Home କନ୍ଧମାଳ ମା ପାଟଖଣ୍ଡା ଦୁର୍ଗାପୁଜା ସମିତିର ନୁତନ କର୍ମକର୍ତ୍ତା ଚୟନ

ମା ପାଟଖଣ୍ଡା ଦୁର୍ଗାପୁଜା ସମିତିର ନୁତନ କର୍ମକର୍ତ୍ତା ଚୟନ

79

ବାଲିଗୁଡା, ୮/୯ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) ବାଲିଗୁଡା ମା ପାଟଖଣ୍ଡା ଦୁର୍ଗାପୁଜା ସମିତିର ନୁତନ କର୍ମକ୍ରତା ଚୟନ ହୋଇଯାଇଛି।ଏଥି ନିମନ୍ତେ ମା ପାଟଖଣ୍ଡା ମନ୍ଦିର ପ୍ରାଙ୍ଗଣରେ ଅସ୍ଥାୟୀ ସଭାପତି ଶଶି ଭୁଷଣ ପାଢୀଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଆଗାମି ଦିନର କାର୍ଯ୍ୟପନ୍ଥା ନିମନ୍ତେ କର୍ମକ୍ରତା ଚୟନ କରାଯାଇଛି, ଏଥିରେ ସଭାପତି ଭାବେ ଏନଏସିର ଉପାଦକ୍ଷ ଲୋକନାଥ ପାଢୀ, ଉପସଭାପତି ଇନ୍ଦ୍ରମଣି ପାତ୍ର, ସମ୍ପାଦକ ଭାବେ ଟି ଶ୍ରୀନିବାସ ରାଓ, ସହ ସମ୍ପାଦକ ଦୁଇଜଣ ହୋଇଛନ୍ତି ଭଗବତୀ ପ୍ରସାଦ ସାବତ, ସୁଜିତ କୁମାର ପାଳ(ଗାଣ୍ଡୁ), କୋଷାଦକ୍ଷ ନାଗେଶ୍ୱର ରାଓ ଚୟନହୋଇଥିବା ବେଳେ ଉପଦେଷ୍ଟା ଭାବେ ସୁବାଷ ଚନ୍ଦ୍ର ଦାସ, ଶଶି ଭୁଷଣ ପାଢୀଙ୍କୁ ମନୋନିତ କରାଯାଇଛି। ଆଗାମି ଦଶହରା ପର୍ବକୁ ସମସ୍ତଙ୍କର ସହଯୋଗରେ ଭଲରେ ପାଳନ କରିବାକୁ କମିଟି ତରପରୁ କୁହାଯାଇଛି।ଏହି ବୈଠକରେ ବାଲିଗୁଡାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.