Home ଜିଲ୍ଲା ପରିକ୍ରମା ମା’ ବୁଢୀ ଜାଗୁଳାଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ମା’ ବୁଢୀ ଜାଗୁଳାଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

68

ଭଦ୍ରକ, ୨୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ବରାହନୂଆପଡା ମା ବୁଢ଼ୀ ଜାଗୁଳାଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଷୋଳମପୁର ଶିଶୁମନ୍ଦିର ପ୍ରତିଷ୍ଠାତା ବିଶ୍ୱମ୍ଭର ରାଉତ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ । ୫ ଓଭର ମ୍ୟାଚ ବିଶିଷ୍ଟ ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ ଟି ଦଳ ଅଂଶଗ୍ରହଣ କରିଥିଲେ । ଫାଇନାଲ ମ୍ୟାଚରେ ଫାଇଟର କିଙ୍ଗ କୋଦଣ୍ଡପୁର ସହ ଫାଇଟର ଇଲେଭେନ ସିନ୍ଦୁରାଇମୁହଁ ଦଳ ମଧ୍ୟରେ ମୁକାବିଲା ହୋଇଥିଲା । ଫାଇଟର କିଙ୍ଗ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଏହି ଦଳ ନିର୍ଦ୍ଧରିତ ୫ ଓଭରରେ ସମସ୍ତ ଉଇକେଟ ହରାଇ ୨୮ ରନ ସ୍କୋର କରିଥିଲା । ଜବାବରେ ଫାଇଟର ଇଲେଭେନ ଦଳ ୪.୪ ଓଭରରେ ୭ ଉଇକେଟ ହରାଇ ୨୯ ରନ ସଂଗ୍ରହ କରି ଚାମ୍ପିଅନ ହୋଇଥିଲା । ଜ୍ୟୋତିରଞ୍ଜନ ନାୟକ ମ୍ୟାନ ଅଫ ଦି ମ୍ୟାଚ ଓ ପାଗଳା ଦାସ ମ୍ୟାନ ଅଫ ଦି ସିରିଜ ବିବେଚିତ ହୋଇଥିଲେ । ସୌମ୍ୟଜିତ ନାୟକ ଓ ସ୍ମୃତିସୁନ୍ଦର ପୁହାଣ ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିଲେ । ଖେଳ ଶେଷରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ସଭାପତି ଉଦୟ ନାୟକ, ଧରଣୀଧର ବିଶ୍ୱାଳ, ପ୍ରଫୁଲ୍ଲ ନାୟକ, ଅରବିନ୍ଦ୍ର ନାୟକ, ନିଶିକାନ୍ତ ଜେନା, ରତଣୀ ମହାରଣ୍ୟ, ନରହରି ବିଶ୍ୱାଳ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଚାମ୍ପିଅନ, ରନରସପ ଦଳ ସମେତ କୃତୀ ଖେଳାଳୀଙ୍କୁ ପୁରସ୍କୃତ କରିଥିଲେ । ଆୟୋଜକ କ୍ଲବର ସଦସ୍ୟ ବବଲୁ, ଚଗୁଲୁ, ଲୋକନାଥ, ରବିନ୍ଦ୍ର, ହରଶିତ୍ର, ଉମାକାନ୍ତ, ଜୀବନ, ଭୋଳା, ସୋନୁ, ବଳିଆ, ଗୁଲୁ, ଆଶିଷ, ସିପୁ, ଓମ, କାଳିଆ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.