ଭଦ୍ରକ, ୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ଏବେ ଇତିହାସ ହୋଇ ରହିନାହିଁ ,ଧାମରା ର ନାମ ବିଶ୍ୱ ଦରବାରେ ସ୍ଥାନ ପାଇଛି। ଧାମରାର ନାମ ଉଜ୍ଜୀବିତ କରି ରଖିବାକୁ ହେଲେ ଦଳମତ ନିର୍ବି ଶେଷରେ ସମସ୍ତେ ଏକ ହେବା ଜରୁରୀ ବୋଲି ଆଜି ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ ନିଜର ବକ୍ତବ୍ୟ ରଖିଛନ୍ତି। ଧାମରାରେ ମା ଧାମରାଇ ଆଂଚଳିକ ବୋଇତ ବନ୍ଦାଣ ର ୧୬ ତମ ବାର୍ଷିିକ ବୋଇତ ବନ୍ଦାଣ ଉତ୍ସବ ପ୍ରାରମ୍ଭରେ ଏକ ସଜ୍ଜିତ ବୋଟ ଯୋଗେ ଏକ ୭ଜଣିଆ ସାଧବ କେନ୍ଦ୍ରପାଡ ଜିଲ୍ଲାର ତାଳଚୁଆ ଏବଂ ନଳିତା ପାଟିଆ ବେପାର ଉଦ୍ଦେଶ୍ୟରେ ଯାତ୍ରା କରିଥିଲେ। ସେଠାରୁ ଫେରିବା ପରେ ପୁଣ୍ୟତୋୟା ବୈତରଣୀ କୂଳରେ ଥିବା ଆରଧ୍ୟ ଦେବୀ ମା ଧାମରାଇଙ୍କ ନିକଟରେ ୭ ସାଧବ ମାନଙ୍କୁ ସାଧବାଣୀ ମାନେ ସଭାସ୍ଥଳକୁ ପାଛୋଟି ଆଣିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ହୋଇଥିବା ସଭାରେ ସମାଜସେବୀ ବୈଲୋଚନ ପଣ୍ଡା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଅର୍ଥମନ୍ତ୍ରୀୀ ପଂଚାନନ କାନୁନଗୋ, ମୁଖ୍ୟବକ୍ତା ଭାବେ ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ସମ୍ମାନୀତ ଅତିଥି ଭାବେ ଆଳୀ ନିର୍ବାଚନ ମଣ୍ଡଳୀ ନେତା ଡ. ଦେବ ସ୍ମିତା ଶର୍ମା ,ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ନେତା ଅମୀୟ କୁମାର ମହାପାତ୍ର, ସମାଜସେବୀ ଦିଗମ୍ବର ଦାସ ପ୍ରମୁଖ ଯୋଗ ଦେଇ ସ୍ମୃତିକୁ ଉଜ୍ଜୀବୀତ କରିବାର ସମୟ ଆସିଛି ସମସ୍ତ ଏକ ମନ ଏକ ପ୍ରାଣ ଦେଇ ନିଜ ସଂସ୍କୃତିକୁ ବଜାଇ ରଖିଲେ ନିଜ ଜାତି ତଥା ନିଜ ଦେଶର ଟେକ ରଖିବା ସମ୍ଭବ ହେବ ବୋଲି ନିଜ ନିଜର ବକ୍ତବ୍ୟ ରଖିଥିଲେ। ଆଜି ହୋଇଥିବା ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ବୈଲୋଚନ ପଣ୍ଡା, ସୁରେଶ ମାହୁନ୍ତ, ପ୍ରମୋଦ ନାୟକ, , ବିଜୟ ବେହେରା, ତାରାକାନ୍ତ ସେଠୀ, ଦୀପକ ମାହୁନ୍ତ, ମଦନ ଦିନ୍ଦା,, ସୁରେଶ ମାହୁନ୍ତ, ପ୍ରମୋଦ ନାୟକ,ଦୁଖ ଜେନା,ପ୍ରଭୁରାମ ଦଳେଇ, ଉମେଶ ମହାକୁଡ, ବିଜୟ ବେହେରା,ମାୟାଧର ପରିଡା, ଶୁକଦେବ ଜେନା, ତାରାକାନ୍ତ ସେଠୀ, ଦୀପକ ମାହୁନ୍ତ, ନରେନ୍ଦ୍ର ମାଇତି ,ନରେନ୍ଦ୍ର ନାୟକ, ମଦନ ଦିନ୍ଦା, ଙ୍କ ସମେତବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।
Home ଜିଲ୍ଲା ପରିକ୍ରମା ମା’ ଧାମରାଇ ଆଂଚଳିକ ବୋଇତ ବନ୍ଦାଣ କମିଟିର ୧୬ତମ ବୋଇତ ବନ୍ଦାଣ ଉତ୍ସବ, ସ୍ମୃତିକୁ ଉଜ୍ଜୀବିତ...







