କରିଥିବା ବେଳେ ଦକ୍ଷିଣ ହସ୍ତଯୁଗଳରେ ଚକ୍ର ଓ ପଦ୍ମ ଧାରଣ କରି ଚତୁର୍ଭୁଜା ମା’ ଆଦ୍ୟାଶକ୍ତି ଭଦ୍ରକାଳୀ ରାଜରାଜେଶ୍ୱରୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି । ବିଶ୍ୱାସ କରାଯାଏ ମା’ଙ୍କୁ ଏହି ବେଶରେ ଦର୍ଶନ କଲେ ଭକ୍ତର ସମସ୍ତ କାର୍ଯ୍ୟସିଦ୍ଧି ହୋଇଥିବା ବେଳେ ଭକ୍ତ ଯଶ, ଐଶ୍ୱର୍ଯ୍ୟ ପ୍ରାପ୍ତ ହୋଇଥାନ୍ତି । ବିଶ୍ୱଶାନ୍ତି ମହାଯଜ୍ଞର ତୃତୀୟ ଦିନରେ ଯଜ୍ଞ ମଣ୍ଡପରେ ୨୧ଜଣ ବେଦବିଦ୍ ବ୍ରାହ୍ମଣଙ୍କ ଦ୍ୱାରା ଗୀତାପାଠ, ବେଦପାଠ, ଶତଚଣ୍ଡୀ ପାଠ, ହୋମ, ନାମଯଜ୍ଞ ସହିତ ସଂକୀର୍ତ୍ତନ ପୀଠରେ ଆଧ୍ୟାତ୍ମିକ ବାତାବରଣ ଭକ୍ତଙ୍କୁ ଭାବବିହ୍ୱଳ କରିଥିଲା । ଆସନ୍ତାକାଲି ମା’ଙ୍କର ସିଂହବାହିନୀ ବେଶ ନିମନ୍ତେ ସମସ୍ତ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.